‘ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦୀର୍ଘ ୧୯ ଦିନ ଧରି ଚାଲିଛି ଆନ୍ଦୋଳନ। ଆଜିଠାରୁ ଚାଷୀମାନେ ଆମରଣ ଅନଶନରେ ବସୁଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ। ଚାଷୀ ଆନ୍ଦୋଳନ ଓ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ରଖିଲେ ମତ ରଖି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି-“କୃଷି ଅଧ୍ୟାଦେଶ ଆସିବା ପୂର୍ବରୁ […]

aparajita-sadangi

aparajita-sadangi

Manoranjan Sial
  • Published: Monday, 14 December 2020
  • Updated: 14 December 2020, 09:53 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦୀର୍ଘ ୧୯ ଦିନ ଧରି ଚାଲିଛି ଆନ୍ଦୋଳନ। ଆଜିଠାରୁ ଚାଷୀମାନେ ଆମରଣ ଅନଶନରେ ବସୁଥିବା ବେଳେ ସ୍ପଷ୍ଟୀକରଣ ରଖିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ କହିଛନ୍ତି, ସରକାର ଚାଷୀଙ୍କ ସହ ରହିଛି, ରହୁଛି ଓ ଆଗାମୀ ଦିନରେ ରହିବ।

ଚାଷୀ ଆନ୍ଦୋଳନ ଓ ଏହା ପଛର ଉଦ୍ଦେଶ୍ୟ ସମ୍ପର୍କରେ ରଖିଲେ ମତ ରଖି ଶ୍ରୀମତି ଷଡ଼ଙ୍ଗୀ କହିଛନ୍ତି-“କୃଷି ଅଧ୍ୟାଦେଶ ଆସିବା ପୂର୍ବରୁ ଚାଷୀ ସଂଗଠନ ସହ ଆଲୋଚନା ହୋଇଥିଲା। ଲୋକସଭାରେ ବିଲ୍‌ ଆଗତ ପରେ ୩ ଦିନ ବିତର୍କ ହେଲା। ଆଲୋଚନାରେ ବିପକ୍ଷ ନେତାମାନଙ୍କର ମତାମତ ମଧ୍ୟ ନିଆଯାଇଥିଲା। ୩ କୃଷି ଆଇନ ଜରିଆରେ ସରକାର ଉଦାରୀକରଣ କରିଛନ୍ତି। ଏହା ଦ୍ୱାରା ଚାଷୀ ଉତ୍ପାଦନର ଅଧିକ ମୂଲ୍ୟ ପାଇବ। ଯାହାକୁ ଇଚ୍ଛା ବିକ୍ରି କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଚାଷୀଙ୍କ କଲ୍ୟାଣ ପାଇଁ ଠିଆ ହୋଇଛି। ସ୍ୱତନ୍ତ୍ର କିଷାନ ଓ ସଶକ୍ତ କିଷାନ ଠିଆ କରିବା ସରକାରଙ୍କ ଲକ୍ଷ୍ୟ। ସରକାର ଚାଷୀଙ୍କ ସହ ରହିଛି, ରହୁଛି, ଆଗାମୀ ଦିନରେ ରହିବ।”

ମଣ୍ଡି ଓ MSP ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଅପରାଜିତା। ସେ କହିଛନ୍ତି-“ମଣ୍ଡି ଉଠିବାର ପ୍ରଶ୍ନ ଉଠୁନି। ମଣ୍ଡି ଥିଲା, ଅଛି, ଆଗକୁ ରହିବ। MSP ଉଠିବା କଥା ଭୁଲ। କେହି କହି ନାହାନ୍ତି MSP ଉଠିବ।”

ସେ ଆହୁରି କହିଛନ୍ତି-“ଆମ ଦେଶରେ ପ୍ରାୟ ୧୦ କୋଟି ଚାଷୀ ଅଛନ୍ତି। କୁହାଯାଉଛି ପ୍ରାୟ ୨ ଲକ୍ଷ ଚାଷୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଏହାର ଅର୍ଥ ମୋଟ୍‌ ସଂଖ୍ୟାର ମାତ୍ର ୦.୨% ଚାଷୀ ଆନ୍ଦୋଳନ କରୁଛନ୍ତି। ଏଥିରେ ଅଧିକାଂଶ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ଚାଷୀ ଥିବା କୁହାଯାଉଛି। ଏମାନେ ବଡ଼ ବଡ଼ ଚାଷୀ। ଏମାନଙ୍କ ପାଖରେ ୫ରୁ ୧୦ ହେକ୍ଟରରୁ ଅଧିକ ଜମି ରହିଛି। ଚାଷୀ ଆନ୍ଦୋଳନ ନାଁରେ ଆଜି ଯେଉଁମାନେ ଗଣ୍ଡଗୋଳ କରୁଛନ୍ତି, ସେମାନେ ମିଡିଲ ମ୍ୟାନ। କୌଣସି ମୁଦ୍ଦା ନ ଥିବାରୁ କଂଗ୍ରେସ ସହ ମିଶି ବିରୋଧୀ ବିରୋଧ କରୁଛି। ମୋଦିଙ୍କ ବିପକ୍ଷରେ ମୁଦ୍ଦା ନାହିଁ, ଅସ୍ଥିତ୍ୱ ବଞ୍ଚାଇବାକୁ ଆନ୍ଦୋଳନ କରୁଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos