ଗୃହକୁ ତଥ୍ୟ ଲୁଚାଉଛି ଗୃହ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ବିରୋଧୀ ହିଂସା ଉଦବେଗଜନକ ଭାବେ ବୃଦ୍ଧି ପାଉଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗୃହ ବିଭାଗର ନିଦ ଭାଙ୍ଗୁନି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ମହିଳାବିରୋଧୀ ହିଂସା ଉପରେ ନିୟନ୍ତ୍ରଣ ରଖିବା ତ ଦୂରର କଥା ରାଜ୍ୟରେ କେଉଁସବୁ ସ୍ଥାନରେ କେତେ ମହିଳାବିରୋଧୀ ହିଂସା ଓ ନିର୍ଯାତନା ହୋଇଛି ତା’ର ମଧ୍ୟ ଡାଟାବେସ୍ ରଖିବାକୁ ଗୃହ ବିଭାଗ ଆଗ୍ରହ ଦେଖାଇ ନାହିଁ। ଓଲଟା ‘ଫାଇଭ-ଟି’ ଓ […]

odisha-assamble-1-750x430

odisha-assamble-1-750x430

Manoranjan Sial
  • Published: Monday, 24 February 2020
  • Updated: 24 February 2020, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ମହିଳା ବିରୋଧୀ ହିଂସା ଉଦବେଗଜନକ ଭାବେ ବୃଦ୍ଧି ପାଉଛି ବୋଲି ବାରମ୍ବାର ଅଭିଯୋଗ ସତ୍ତ୍ୱେ ଗୃହ ବିଭାଗର ନିଦ ଭାଙ୍ଗୁନି। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୀନରେ ଥିବା ଗୃହ ବିଭାଗ ମହିଳାବିରୋଧୀ ହିଂସା ଉପରେ ନିୟନ୍ତ୍ରଣ ରଖିବା ତ ଦୂରର କଥା ରାଜ୍ୟରେ କେଉଁସବୁ ସ୍ଥାନରେ କେତେ ମହିଳାବିରୋଧୀ ହିଂସା ଓ ନିର୍ଯାତନା ହୋଇଛି ତା’ର ମଧ୍ୟ ଡାଟାବେସ୍ ରଖିବାକୁ ଗୃହ ବିଭାଗ ଆଗ୍ରହ ଦେଖାଇ ନାହିଁ। ଓଲଟା ‘ଫାଇଭ-ଟି’ ଓ ‘ମୋ ସରକାର’ର ସ୍ଲୋଗାନ ଦେଇ ପୁଲିସ ବିଭାଗର କାର୍ଯ୍ୟ କରିବାର ଶୈଳୀରେ ସୁଧାର ଆସିଛି ବୋଲି ଖୋଦ୍ ସରକାରୀସ୍ତରରେ ପ୍ରଚାର କରାଯାଉଛି। ମହିଳାବିରୋଧୀ ହିଂସା ପ୍ରତି ଗୃହ ବିଭାଗ କେତେ ସମ୍ବେଦନଶୀଳ ତା’ର ପ୍ରମାଣ ଆଜି ବିଧାନସଭାରେ ମିଳିଛି। ମୁଖ୍ୟମନ୍ତ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ସରକାର ଦେବା ପରିବର୍ତ୍ତେ ତଥ୍ୟ ସଂଗ୍ରହ ଆଳ ଦେଖାଇ ଖସିବାକୁ ଚେଷ୍ଟା କରିଥିବା ଜଣାପଡ଼ିଛି। ଆଜି ବିଜେଡି ବିଧାୟକ ସୁଧୀର କୁମାର ସାମଲ ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମହିଳା ହିଂସା ବିରୋଧୀ ଦୁଇଟି ଭିନ୍ନ ଭିନ୍ନ ପ୍ରଶ୍ନ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲେ।

ବିଜେଡି ବିଧାୟକ ଶ୍ରୀ ସାମଲ ତାଙ୍କ ପ୍ରଶ୍ନରେ ପଚାରିଥିଲେ ଯେ, ‘ଗତ ୫ବର୍ଷ ମଧ୍ୟରେ ରାଜ୍ୟରେ କେତେ ଲୋକେ ଆତ୍ମହତ୍ୟା କରିଛନ୍ତି ଓ ସେଥିରେ ମହିଳାଙ୍କ ସଂଖ୍ୟା କେତେ ତା’ର ଜିଲ୍ଲାୱାରି ଓ ବର୍ଷୱାରି ତାଲିକା ସହ ଆତ୍ମହତ୍ୟାପ୍ରବଣତାକୁ ହ୍ରାସ ପାଇଁ ସରକାର କ’ଣ ପଦକ୍ଷେପ ନେଉଛନ୍ତି ତାହା ଜଣାଇବାକୁ କହିଥିଲେ। ରାଜ୍ୟ ସରକାର ଆତ୍ମହତ୍ୟା ଓ ଅନ୍ୟାନ୍ୟ ଅପରାଧ ସଂକ୍ରାନ୍ତରେ ତଥ୍ୟକୁ ପ୍ରତିବର୍ଷ ଶ୍ୱେତପତ୍ର ମାଧ୍ୟମରେ ଜାରି କରୁଥିଲେ ମଧ୍ୟ ଏହି ତଥ୍ୟ ଦେବାକୁ ଉଚିତ୍ ମଣିନାହାନ୍ତି।

ସେହିପରି କଂଗ୍ରେସ ବିଧାୟକ ଶ୍ରୀ ବାହିନୀପତି ରାଜ୍ୟରେ କ୍ରମାଗତ ନାବାଳିକା ଓ ଶିଶୁ କନ୍ୟାଙ୍କ ସହ ଦୁଷ୍କର୍ମ ଓ ଗଣଦୁଷ୍କର୍ମ କାହିଁକି ହେଉଛି ଓ ୨୦୧୪ ମସିହା ପରଠୁ ଏସବୁ ଜଘନ୍ୟ ଅପରାଧର ପରିସଂଖ୍ୟାନ ମାଗିବା ସହ ଏଭଳି ଅପରାଧୀଙ୍କ ମଧ୍ୟରୁ କେତେ ଧରାପଡ଼ିଛନ୍ତି, କେତେ ଅଭିଯୁକ୍ତ ମୁକ୍ତ ହୋଇଛନ୍ତି ଓ କେତେ ଶାସ୍ତି ପାଇଛନ୍ତି ତାହା ଜଣାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ। ମାତ୍ର ଏହି ଦୁଇଟି ଯାକ ପ୍ରଶ୍ନର ଉତ୍ତର ବିଧାନସଭାରେ ରଖିବା ପରିବର୍ତ୍ତେ ସରକାରଙ୍କ ପକ୍ଷରୁ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ‘ତଥ୍ୟ ସଂଗ୍ରହ କରାଯାଉଛି’ ବୋଲି ଆଳ ଦେଖାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଅପରାଧର ତଥ୍ୟଗୁଡ଼ିକର କମ୍ପୁ୍ୟଟରୀକୃତ ଡାଟାବେସ୍ ପ୍ରସ୍ତୁତ କରାଯାଉଥିବାବେଳେ ଏସବୁ ତଥ୍ୟକୁ ବିଧାନସଭାରେ ଉପସ୍ଥାପିତ କରିବାରେ ସରକାର କାହିଁକି ପଛଘୁଞ୍ଚା ଦେଉଛନ୍ତି। କେବଳ ଦୁଷ୍କର୍ମ କିମ୍ବା ଆତ୍ମହତ୍ୟାର ତଥ୍ୟ ନୁହେଁ ଦୁର୍ନୀତି ପ୍ରସଙ୍ଗରେ ମଧ୍ୟ ବିଜେଡି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ “ଜିରୋ-ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀ ନେଇଥିବା ଫାଇଭ-ଟି ଓ ମୋ ସରକାର କାର୍ଯ୍ୟକ୍ରମ ପ୍ରଶାସନିକ ସେବା ସ୍ତରରେ କ’ଣ ପ୍ରଭାବ ପକାଇଛି ବୋଲି” ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତର ସରକାର ରଖିବା ପରିବର୍ତ୍ତେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହି ଖସିଯିବାକୁ ଚେଷ୍ଟା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story