କରୋନା ଟିକାକରଣ ପାଇଁ ଗାଇଡ ଲାଇନ୍‌; କଣ ଅଛି ପଢ଼ନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାରଠାରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଏହି ଗାଇଡ୍‌ ଲାଇନ୍‌ ଅନୁସାରେ ଭାଏଲ ଖୋଲିବାର ୪ ଘଣ୍ଟା ମଧ୍ୟରେ ଏହାର ବ୍ୟବହାର ଜରୁରୀ। ଭାଏଲରେ ଟିକା ଉତ୍ପାଦନର ଦିନ ଲେଖାଯାଇଛି। କିନ୍ତୁ ଏକ୍ସପାଏରି ଡେଡ୍‌ ଲେଖା ଯାଇନାହିଁ। ଉତ୍ପାଦନର ୬ ମାସ ଯାଏ ଏହି ଦୁଇ କରୋନା ଟିକା କୋଭିସିଲ୍‌ଡ ଓ କୋଭାକ୍ସିନ ଭାଲିଡିଟି ରହିବ। […]

covid

covid

Manoranjan Sial
  • Published: Wednesday, 13 January 2021
  • Updated: 13 January 2021, 09:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶନିବାରଠାରୁ ରାଜ୍ୟରେ କରୋନା ଟିକାକରଣ ଆରମ୍ଭ ହେବ। ଏଥିପାଇଁ ଗାଇଡ୍‌ ଲାଇନ୍‌ ଜାରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ଏହି ଗାଇଡ୍‌ ଲାଇନ୍‌ ଅନୁସାରେ ଭାଏଲ ଖୋଲିବାର ୪ ଘଣ୍ଟା ମଧ୍ୟରେ ଏହାର ବ୍ୟବହାର ଜରୁରୀ। ଭାଏଲରେ ଟିକା ଉତ୍ପାଦନର ଦିନ ଲେଖାଯାଇଛି। କିନ୍ତୁ ଏକ୍ସପାଏରି ଡେଡ୍‌ ଲେଖା ଯାଇନାହିଁ। ଉତ୍ପାଦନର ୬ ମାସ ଯାଏ ଏହି ଦୁଇ କରୋନା ଟିକା କୋଭିସିଲ୍‌ଡ ଓ କୋଭାକ୍ସିନ ଭାଲିଡିଟି ରହିବ। ରାଜ୍ୟକୁ ଏହି ଦୁଇଟି ଯାକ ଟିକା ଆସିଛି।

କୋଭିସିଲ୍‌ଡ ଭାଏଲ ୧୦ ଡୋଜ ବିଶିଷ୍ଟ ହୋଇଥିବା ବେଳେ କୋଭାକ୍ସିନ ଭାଏଲ ୨୦ ଡୋଜ୍‌ ବିଶିଷ୍ଟ। ଯେତେ ଟିକା ଆସିଛି, ତା’ର ୫୦ ପ୍ରତିଶତ ପ୍ରଥମ ଡୋଜ ଭାବେ ବ୍ୟବହାର ହେବ। ବାକି ୫୦ ପ୍ରତିଶତ ଦ୍ୱିତୀୟ ଡୋଜ ଭାବେ ବ୍ୟବହାର କରାଯିବ। ସମସ୍ତ ଲୋକ ଏକ ନିର୍ଦ୍ଦିଷ୍ଟ ଟିକା ହିଁ ନେବେ। ଏହାକୁ ବଦଳ କରାଯାଇ ପାରିବନାହିଁ ବୋଲି ଗାଇଡ୍ ଲାଇନରେ ଦର୍ଶାଇଛି ସ୍ୱାସ୍ଥ୍ୟ ବିଭାଗ। ଏ ସଂପର୍କରେ ଚିଠି ସବୁ ଜିଲ୍ଲାପାଳ ଓ ମହାନଗର ନିଗମକୁ ଲେଖାଯାଇଛି।

ଟିକାକରଣ ଲାଗି ୧୬୦ଟି କେନ୍ଦ୍ରରେ ଚାଲିଛି ଜୋରାଦର ପ୍ରସ୍ତୁତି। ଲଗାତାର ଦ୍ୱିତୀୟ ଦିନ ପାଇଁ ଷ୍ଟେଟ ଭ୍ୟାକସିନ ଷ୍ଟୋରରୁ ବିଭିନ୍ନ ଜିଲ୍ଲାକୁ କୋଭାସିଲ୍‌ଡ ଟିକା ପଠାଯାଇଛି। ସେଠାରେ ମଧ୍ୟ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଟିକା ରଖାଯାଇଛି। ଏହାପରେ କୋଲଡ୍‌ ଚେନ୍‌ ପଏଣ୍ଟ ଓ ପରେ ଟିକାକରଣ କେନ୍ଦ୍ରରେ ପହଞ୍ଚିବ କୋଭାକ୍ସିନ୍‌। ଭୁବନେଶ୍ୱର ଭଳି କଟକ ମହାନଗର ନିଗମରେ ମଧ୍ୟ ୫ଟି ସ୍ଥାନରେ ଟିକାକରଣ କେନ୍ଦ୍ର କରାଯାଇଛି। ପ୍ରତି ସେଣ୍ଟରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story