ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ବାତିଲ ହେବ ଏହି ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ଦେଖି ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ବାତିଲ କରାଯାଇଛି। ଏଥିରେ ଦୁଇ ବର୍ଷିଆ ବିଏଡ୍‌ ଡିଗ୍ରୀ, ତିନି ବର୍ଷିଆ ସମନ୍ୱିତ ବିଏବିଏଡ, ବିଏସସିବିଏଡ ଓ ସମସ୍ତ ସେଲ୍‌ଫ ଫାଇନାନ୍ସ ପାଠ୍ୟକ୍ରମ ଆଦି ରହିଛି। ଏହି ସବୁ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ ଏହି ସବୁ ପାଠ୍ୟକ୍ରମ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ ହେବ ବୋଲି […]

students

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 10:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’କୁ ଦେଖି ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ସମସ୍ତ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ ବାତିଲ କରାଯାଇଛି। ଏଥିରେ ଦୁଇ ବର୍ଷିଆ ବିଏଡ୍‌ ଡିଗ୍ରୀ, ତିନି ବର୍ଷିଆ ସମନ୍ୱିତ ବିଏବିଏଡ, ବିଏସସିବିଏଡ ଓ ସମସ୍ତ ସେଲ୍‌ଫ ଫାଇନାନ୍ସ ପାଠ୍ୟକ୍ରମ ଆଦି ରହିଛି। ଏହି ସବୁ ପାଠ୍ୟକ୍ରମର ଶେଷ ସେମିଷ୍ଟର ପରୀକ୍ଷା ବାତିଲ ହୋଇଛି। ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁସାରେ ଏହି ସବୁ ପାଠ୍ୟକ୍ରମ ପାଇଁ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା ଲାଗୁ ହେବ ବୋଲି ଜଣାପଡ଼ିଛି।

ଅପରପକ୍ଷେ ରାଜ୍ୟରେ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନ୍ୟ ପାଠ୍ୟକ୍ରମ (ପ୍ରାରମ୍ଭିକ ଶିକ୍ଷାରେ ଡିପ୍ଲୋମା ପାଠ୍ୟକ୍ରମ-ଡିଏଲ୍‌ଇଡି)ର ପ୍ରଶିକ୍ଷାର୍ଥୀ ଏଭଳି ସମାନ ବ୍ୟବସ୍ଥା ଲାଗୁ କରିବାକୁ ଦାବି କରୁଛନ୍ତି। ‘କରୋନା’ ଭଳି ଦୁଃସ୍ଥିତି ସମୟରେ ଶିକ୍ଷାକୁ ନେଇ ଏଭଳି ପାତର ଅନ୍ତର ନୀତି ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ସମସ୍ତ ପାଠ୍ୟକ୍ରମ ପାଇଁ ସମାନ ବ୍ୟବସ୍ଥା ଲାଗୁକରିବା ପାଇଁ ଓଡ଼ିଶା ଡିଏଲଇଡି ଦ୍ଵିତୀୟ ବର୍ଷ ପ୍ରଶିକ୍ଷାର୍ଥୀ ସଙ୍ଘ ଦାବି କରିଛି। ଆହୁରି ମଧ୍ୟ ସରକାର ପ୍ରଶିକ୍ଷାର୍ଥୀମାନଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ନ ଠେଲି ସମାନ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

Related story