ଆନ୍ଧ୍ର ମନମାନି କରୁଛି, ଓଡ଼ିଶା ସରକାର ଚୁପ୍:  ଭୃଗୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆନ୍ଧ୍ର ଆମ ରାଜ୍ୟ ସୀମାରେ ମନମାନି କରୁଛି। ହେଲେ ଓଡ଼ିଶା ସରକାର ଚୁପ୍।  ଆନ୍ଧ୍ର ସହ ସୀମା ବିବାଦକୁ ନେଇ ରାଜ୍ୟ ବିଜେପି ସଭାପତି ଭୃଗୁ ବକ୍ସିପାତ୍ର ପ୍ରେସ୍‌ମିଟ୍‌ରେ ଏଭଳି ଅଭିଯୋଗ ଉଠାଇଛନ୍ତି।  ଆମ ମୁଖ୍ୟମନ୍ତ୍ରୀ କିମ୍ବା ଡ଼ିଜିପି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏପର୍ଯ୍ୟନ୍ତ କଥା ହେଲେନି। ତେଣୁ ଆନ୍ଧ୍ର ସରକାର ମନମାନି କରୁଛି।  ମୁଖ୍ୟ ଶାସନ ସଚିବ ମହେନ୍ଦ୍ରଗିରି ପରିଦର୍ଶନ କଲେ। ତାରାତାରିଣୀ ମନ୍ଦିର ବୁଲି ଦେଖିଲେ  । ହେଲେ ମହେନ୍ଦ୍ରଗିରି ଆରପଟେ […]

bhrugu_baxipatra_bjp_FINAL

Tapas Behera
  • Published: Sunday, 12 September 2021
  • , Updated: 12 September 2021, 04:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆନ୍ଧ୍ର ଆମ ରାଜ୍ୟ ସୀମାରେ ମନମାନି କରୁଛି। ହେଲେ ଓଡ଼ିଶା ସରକାର ଚୁପ୍।  ଆନ୍ଧ୍ର ସହ ସୀମା ବିବାଦକୁ ନେଇ ରାଜ୍ୟ ବିଜେପି ସଭାପତି ଭୃଗୁ ବକ୍ସିପାତ୍ର ପ୍ରେସ୍‌ମିଟ୍‌ରେ ଏଭଳି ଅଭିଯୋଗ ଉଠାଇଛନ୍ତି।  ଆମ ମୁଖ୍ୟମନ୍ତ୍ରୀ କିମ୍ବା ଡ଼ିଜିପି ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏପର୍ଯ୍ୟନ୍ତ କଥା ହେଲେନି। ତେଣୁ ଆନ୍ଧ୍ର ସରକାର ମନମାନି କରୁଛି।  ମୁଖ୍ୟ ଶାସନ ସଚିବ ମହେନ୍ଦ୍ରଗିରି ପରିଦର୍ଶନ କଲେ। ତାରାତାରିଣୀ ମନ୍ଦିର ବୁଲି ଦେଖିଲେ  । ହେଲେ ମହେନ୍ଦ୍ରଗିରି ଆରପଟେ ଥିବା ମାଣିକପାଟଣା ଗାଁକୁ ଗଲେ ନାହିଁ ।

ଓଡ଼ିଶା ସରକାର ଏନେଇ ପଦକ୍ଷେପ ନେଉନାହାନ୍ତି ବୋଲି ଭୃଗୁ ଅଭିଯୋଗ କରିଛନ୍ତି । ଆନ୍ଧ୍ର ପୁଲିସ ଓଡିଶା ସୀମାରେ ପଶି ନିୟମିତ ପାଟ୍ରୋଲିଂ କରୁଛି । ଗ୍ରାମବାସୀଙ୍କୁ ଭୟଭୀତ କରୁଛନ୍ତି। ଏମିତିକି ପ୍ରତିବାଦ କଲେ ଗୁଳି କରିଦେବେ କହୁଛନ୍ତି ।  ତୁରନ୍ତ ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ଭ୍ରୁଗୁ ବକ୍ସିପାତ୍ର ।  ତେବେ ବିଜେପିର ଅଭିଯୋଗ ନେଇ ଶାସକ ଦଳ ନେତାଙ୍କ ପ୍ରତିକ୍ରିୟା ମିଳିପାରିନି।  ଦୁଇ ଦିନ ପୂର୍ବେ ଗଜପତି ରାୟଗଡ଼ ବ୍ଲକ୍ ମାଣିକପାଟଣା ଗାଁରେ ଉଦ୍ଧତାମୀର ସୀମା ଟପିଛି ଆନ୍ଧ୍ର ।

ଏଠାରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ନିର୍ମାଣ ହୋଇ ବନ୍ଦ ଥିବା ଏକ ଅଙ୍ଗନୱାଡି ସେଣ୍ଟରକୁ ପୁଣି ଥରେ ଖୋଲାଇଛନ୍ତି ଖୋଦ୍ ଆନ୍ଧ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଏସ୍. ଆପୋଲୋ ରାଜୁ । ଖାଲି ଖୋଲି ନାହାନ୍ତି ଖୋଲାଖୋଲି ଧମକ ବି ଦେଇଛନ୍ତି । ସେଣ୍ଟରକୁ ପୁଣି ଥରେ ବନ୍ଦ କରିବାକୁ ଚେଷ୍ଟା କଲେ ଓଡିଶା ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିବା ସେଣ୍ଟରକୁ ଉଡାଇଦେବି।  ଆଉ ଯିଏ ବନ୍ଦ କରିବା ତାକୁ ଅଟକ ରଖାଯିବ ବୋଲି ଧମକ ଦେଥିଲେ। ମାଣିକପାଟଣା ଗ୍ରାମରେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁଷା ମଣ୍ଡଳ ଅଧୀନରେ ଥିବା ଆଇସିଡିଏସ୍‌ ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଥିଲା। ସେପ୍ଟେମ୍ବର ୩ ତାରିଖ ଦିନ ଗଜପତି ଜିଲ୍ଲା ପ୍ରଶାସନ ଏହାକୁ ବେଆଇନ ଦର୍ଶାଇ ସିଲ୍‌ କରାଯାଇଥିଲା।

ପରବର୍ତ୍ତୀ ସମୟରେ ୭ ତାରିଖ ଦିନ ଗଜପତି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ସେଠାରେ ପହଞ୍ଚି ଉପସ୍ଥିତ ଥିବା ଆନ୍ଧ୍ର ମଞ୍ଜୁଷା ମଣ୍ଡଳର କିଛି ଅଧିକାରୀଙ୍କ ସହ ‌ଆଲୋଚନା କରି ଓଡ଼ିଶା ସୀମା ମଧ୍ୟରେ ଆନ୍ଧ୍ର ସରକାରଙ୍କ କୌଣସି ପ୍ରକାର ସ୍ଥାୟୀ କିମ୍ବା ଅସ୍ଥାୟୀ ନିର୍ମାଣ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏହା ପରେ ଆନ୍ଧ୍ରର ପଲାସା ବିଧାୟକ ତଥା ମନ୍ତ୍ରୀ ଏସ୍‌.ଆପ୍ପାଲାରାଜୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସୀମାରେ ଥିବା ଓଡ଼ିଶାର ଗଙ୍ଗାବାଡ଼ ପଞ୍ଚାୟତରେ ନିଜର ରାଜନୈତିକ ଆଧିପତ୍ୟ ସାବ୍ୟସ୍ତ କରିବାକୁ ଗତ ୯ ତାରିଖରେ ନିଜ ସମର୍ଥକ ଓ ଅଧିକାରୀଙ୍କ ସହ ଦଳବଳ ନେଇ ମାଣିକପାଟଣାରେ ପହଞ୍ଚି ଶକ୍ତି ପଦର୍ଶନ କରିଥିଲେ।

Related story