ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ତେଣୁ ନଭେମ୍ବର୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ବାତିଲ କରାଯାଇଛି। ଜିଲ୍ଲାର […]

flood

Manoranjan Sial
  • Published: Thursday, 07 November 2019
  • , Updated: 07 November 2019, 07:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହାସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି।

ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ ଜିଲ୍ଲାରେ ପ୍ରବଳ ବର୍ଷା ସହ ୫୦ରୁ ୬୦କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି। ତେଣୁ ନଭେମ୍ବର୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ବାତିଲ କରାଯାଇଛି। ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଏହି ଦୁଇଦିନ ଖୋଲା ରହିବ। ଅଫିସରମାନେ ନିଜ ନିଜର ଅଫିସରେ ଉପସ୍ଥିତ ରହିବେ ଓ କର୍ମଚାରୀଙ୍କ ସମସ୍ତ ପ୍ରକାରର ଛୁଟିକୁ ରଦ୍ଦ କରାଗଲା ବୋଲି ଜିଲ୍ଲାପାଳ ସିତାଂଶୁ ରାଉତ ସୂଚନା ଦେଇଛନ୍ତି।

Related story