ରାଜ୍ୟରେ ହତ୍ୟା, ଦୁଷ୍କର୍ମ, ଦଙ୍ଗା ବଢ଼ିଛି: ମିଛ ମାମଲାର ବି ହିସାବ ଦେଲେ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ସରକାର ଆଜି ଶ୍ୱେତପତ୍ରରେ ଦାବି କରିଥିଲେ ମଧ୍ୟ ବାସ୍ତବରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା ଓ ଦଙ୍ଗା ଭଳି ଧର୍ତ୍ତବ୍ୟ ଅପରାଧ ବଢ଼ିଛି। ୨୦୨୦ ମସିହାରେ ପ୍ରତିଦିନ ହାରାହାରି ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଛି। ୨୦୧୯ରେ ମୋଟ ୧ଲକ୍ଷ ୨୧ହଜାର ୫୨୫ଟି ମାମଲା ରୁଜୁ ହୋଇଥିବାବେଳେ କରୋନା ମହାମାରୀର ବର୍ଷ ୨୦୨୦ ମସିହାରେ ଅପେକ୍ଷାକୃତ […]

New Hunting Ground

New Hunting Ground

Ordigital Desk
  • Published: Friday, 26 March 2021
  • Updated: 26 March 2021, 10:23 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୨୦ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ସରକାର ଆଜି ଶ୍ୱେତପତ୍ରରେ ଦାବି କରିଥିଲେ ମଧ୍ୟ ବାସ୍ତବରେ ରାଜ୍ୟରେ ଦୁଷ୍କର୍ମ, ହତ୍ୟା ଓ ଦଙ୍ଗା ଭଳି ଧର୍ତ୍ତବ୍ୟ ଅପରାଧ ବଢ଼ିଛି। ୨୦୨୦ ମସିହାରେ ପ୍ରତିଦିନ ହାରାହାରି ୮ଟି ଦୁଷ୍କର୍ମ ଓ ୪ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଛି। ୨୦୧୯ରେ ମୋଟ ୧ଲକ୍ଷ ୨୧ହଜାର ୫୨୫ଟି ମାମଲା ରୁଜୁ ହୋଇଥିବାବେଳେ କରୋନା ମହାମାରୀର ବର୍ଷ ୨୦୨୦ ମସିହାରେ ଅପେକ୍ଷାକୃତ ୧୨ ହଜାର ୭୦୫ଟି ଅଧିକ ମାମଲା ରୁଜୁ ହୋଇଛି। ଏସବୁ ବ୍ୟତୀତ ରାଜ୍ୟରେ ୨୦୨୦ ମସିହାରେ ୪୯୨୫ଟି ମିଛ ମାମଲା ରୁଜୁ ହୋଇଥିବା ଶ୍ୱେତପତ୍ରରେ ଦର୍ଶାଯାଇଛି। ପ୍ରଥମଥର ପାଇଁ ଶ୍ୱେତପତ୍ରରେ ମିଛ ମାମଲାର ସଂଖ୍ୟା ଉଲ୍ଲେଖ ରହିଛି।

ରାଜ୍ୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଧାନସଭାରେ ୨୦୨୦ ମସିହାର ଶ୍ୱେତପତ୍ର ଜାରି ହୋଇଛି । ରାଜ୍ୟରେ ଅପରାଧର ସ୍ଥିତିକୁୂ ନେଇ ଏହି ଶ୍ୱେତପତ୍ରରେ ୨୦୨୦ ମସିହା ମୋଟାମୋଟି ଶାନ୍ତିପୂର୍ଣ୍ଣ ଥିଲା ବୋଲି ଦାବି କରାଯାଇଛି। ତେବେ ୨୦୨୦ ମସିହାରେ ମୋଟ ୧ଲକ୍ଷ ୩୪ହଜାର ୨୩୦ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ୧ଲକ୍ଷ ୧୦ହଜାର ୭୪୧ଟି ମାମଲା ଆଇପିସିର ବିଭିନ୍ନ ଦଫାରେ ପଞ୍ଜିକୃତ ହୋଇଛି। ଏହି ମୋଟ ପଞ୍ଜିକୃତ ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୨୯ହଜାର ୩୦୫ଟି ମାମଲା ସତ୍ୟ ଥିବାବେଳେ ସେଥିରୁ ୯୩୨୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି।

ସେହିପରି ୨୦୨୦ ମସିହାରେ ରାଜ୍ୟରେ ମୋଟ ୧୪୭୦ଟି ହତ୍ୟା ମାମଲା, ୨୯୮୪ଟି ଦୁଷ୍କର୍ମ ମାମଲା, ୨୦୫୯ଟି ଦଙ୍ଗା, ୩୫୨୪ଟି ପ୍ରତାରଣା, ୪୦୮୮ଟି ଯୌତୁକ ମାମଲା, ୫୧୪ଟି ଡକାୟତି, ୯୮୧୭ଟି ରାସ୍ତା ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଛି। ତେବେ ୨୦୧୯ ମସିହାରେ ୧୩୫୬ଟି ହତ୍ୟା, ୧୯୯୩ଟି ଦଙ୍ଗା ଓ ୨୯୫୦ଟି ବଳାତ୍କାର ମାମଲା ରୁଜୁ ହୋଇଥିବାବେଳେ ୧୧୦୬୪ଟି ସଡ଼କ ଦୁର୍ଘଟଣା ମାମଲା ପଞ୍ଜିକୃତ ହୋଇଥିଲା। ସେହିପରି ୨୦୨୦ ମସିହାରେ ପୁଲିସ ପକ୍ଷରୁ ୧୮ଥର ଗୁଳିଚାଳନା କରାଯାଇଛି। କେତେକ ବିରୋଧୀ ରାଜନୀତିକ ଦଳ ଓ ସେମାନଙ୍କର ସାମ୍ମୁଖ୍ୟ ସଂଗଠନ ଓ କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟର ବିଭିନ୍ନ ସ୍ଥାନରେ ୧୩୮ଥର ରାସ୍ତାରୋକ, ୭ଥର ରେଳରୋକ, ୭୪୫ଥର ଧାରଣା, ୨୭୭ଥର ରାଲି ,୭୬୩ଥର ବିକ୍ଷୋଭ, ୯୦ଥର ଅନଶନ, ୩୧ଥର ବନ୍ଦ ଓ ୨୧ଥର ଘେରାଉ କରିଥିଲେ। ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ଅପ୍ରୀତିକର ପରିସ୍ଥିତି ଉପୁଜି ନଥିଲା ବୋଲି ଶ୍ୱେତପତ୍ରରେ ଦାବି କରାଯାଇଛି। ସେହିପରି ୨୦୨୦ ମସିହାରେ ମାଓବାଦୀଙ୍କ ସହ ସଂଗଠିତ ୨୭ଥର ଗୁଳି ବିନିମୟ ଘଟଣା ସମେତ ରାଜ୍ୟରେ ମୋଟ ୪୧ଟି ମାଓବାଦୀ ହିଂସାଜନିତ ଘଟଣା ହୋଇଛି । ଯେଉଁଥିରେ ୭ଜଣ ସାଧାରଣ ଲୋକଙ୍କ ପ୍ରାଣହାନି ହୋଇଥିବାବେଳେ ୨ଜଣ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ।

ସେହିପରି ୨୦୨୦ ମସିହାରେ ୨୧୬୬ଟି ଲୁଣ୍ଠନ ମାମଲା, ୪୫୦୦ ସିନ୍ଧିଚୋରି, ୧୦୪୧୨ଟି ଚୋରି ମାମଲା ପଞ୍ଜିକୃତ ହୋଇଛି। ୨୦୨୦ ମସିହାରେ ହୋଇଥିବା ୧୦୪୧୨ଟି ଚୋରି ମାମଲା ମଧ୍ୟରୁ ୩୭୭୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୧୮କୋଟି ୮୩ଲ୪ ଟଙ୍କାର ଚୋରି ସମ୍ପତ୍ତିକୁ ଉଦ୍ଧାର କରାଯାଇଛି। ୨୦୨୦ ମସିହାରେ କୋଭିଡ୍ ମହାମାରୀ ପରିଚାଳନା କରି ୮୯୦୨ଜଣ ପୁଲିସ କର୍ମୀ ସଂକ୍ରମିତ ହୋଇଥିବାବେଳେ ୪୮ଜଣ ପ୍ରାଣ ହରାଇଛନ୍ତି । କୋଭିଡରୁ ସୁସ୍ଥ ହେବାପରେ ୧୦୦୨ଜଣ ପୁଲିସ କର୍ମୀ ପ୍ଲାଜମା ଦାନ କରିଥିଲେ। ଏସବୁ ବ୍ୟତୀତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ୨ଟି ଉପନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହୋଇଛି ବୋଲି ଶ୍ୱେତପତ୍ରରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story