‘ମୋ ସରକାର’ ପାଇଁ ଗାଇଡଲାଇନ୍ ଜାରି, ସମସ୍ତଙ୍କୁ କଲ୍ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୧ ସୂତ୍ରୀୟ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ, କେଉଁସବୁ ବିଭାଗରେ ଏହା କାର୍ଯ୍ୟ କରିବ, ସାଧାରଣ ଲୋକଙ୍କ ଆପତ୍ତିଅଭିଯୋଗ କିଏ ଶୁଣିବେ ଓ ସେମାନଙ୍କୁ କିଏ ଫୋନ୍ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ […]

mo-sarkar

mo-sarkar

Manoranjan Sial
  • Published: Thursday, 03 October 2019
  • Updated: 03 October 2019, 08:54 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧୀ ଜୟନ୍ତୀରୁ ଥାନା ଓ ଡାକ୍ତରଖାନାରେ ଆରମ୍ଭ ହୋଇଥିବା ‘ମୋ ସରକାର’ କାର୍ଯ୍ୟକ୍ରମ ପାଇଁ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୧ ସୂତ୍ରୀୟ ଗାଇଡଲାଇନ୍ ଜାରି ହୋଇଛି। ଏହି ଗାଇଡଲାଇନରେ ‘ମୋ ସରକାର’ କାର୍ଯ୍ୟକ୍ରମ କିଭଳି ସଂଚାଳନ ହେବ, କେଉଁସବୁ ବିଭାଗରେ ଏହା କାର୍ଯ୍ୟ କରିବ, ସାଧାରଣ ଲୋକଙ୍କ ଆପତ୍ତିଅଭିଯୋଗ କିଏ ଶୁଣିବେ ଓ ସେମାନଙ୍କୁ କିଏ ଫୋନ୍ କରିବେ ସେ ସମ୍ପର୍କରେ ବିସ୍ତୃତ ଭାବେ ଉଲ୍ଲେଖ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଫୋନ୍ କରିବେ ନାହିଁ ଓ ବିକ୍ଷିପ୍ତ ଭାବେ ମୁଖ୍ୟମନ୍ତ୍ରୀ ଯାହାକୁ ଚାହିଁବେ ତାଙ୍କୁ ଫୋନ୍ କରିବେ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ‘ମୋ ସରକାର’ ଗାଇଡଲାଇନରେ ମୋଟ ୨୧ଟି ପଏଣ୍ଟ ରହିଛି। ବ୍ୟାପକ ପରିବର୍ତ୍ତନ ପାଇଁ ଫାଇଭ-ଟି କାର୍ଯ୍ୟକ୍ରମ ଅଧୀନରେ ମୋ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ। ସରକାରୀ ଅଫିସକୁ ବିଭିନ୍ନ ସେବା ପାଇଁ ଆସୁଥିବା ଲୋକଙ୍କ ପ୍ରତ୍ୟକ୍ଷ ମତାମତକୁ ବିକ୍ଷିପ୍ତ ଭାବେ ସଂଗ୍ରହ କରାଯାଇ କର୍ମଚାରୀଙ୍କ ବ୍ୟବହାର ଓ ବୃତ୍ତିଗତ ଦକ୍ଷତାରେ ପରିବର୍ତ୍ତନ ଆଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସରକାରୀ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟଧାରା ଓ ବ୍ୟବହାରରେ ଉନ୍ନତି ଆଣିବା ଏବଂ ଲୋକଙ୍କ ସମସ୍ୟା ପ୍ରତି ସରକାରୀ କର୍ମଚାରୀଙ୍କର ବୃତ୍ତିଗତ ଓ ନୈତିକ ଦୃଷ୍ଟିଭଙ୍ଗୀ ସହ କାର୍ଯ୍ୟପ୍ରଣାଳୀ ଜାଣିବା ପାଇଁ ରାଜ୍ୟ ସରକାର ଏହି ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା ଓ ସରକାରୀ ଅନୁଷ୍ଠାନର ପ୍ରକୃତ ମାଲିକ । ତେଣୁ ଏହି ବିଚାରଧାରାକୁ ଭିତ୍ତିକରି ସରକାରୀ ଅନୁଷ୍ଠାନକୁ ଆସୁଥିବା ପ୍ରତ୍ୟେକ ନାଗରିକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଓ ସେମାନଙ୍କର ସମସ୍ୟା ସମାଧାନ ପାଇଁ ସରକାରୀ କର୍ମଚାରୀମାନେ କିଭଳି ବୃତ୍ତିଗତ ଓ ସେବା ମନୋଭାବ ନେଇ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଅବଗତ ହେବା ନିମନ୍ତେ ଏହା ସଶକ୍ତିକରଣ ପଦକ୍ଷେପ।

‘ମୋ ସରକାର’ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଫୋନ୍ କରିବେ ନାହିଁ ବୋଲି ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କର ସହଯୋଗୀ ମନ୍ତ୍ରୀଗଣ, ବିଭାଗୀୟ ମୁଖ୍ୟ ଓ ବରିଷ୍ଠ ଅଧିକାରୀବୃନ୍ଦମାନେ ଫୋନ୍ କରିବେ। ଏବେ ଥାନା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ଗୃହ ରାଷ୍ଟ୍ରମନ୍ତ୍ରୀ, ପୁଲିସ ଡିଜି ଓ ପୁଲିସ ଡିଆଇଜିମାନେ ଫୋନ୍ କରିବେ। ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ନିର୍ଦ୍ଦେଶକ ଫୋନ୍ କରି ଲୋକଙ୍କ ଭଲମନ୍ଦ ବୁଝିବେ।

୨୦୨୦ ମାର୍ଚ୍ଚ ୫ତାରିଖରୁ ରାଜ୍ୟ ସରକାର ନିଜର ସମସ୍ତ ବିଭାଗରେ ମୋ ସରକାର କାର୍ଯ୍ୟକ୍ରମ ଲାଗୁ କରିବେ। ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟ ଓ ସେବା ସମ୍ପର୍କରେ ଟୋଲ୍ ଫ୍ରି ନମ୍ବର ୧୪୫୪୫କୁ ଫୋନ୍ କରି ଯେକେହି ନିଜର ଅଭିଯୋଗ କିମ୍ବା ପରାମର୍ଶ ଦେଇପାରିବେ । ତେବେ ଏହା ଅଭିଯୋଗ ଶୁଣାଣୀ ପ୍ଲାଟଫର୍ମ ନୁହେଁ ବରଂ ସରକାରୀ ସଂସ୍ଥାଗୁଡ଼ିକ ସମ୍ପର୍କରେ ମତାମତ ସଂଗ୍ରହ ପାଇଁ ଏକ ବ୍ୟବସ୍ଥା। ସରକାରୀ ସଂସ୍ଥା ଗୁଡ଼ିକୁ ଦକ୍ଷ କରିବା ପାଇଁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story