ଟିକା ଦ୍ୱିଧା ଦୂର କରିବେ ସରକାର, ଆରମ୍ଭ ହେବ କ୍ୟାମ୍ପେନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଟିକା ଦ୍ୱିଧା ଓ ଭୁଲ୍‌ ସୂଚନା ଦୂର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବ ସ୍ୱତନ୍ତ୍ର ଅଭିଯାନ। ଟେକ୍ନିକାଲ ଏକ୍ସପର୍ଟଙ୍କୁ ନେଇ ଡିଜିଟାଲ ମିଡିଆରେ ସଚେତନ କରାଯିବ। ଯେଉଁମାନେ କୋଭିଡ୍‌ ଟିକା ନେଇଛନ୍ତି, ସେମାନଙ୍କ ଅନୁଭୂତି ବାଣ୍ଟିବାକୁ ଯୋଜନା କରାଯାଇଛି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। ଓଡ଼ିଶାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାସିଲ୍‌ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ଆସିଛି। ତେବେ ଏହି ଟିକାକୁ […]

corona

corona

Manoranjan Sial
  • Published: Thursday, 21 January 2021
  • Updated: 21 January 2021, 08:35 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଟିକା ଦ୍ୱିଧା ଓ ଭୁଲ୍‌ ସୂଚନା ଦୂର ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବ ସ୍ୱତନ୍ତ୍ର ଅଭିଯାନ। ଟେକ୍ନିକାଲ ଏକ୍ସପର୍ଟଙ୍କୁ ନେଇ ଡିଜିଟାଲ ମିଡିଆରେ ସଚେତନ କରାଯିବ। ଯେଉଁମାନେ କୋଭିଡ୍‌ ଟିକା ନେଇଛନ୍ତି, ସେମାନଙ୍କ ଅନୁଭୂତି ବାଣ୍ଟିବାକୁ ଯୋଜନା କରାଯାଇଛି। ଏନେଇ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ।

ଓଡ଼ିଶାକୁ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭାସିଲ୍‌ଡ ଓ ଭାରତ ବାୟୋଟେକ୍‌ର କୋଭାକ୍ସିନ ଟିକା ଆସିଛି। ତେବେ ଏହି ଟିକାକୁ ନେଇ କେତେକ କୋଭିଡ୍‌ ଯୋଦ୍ଧା ଓ ସାଧାରଣ ଲୋକଙ୍କ ମନରେ ନାନା ସନ୍ଦେହ ସୃଷ୍ଟି ହେଉଛି। ଏହି ସନ୍ଦେହକୁ ଇନ୍ଧନ ଯୋଗାଉଛି ସୋଶାଲ ମିଡିଆରେ ଘୂରି ବୁଲୁଥିବା ନାନା ମିଥ୍ୟ ଖବର। ଯାହାକୁ ଲୋକମାନେ ସହଜରେ ବିଶ୍ୱାସ କରିନେଉଛନ୍ତି। ପଞ୍ଜିକରଣ କରିଥିଲେ ସୁଦ୍ଧା ଟିକା ନେବା ପାଇଁ କେନ୍ଦ୍ରକୁ ଯାଉନଥିବା କେତେକ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏପରି ସନ୍ଦେହ ଦୂର କରିବା ପାଇଁ ରାଜ୍ୟ ସରକାର ଡିଜିଟାଲ୍‌ ମିଡିଆରେ ଆରମ୍ଭ କରିବେ କ୍ୟାମ୍ପେନ୍‌। ରାଜ୍ୟ ସରକାରଙ୍କ ଏପରି ଉଦ୍ୟମ କେତେଦୂର ସଫଳ ହେବ, ତାହା ସମୟ କହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos