ରାଜ୍ୟ ସରକାର ଝିଣ୍ଟିକା ମାରି ବଣି ପୋଷୁଛନ୍ତି!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ଟଙ୍କା ନାହିଁ। କିନ୍ତୁ ଅନ୍ୟପଟେ କେତେକ ଅବସରପ୍ରାପ୍ତ ଅଫିସରଙ୍କୁ ମିଳୁଛି ବାରମ୍ବାର ନିଯୁକ୍ତି। କୋଭିଡ୍ ମାଡ଼ରେ ରାଜକୋଷ ଦେବାଳିଆ ହୋଇଥିବା ଦର୍ଶାଇ ଆଗାମୀ ଦୁଇ ବର୍ଷ ନୂଆ ନିଯୁକ୍ତି କରାଯିବନି ବୋଲି ରାଜ୍ୟ ରକାର ନିଷ୍ପତ୍ତି ନେଇଛନ୍ତି। ଏମିତିକି ଠିକା ଓ କଣ୍ଟ୍ରାକଚୁଆଲଙ୍କ ଚୁକ୍ତିର ମଧ୍ୟ ନବୀକରଣ ହେବନାହିଁ। ହେଲେ କିଛି ହାତ ଗଣତି ଅଫିସରଙ୍କୁ ବାରମ୍ବାର ଥଇଥାନ କରିବାକୁ କେଉଁଠୁ ଟଙ୍କା […]

corona

corona

Manoranjan Sial
  • Published: Monday, 20 July 2020
  • Updated: 20 July 2020, 10:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ଟଙ୍କା ନାହିଁ। କିନ୍ତୁ ଅନ୍ୟପଟେ କେତେକ ଅବସରପ୍ରାପ୍ତ ଅଫିସରଙ୍କୁ ମିଳୁଛି ବାରମ୍ବାର ନିଯୁକ୍ତି। କୋଭିଡ୍ ମାଡ଼ରେ ରାଜକୋଷ ଦେବାଳିଆ ହୋଇଥିବା ଦର୍ଶାଇ ଆଗାମୀ ଦୁଇ ବର୍ଷ ନୂଆ ନିଯୁକ୍ତି କରାଯିବନି ବୋଲି ରାଜ୍ୟ ରକାର ନିଷ୍ପତ୍ତି ନେଇଛନ୍ତି। ଏମିତିକି ଠିକା ଓ କଣ୍ଟ୍ରାକଚୁଆଲଙ୍କ ଚୁକ୍ତିର ମଧ୍ୟ ନବୀକରଣ ହେବନାହିଁ। ହେଲେ କିଛି ହାତ ଗଣତି ଅଫିସରଙ୍କୁ ବାରମ୍ବାର ଥଇଥାନ କରିବାକୁ କେଉଁଠୁ ଟଙ୍କା ଆସୁଛି? ତାକୁ ନେଇ ପ୍ରଶ୍ନ ଉଠିଛି।

୨୦୨୦ ଜୁଲାଇ ୭ ତାରିଖରେ କୋଭିଡ୍‌ ବିପର୍ଯ୍ୟୟ ଯୋଗୁଁ ଘୋର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ଦର୍ଶାଇ ଆଗାମୀ ୨ବର୍ଷ ଯାଏଁ ନୂଆ ନିଯୁକ୍ତି ହେବ ନାହିଁ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର।

ଯେଉଁଦିନ ଏହି ଘୋଷଣା କଲେ, ସେହିଦିନ ଲୋକସେବା ଭବନର ଗୃହ ବିଭାଗରେ ନିଯୁକ୍ତି ପାଇଲେ ଅବସରପ୍ରାପ୍ତ ଓଏଏସ୍‌ ଅଧିକାରୀ ଶ୍ରୀଭୂଷଣ ଶୁକ୍ଳା। ଠିକ୍‌ ଏହାର ତିନି ଦିନ ମଧ୍ୟରେ ଖଣି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅବସରପ୍ରାପ୍ତ ଅଧିକାରୀ ଦୀପକ ମହାନ୍ତିଙ୍କୁ ଦିଆଗଲା ପୁନଃ ନିଯୁକ୍ତି। ତା’ପୁଣି ଅଷ୍ଟମ ଥର ପାଇଁ। ତେବେ କାହିଁକି ଦୀପକଙ୍କୁ ବାରମ୍ବାର ଦିଆଯାଉଛି ନିଯୁକ୍ତି ? ସରକାରଙ୍କ ପାଖରେ କଣ ଆଉ କେହି ଦକ୍ଷ ଅଫିସର ନାହାନ୍ତି? ବାରମ୍ବାର ନିଯୁକ୍ତି ପଛରେ ରହସ୍ୟ କଣ? କେବଳ ଦୀପକ ମହାନ୍ତି କିମ୍ବା ଶ୍ରୀଭୂଷଣ ଶୁକ୍ଲା ନୁହଁନ୍ତି, ଆର୍‌.ବାଲ୍କ୍ରିଷ୍ଣନ, ନବ ନାୟକ, ହେମନ୍ତ ପାଢ଼ୀ, ପ୍ରଦୀପ୍ତ ମହାପାତ୍ରଙ୍କ ଭଳି ଅନେକ ଅଫିସର ଅବସର ନେବା ପରେ ପୁନଃ ନିଯୁକ୍ତି ପାଇଛନ୍ତି।

ଅବସରପ୍ରାପ୍ତଙ୍କୁ ସର୍ତ୍ତମୂଳକ ପୁନଃ ନିଯୁକ୍ତି ନେଇ ୨୦୧୪ ଅଗଷ୍ଟ ୨୭ ତାରିଖରେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ୨୦୧୮ ଏହାକୁ ପରିବର୍ତ୍ତନ କରି ଆଉ କାହାରିକୁ ପୁନଃ ନିଯୁକ୍ତି ମିଳିବନି ବୋଲି କହିଥିଲେ। ହେଲେ ନିଜେ କରିଥିବା ନିୟମକୁ ଫୁ’ କରି ସରକାର ହାତଗଣତି କିଛି ଅଫିସରଙ୍କୁ ବାରମ୍ବାର ନିଯୁକ୍ତି ଦେଇ ଚାଲିଛନ୍ତି। ଏଣେ କିନ୍ତୁ ଅସ୍ଥାୟୀ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପେଟରେ ଲାତ ମାରିବାକୁ ପଛାଇ ନାହାନ୍ତି। ଏମାନଙ୍କ ଚୁକ୍ତିର ଆଉ ନବୀକରଣ କରାଯିବନି ବୋଲି ସରକାର କହିଛନ୍ତି, ଫଳରେ ଏହି ବର୍ଗର ପ୍ରାୟ ୨ ଲକ୍ଷ କର୍ମଚାରୀ ଜୀବିକା ହରାଇବାର ଆଶଙ୍କା ଦେଖାଦେଇଛି।

କରୋନା ଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଝିଣ୍ଟିକା ମାରି ବଣି ପୋଷିବା ନୀତିକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇବା ସହ ଦୁର୍ନୀତିକୁ ଘଣ୍ଟ ଘୋଡାଇବାର ପ୍ରୟାସ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos