ସଫଳ ହେଉନି ବନ୍ୟା ନିୟନ୍ତ୍ରଣ, ପ୍ରତିବର୍ଷ ଡୁବୁଛି ଶତାଧିକ ଅଞ୍ଚଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ବନ୍ୟା ନିୟନ୍ତ୍ରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। କେଉଁଠି ନଦୀ ବନ୍ଧ ସୁଦଢ଼ିକରଣ ନିମନ୍ତ ଖର୍ଚ୍ଚ ହେଉଛି ତ, କେଉଁଠି ଗାର୍ଡ ୱାଲ ଉନ୍ନତିକରଣରେ ଟଙ୍କା ଖର୍ଚ୍ଚ ହେଉଛି। ହୀରାକୁଦ ନଦୀ ବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ ମଧ୍ୟ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ବହୁ ସଂଖ୍ୟକ ଅଧିକାରୀ ଓ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ନିମନ୍ତେ ନିଯୁକ୍ତ ଅଛନ୍ତି। ହେଲେ ମହାନଦୀର ତଳ ମୁଣ୍ଡରେ ଥିବା ଅଞ୍ଚଳବାସୀ ବନ୍ୟା ଦାଉରୁ […]

hirakud

hirakud

Niranjan Mishra
  • Published: Sunday, 14 August 2022
  • Updated: 14 August 2022, 09:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରତିବର୍ଷ ବନ୍ୟା ନିୟନ୍ତ୍ରଣରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର। କେଉଁଠି ନଦୀ ବନ୍ଧ ସୁଦଢ଼ିକରଣ ନିମନ୍ତ ଖର୍ଚ୍ଚ ହେଉଛି ତ, କେଉଁଠି ଗାର୍ଡ ୱାଲ ଉନ୍ନତିକରଣରେ ଟଙ୍କା ଖର୍ଚ୍ଚ ହେଉଛି। ହୀରାକୁଦ ନଦୀ ବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ ମଧ୍ୟ ପ୍ରତିବର୍ଷ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ବହୁ ସଂଖ୍ୟକ ଅଧିକାରୀ ଓ ଯନ୍ତ୍ରୀ ବନ୍ୟା ନିୟନ୍ତ୍ରଣ ନିମନ୍ତେ ନିଯୁକ୍ତ ଅଛନ୍ତି। ହେଲେ ମହାନଦୀର ତଳ ମୁଣ୍ଡରେ ଥିବା ଅଞ୍ଚଳବାସୀ ବନ୍ୟା ଦାଉରୁ ମୁକ୍ତି ପାଇପାରୁନାହାନ୍ତି।

ବାରମ୍ବାର ବନ୍ୟା ଆସୁଛି। ଲୋକଙ୍କ ଫସଲ, ଘର, ଧନ, ଜୀବନ ହାନି କରୁଛି। ହେଲେ ଏଥିପାଇଁ ଦାୟୀ କିଏ? ତାହାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଓଡ଼ିଶା ସରକାର ନା ଛତିଶଗଡ଼ ସରକାର? କିଏ ଦାୟୀ ? କାରଣ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ପରେ ହୀରାକୁଦ ଡ୍ୟାମ୍ ଉପରେ ଚାପ ପଡ଼ୁଛି, ଅଧିକ ଗେଟ୍ ଖୋଲିବାକୁ କୁହାଯାଉଛି। ଯେତେ ଗେଟ୍ ହୀରାକୁଦରେ ଖୋଲିବ ତଳ ମୁଣ୍ଡ ପାଇଁ ସେତେକି ବିପଦ ବଡ଼ିବ।

ଏନେଇ କାହିଁକି ଛତିଶଗଡ଼ ସରକାରଙ୍କ ସହ କଥା ହେଉନାହାନ୍ତି ଓଡ଼ିଶା ସରକାର ବୋଲି ପ୍ରଶ୍ନ କରିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ। ତାଙ୍କ କହିବା କଥା, ଖରା ଦିନେ ଓଡ଼ିଶା ପଟେ ମହାନଦୀ ସୁଖିଲା ପଡ଼ୁଛି। ହେଲେ ଛତିଶଗଡ଼ରେ ପ୍ରବଳ ପାଣି ରହୁଛି। ମେ ଓ ଜୁନ୍ ମାସରେ ଛତିଶଗଡ଼ ନିଜ ଡ୍ୟାମର ଗେଟ୍ ଖୋଲେନି। ହେଲେ ଠିକ୍ ବର୍ଷା ପୂର୍ବରୁ ଗେଟ୍ ଖୋଲି ହୀରାକୁଦ୍ ଉପରେ ଚାପ ସୃଷ୍ଟି କରେ। ଏନେଇ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବା କଥା।

ଏପଟେ ହୀରାକୁଦ ଡ୍ୟାମର ତ୍ରୁଟିପୂର୍ଣ୍ଣ ବନ୍ୟାଜଳ ପରିଚାଳନା ଅଭିଯୋଗ ଉଠାଇଛନ୍ତି ଜଳ ସମ୍ପଦ ବିଭାଗ ଅବସରପ୍ରାପ୍ତ ସର୍ବୋଚ୍ଚ ଯନ୍ତ୍ରୀ ରବୀନ୍ଦ୍ର କୁମାର ପଣ୍ଡା। ତାଙ୍କ କହିବା କଥା,  ବନ୍ୟାଜଳ ପରିଚାଳନାରେ ତ୍ରୁଟି ଯୋଗୁ ଉପକୂଳ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ମହାନଦୀର ଜଳ ଏକ ନିର୍ଦ୍ଦିଷ୍ଟ ସ୍ତରରେ ପହଞ୍ଚିବା ପରେ ଏହାକୁ ଖଲାସ କରିଦେବା ଉଚିତ।

ସେପଟେ ହୀରାକୁଦ ଜଳଭଣ୍ଡାରର ରୁଲ୍ କର୍ଭରେ ସଂଶୋଧନ ପାଇଁ ଦାବି କରିଛନ୍ତି ଡ୍ୟାମର ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ। ତାଙ୍କ କହିବା କଥା, ଡ୍ୟାମ ନିର୍ମାଣ ହେବା ପରେ ୧୯୬୩ରେ ରୁଲ୍ କର୍ଭ କରାଯାଇଥିଲା। ପରେ ୧୯୮୮ରେ ସଂଶୋଧନ କରାଯାଇଥିଲା। ଏହା ଭିତରେ ୩୪ ବର୍ଷ ପୂରି ଯାଇଥିଲେ ବି ସେହି ପୁରୁଣା ରୁଲ୍ କର୍ଭକୁ ପାଳନ କରାଯାଉଛି। ପରିବର୍ତ୍ତିତ ପରିସ୍ଥିତିରେ ରୁଲ୍ କର୍ଭ ସଂଶୋଧନ ହେବା ଜରୁରୀ ହୋଇପଡ଼ିଛି। କାରଣ ରୁଲ୍ କର୍ଭ ଅନୁସାରେ-କେଉଁ ମାସରେ କେତେ ପାଣି ରହିବା ଦରକାର ଓ ଜଳ ଧାରଣର କ୍ଷମତା ସମ୍ପର୍କରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story