ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ସରକାର, ହିସାବ ଦେଲେ ସୂଚନାକର୍ମୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୀତିମତ ପ୍ରୟାସ ଓ ସଂଘର୍ଷ ପରେ ରାଜ୍ୟରେ ୨୦୧୯ ମସିହାରେ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ସାମାନ୍ୟତମ ଭୃକ୍ଷେପ କରୁନାହାନ୍ତି କି ପାଳନ ମଧ୍ୟ କରୁନାହାନ୍ତି ବୋଲି ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି। ଲୋକାୟୁକ୍ତଙ୍କ ଦ୍ୱାରା ବିଚାର ହୋଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ୫ଟି ମାମଲାର ହିସାବ ଦେଇ ସୂଚନା ଅଧିକାର କର୍ମୀମାନେ ଆଜି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ସୂଚନା ଅଧିକାର କର୍ମୀ […]

Odisha Lokayukta

Odisha Lokayukta

Manoranjan Sial
  • Published: Thursday, 19 November 2020
  • Updated: 19 November 2020, 10:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୀତିମତ ପ୍ରୟାସ ଓ ସଂଘର୍ଷ ପରେ ରାଜ୍ୟରେ ୨୦୧୯ ମସିହାରେ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହୋଇଥିଲେ ମଧ୍ୟ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ସାମାନ୍ୟତମ ଭୃକ୍ଷେପ କରୁନାହାନ୍ତି କି ପାଳନ ମଧ୍ୟ କରୁନାହାନ୍ତି ବୋଲି ସୂଚନା ଅଧିକାର କର୍ମୀମାନେ ଅଭିଯୋଗ କରିଛନ୍ତି। ଲୋକାୟୁକ୍ତଙ୍କ ଦ୍ୱାରା ବିଚାର ହୋଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିବା ୫ଟି ମାମଲାର ହିସାବ ଦେଇ ସୂଚନା ଅଧିକାର କର୍ମୀମାନେ ଆଜି ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ନିଜର ସହଯୋଗୀମାନଙ୍କ ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବିଭିନ୍ନ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ତଥା ଅନିୟମିତତାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ସରକାର ସୁରକ୍ଷା ଦେଉଛନ୍ତି। ଲୋକାୟୁକ୍ତ ଏସବୁ ମାମଲାରେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଲେ ମଧ୍ୟ ସରକାର ତାହା ପାଳନ ନକରି ଓଲଟା ସେମାନଙ୍କର ସୁରକ୍ଷାକବଚ ପାଲଟିଛନ୍ତି। ୨୦୧୩ ମସିହାରେ କେନ୍ଦ୍ରରେ ଲୋକାୟୁକ୍ତ ଗଠନ ହେବାପରେ ୫ବର୍ଷର ରୀତିମତ ପ୍ରୟାସ ଓ ସଂଘର୍ଷ ପରେ ଓଡ଼ିଶାରେ ୨୦୧୮ ମସିହାରେ ଲୋକାୟୁକ୍ତ ଗଠନ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଥିଲା। ୨୦୧୯ରେ ଲୋକାୟୁକ୍ତ କାର୍ଯ୍ୟକ୍ଷମ ହୋଇଥିଲେ। ଇତିମଧ୍ୟରେ ୨ବର୍ଷ ବିତିଯାଇଥିଲେ ମଧ୍ୟ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନାହାନ୍ତି। ବିଭିନ୍ନ ଦୁର୍ନୀତି ଓ ଅନିୟମିତତା ମାମଲାର ଶୁଣାଣି କରି ଲୋକାୟୁକ୍ତ ଯେଉଁ ନିର୍ଦ୍ଦେଶନାମା ଦେଉଛନ୍ତି ତା’ର ପାଳନକୁ କିଏ ସୁନିଶ୍ଚିତ କରିବ ବୋଲି ସୂଚନାକର୍ମୀମାନେ ପ୍ରଶ୍ନ କରିଛନ୍ତି।

ଲୋକାୟୁକ୍ତରେ ଶୁଣାଣି ହୋଇ ସରକାରଙ୍କୁ ୫ଟି ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶନାମା ସମ୍ପର୍କରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, କଟକ ଜିଲ୍ଲାର ନିଆଳି ବ୍ଲକସ୍ଥିତ ଅଁଳ ପଂଚାୟତର ସରପଂଚ ଓ ନିର୍ବାହୀ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଲୋକାୟୁକ୍ତ ଦଣ୍ଡିତ କରିଥିଲେ। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ପଂଚାୟତିରାଜ ବିଭାଗ ନିଲମ୍ବନ କରିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସରପଂଚଙ୍କୁ ପୁଣିଥରେ ସରକାର ଅବସ୍ଥାପିତ କରିଛନ୍ତି। କେଉଁ କାରଣ ପାଇଁ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ସରପଂଚଙ୍କୁ ପୁନଃ ଅବସ୍ଥାପିତ କରାଗଲା ତାହା ଜଣାପଡ଼ିଲା ନାହିିଁ। ତେବେ ଏବେ ପୁଣିଥରେ ଲୋକାୟୁକ୍ତ ସମ୍ପୃକ୍ତ ସରପଂଚଙ୍କୁ ନିଲମ୍ବନ କରିବା ନିମନ୍ତେ ୩ମାସ ସମୟସୀମା ସରକାରଙ୍କୁ ଦେଇଛନ୍ତି।

ସେହିପରି ଯାଜପୁର ଜିଲ୍ଲାର ତହସିଲରେ ୫କୋଟି ଟଙ୍କା ସରକାରୀ ଅର୍ଥ ହରିଲୁଟ୍ ହୋଇଛି। ୧୦ବର୍ଷ ଧରି ୮ଜଣ ତହସିଲଦାରଙ୍କ ସମେତ ମୋଟ ୧୬ଜଣ କର୍ମଚାରୀ ଏହି ଅର୍ଥ ଲୁଟିଛନ୍ତି। ଏହି ଆର୍ଥିକ ଅନିୟମିତତାର ସ୍ୱତନ୍ତ୍ର ଅଡିଟ୍ ହେଲା, ଲୋକାୟୁକ୍ତ ମାମଲାର ଶୁଣାଣି କରି ଭିଜିଲାନ୍ସ ବିଭାଗକୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଲେ। କିନ୍ତୁ ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ବି ଭିଜିଲାନ୍ସ ବିଭାଗ କାହା ବିରୁଦ୍ଧରେ ଏଫଆଇଆର ବି ରୁଜୁ କରିପାରିନି।

ସେହିପରି ସମ୍ବଲପୁରରେ ୨୦୧୨-୧୩ ମସିହାରେ ଜେଲ ୱାର୍ଡର ନିଯୁକ୍ତିରେ ଅନିୟମିତତା ବିରୁଦ୍ଧରେ ଶୁଣାଣି କରି ଲୋକାୟୁକ୍ତ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଭିଜିଲାନ୍ସ ବିଭାଗ ଏହି ଘଟଣାରେ ଏଫଆଇଆର ରୁଜୁ କଲା। କିନ୍ତୁ ଏହି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି। ଯେଉଁଥିପାଇଁ ପୀଡ଼ିତା ମହିଳା ନିଜର ହକରୁ ବଂଚିତ ହୋଇ ରହିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story