ବିବାଦୀୟ ପରୀକ୍ଷା କେନ୍ଦ୍ରକୁ ବାଦ ଦେଲା ସିଏଚ୍‌ଏସ୍‌ଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଛି! ଏହାକୁ ନେଇ ବିବାଦ ଦେଖାଦେବା ପରେ ମୁଣ୍ଡ ନୁଆଁଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ବିବାଦୀୟ କେନ୍ଦ୍ରକୁ ବାଦ ଦେବାକୁ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଥିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଭାବକ ସଂଘ ଅଭିଯୋଗ କରିବା ପରେ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ବୈଠକରେ ପରୀକ୍ଷା […]

result

Manoranjan Sial
  • Published: Sunday, 16 February 2020
  • , Updated: 16 February 2020, 07:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)ର ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଛି! ଏହାକୁ ନେଇ ବିବାଦ ଦେଖାଦେବା ପରେ ମୁଣ୍ଡ ନୁଆଁଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ବିବାଦୀୟ କେନ୍ଦ୍ରକୁ ବାଦ ଦେବାକୁ ଆଜି ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ପରୀକ୍ଷା କେନ୍ଦ୍ର ଚୟନରେ ଫିକ୍ସିଂ ହୋଇଥିବା ନେଇ ରାଜ୍ୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଭାବକ ସଂଘ ଅଭିଯୋଗ କରିବା ପରେ ଆଜି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଜରୁରୀ ବୈଠକ ବସିଥିଲା। ବୈଠକରେ ପରୀକ୍ଷା ପରିଚାଳନା କମିଟିର ଦୁଇ ସଦସ୍ୟ ତଥା ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କିଶୋର ମହାନ୍ତିଙ୍କ ପରୀକ୍ଷା କେନ୍ଦ୍ର ଚୟନ ଆପତ୍ତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ବିବାଦର ସମାଧାନ ଲାଗି କମିଟି ବିରୋଧ କରୁଥିବା କେନ୍ଦ୍ରକୁ ବାଦ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ୧୧୪୨ଟି ପରୀକ୍ଷା କେନ୍ଦ୍ରକୁ କମିଟି ମୋହର ମାରିଛି। ପୂର୍ବ ବିଜ୍ଞପ୍ତିକୁ ଖାରଜ କରାଯାଇ ସୋମବାର ନୂଆ ପରୀକ୍ଷା କେନ୍ଦ୍ର ତାଲିକା ବିଜ୍ଞପ୍ତି ପ୍ରକାଶ କରିବ ପରିଷଦ। ଏହାସହ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ସାନ୍ତ୍ୱନା ଦେଇଛନ୍ତି କମିଟି ସଦସ୍ୟ।

ତେବେ ପରିଷଦର ଅସାଧୁ କର୍ମଚାରୀଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଧାୟକ କିଶୋର ମହାନ୍ତି ଅଭୟବାଣୀ ଦେଇଛନ୍ତି। ଫିକ୍ସିଂ ନୁହେଁ, କମିଟି ସଦସ୍ୟଙ୍କ ସହ ମତାନ୍ତର ଥିଲା ବୋଲି ପରିଷଦ କହିଛି। ସେପେଟେ ମ୍ୟାଟ୍ରିକ୍‌ ଓ ଯୁକ୍ତ ଦୁଇ ପରୀକ୍ଷାକୁ କପି ମୁକ୍ତ କରାଇବା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି କରିଥିବା ମନ୍ତ୍ରୀ କହିଛନ୍ତି।

Related story