ରେମୁଣାରେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ପାଇଁ ୨୫ ଏକର ଜମି ହସ୍ତାନ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସର ସାଟେଲାଇଟ୍ ସେଣ୍ଟର ବାଲେଶ୍ୱରର ରେମୁଣା ଜିଲ୍ଲାରେ ସ୍ଥାପନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ ସରକାର ଏଥିପାଇଁ ୨୫ଏକର ଜମି ଯୋଗାଇ ଦେଇଛନ୍ତି। ଏହି ସରକାରୀ ଜମିକୁ ବିନା ଦେୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ ଦେଇଛନ୍ତି। ବାଲେଶ୍ୱରର ରେମୁଣା ତହସିଲ ଅନ୍ତର୍ଗତ ସମଲପୁର ଗାଁରେ ୧୨ଏକର ଓ […]

aiims

aiims

Ordigital Desk
  • Published: Saturday, 06 March 2021
  • Updated: 06 March 2021, 08:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ଏମ୍ସର ସାଟେଲାଇଟ୍ ସେଣ୍ଟର ବାଲେଶ୍ୱରର ରେମୁଣା ଜିଲ୍ଲାରେ ସ୍ଥାପନ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବାବେଳେ ରାଜ୍ୟ ସରକାର ଏଥିପାଇଁ ୨୫ଏକର ଜମି ଯୋଗାଇ ଦେଇଛନ୍ତି। ଏହି ସରକାରୀ ଜମିକୁ ବିନା ଦେୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଆଜି ଅନୁମୋଦନ ଦେଇଛନ୍ତି।

ବାଲେଶ୍ୱରର ରେମୁଣା ତହସିଲ ଅନ୍ତର୍ଗତ ସମଲପୁର ଗାଁରେ ୧୨ଏକର ଓ ବାମପଦା ଗାଁରେ ୧୨.୯୧ ଏକର ସରକାରୀ ଜମିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏହି ସାଟେଲାଇଟ୍ କେନ୍ଦ୍ର ନିମନ୍ତେ ହସ୍ତାନ୍ତର କରାଯିବାକୁ ନିଷ୍ପତ୍ତି ହୋଇଛି। ଅବଶ୍ୟ ୨୦୧୬ ମସିହାରୁ ରାଜ୍ୟ ସରକାର ଏହି ଜମି ଚିହ୍ନଟ କରାଇଛନ୍ତି ଓ ସେଠାରେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ୨୦୧୭ ଜୁଲାଇ ୮ତାରିଖରୁ ପ୍ରତି ଶନିବାର ଡିଆରଡିଓ ପରିସରରେ ଅସ୍ଥାୟୀ ଭାବେ ଏହି ସାଟେଲାଇଟ୍ ସେଣ୍ଟରର ଓପିଡି କାର୍ଯ୍ୟ କରୁଥିଲା। ତେବେ ଗତବର୍ଷ କୋଭିଡ୍ ମହାମାରୀ ସଂକ୍ରମଣ ପରେ ଏହି ଓପିଡି ବନ୍ଦ ହୋଇଯାଇଛି।

ସୂଚନାଯୋଗ୍ୟ, ୨୦୧୩ ମସିହାରେ ୟୁପିଏ ସରକାର ବାଲେଶ୍ୱରରେ ଏମ୍ସ ସାଟେଲାଇଟ୍ ସେଣ୍ଟର ସ୍ଥାପନ ନେଇ ଘୋଷଣା କରିଥିଲେ। ୨୦୧୪ ମସିହାରେ ଏନଡିଏ ସରକାର ଏହି ୩୦୦ବେଡ୍ ବିଶିଷ୍ଟ ସାଟେଲାଇଟ୍ ସେଣ୍ଟର ନିମନ୍ତେ ୩୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିଥିଲେ । ଏବେ ଏହି ସାଟେଲାଇଟ୍ କେନ୍ଦ୍ରରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି।

ସେହିପରି ଓଡ଼ିଶା ଭିନ୍ନକ୍ଷମ ପୁନର୍ବାସ ସେବା ନିୟମ-୨୦୧୧ କୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିବା ସହ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ( ରିହାବିଲିସନ ପ୍ରଫେସନାଲ) ନୂଆ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନିୟମ ରାଜ୍ୟର ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଗୁଡ଼ିକରେ ପୁନର୍ବାସ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ। ଏହି ନିୟମ ଅଧୀନରେ ରାଜ୍ୟର ୮ଟି ଜିଲ୍ଲା ଯଥା-ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର, କନ୍ଧମାଳ, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ ଓ ନବରଙ୍ଗପୁର ଜିଲ୍ଲାରେ ୬୪ଟି ପ୍ରଶିକ୍ଷିତ ପୁନର୍ବାସ କର୍ମଚାରୀ ପଦବୀ ସୃଷ୍ଟି କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଏବେ କାର୍ଯ୍ୟରତ ୩୭ଜଣ ପୁନର୍ବାସ କର୍ମଚାରୀଙ୍କୁ ମଧ୍ୟ ଏହି ନୂଆ କ୍ୟାଡ଼ରର ଅନ୍ତର୍ଭୁକ୍ତ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story