୬ ବର୍ଷରେ ୭୨ହଜାର କୋଟିର ହକ୍ ହରାଇଲା ଓଡ଼ିଶା, କୈଫିୟତ ମାଗିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି କ୍ଷମତାସୀନ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଘୋଷିତ ମେଣ୍ଟ ଯୋଗୁ ଓଡ଼ିଶାର ରାଜକୋଷକୁ ୭୨ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠୁ ମୋଦି ଓ ନବୀନଙ୍କ ଅଘୋଷିତ ମେଣ୍ଟ […]

panchanana-kanungoo2

panchanana-kanungoo2

Manoranjan Sial
  • Published: Monday, 02 November 2020
  • Updated: 02 November 2020, 08:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ନରେନ୍ଦ୍ର ମୋଦି କ୍ଷମତାସୀନ ହେବାପରଠୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଘୋଷିତ ମେଣ୍ଟ ଯୋଗୁ ଓଡ଼ିଶାର ରାଜକୋଷକୁ ୭୨ହଜାର କୋଟି ଟଙ୍କାର କ୍ଷତି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନଗୋ କହିଛନ୍ତି ଯେ, ୨୦୧୪ ମସିହାରୁ କେନ୍ଦ୍ରର ଶାସନ ଦାୟିତ୍ୱ ବିଜେପି ହାତକୁ ଯିବା ପରଠୁ ମୋଦି ଓ ନବୀନଙ୍କ ଅଘୋଷିତ ମେଣ୍ଟ ଯୋଗୁ ରାଜ୍ୟ ରାଜକୋଷକୁ ୭୨ହଜାର କୋଟି ଟଙ୍କାର କ୍ଷତି ହୋଇଛି।

ଗତ ୬ ବର୍ଷ ଭିତରେ କେନ୍ଦ୍ରର ବିଜେପି ଓ ରାଜ୍ୟ ବିଜେଡି ସରକାର ସମୟରେ ଓଡ଼ିଶା ତାହାର ନ୍ୟାଯ୍ୟ ଦାବି ତଥା ନିଜ ପ୍ରାପ୍ୟ ବାବଦକୁ ୭୨ ହଜାର କୋଟି ଟଙ୍କା ହରାଇଛି। ବିଗତ କିଛି ବର୍ଷ ଭିତରେ ମୋଦିଙ୍କର ପ୍ରତ୍ୟେକ ନିଷ୍ପତ୍ତିକୁ, ଯେତେ କ୍ଷତିକାରକ ଓ ଲୋକବିରୋଧି ହେଲେ ମଧ୍ୟ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ଖୋଲାଖୋଲି ସମର୍ଥନ ଜଣାଉଛନ୍ତି। ବିମୁଦ୍ରାୟନ,ଜିଏସଟି, ଚାଷୀ ଚାଷ ସଂପର୍କିତ ଆଇନ୍ ଅବା କୋଇଲା ନିଲାମ ଓ ସିଏଏ ସଂପର୍କିତ ଆଇନ୍ ହେଉ, ସବୁଥିରେ ନବୀନ - ମୋଦିଙ୍କ ଡବଲ ଇଞ୍ଜିନର ସରକାର ଏକାଠି କାର୍ଯ୍ୟ କରୁଛନ୍ତି। ବିଜେପି ନେତାଙ୍କୁ ଓଡ଼ିଶାରୁ ରାଜ୍ୟସଭାକୁ ପଠାଇବାରେ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସାହାଯ୍ୟ ସାରା ଓଡ଼ିଶା ଦେଖିଛି। ଏ ଭିତରେ ଓଡ଼ିଶାର ଋଣ ପରିମାଣ ୧ ଲକ୍ଷ ୨୫ ହଜାର କୋଟିରେ ପହଂଚିଲାଣି। ଆଳୁ, ପିଆଜ ଓ ପେଟ୍ରୋଲ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଅତ୍ୟଧିକ ଦରଦାମ୍ ବୃଦ୍ଧି ସାଧାରଣ ଜନତାକୁ ହନ୍ତସନ୍ତ କରୁଛି ଏବଂ ଲୋକଙ୍କ ଉପରେ ଆର୍ଥିକ ଚାପ ବଢ଼ାଇ ଦେଇଛି।

ଓଡ଼ିଶାରେ ବେକାରୀ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇ ଜାତୀୟ ହାର ଠାରୁ ଉପରେ ରହିଛି। ବେକାରୀ ସ୍ଥିତି ଏତେ ସଂଗୀନ ଯେ ଶିକ୍ଷିତ ଯୁବକଯୁବତୀମାନେ ବ୍ୟାଙ୍କରୁ ଆଣିଥିବା ଋଣ ସୁଝିବାକୁ ଅକ୍ଷମ। ରାଜ୍ୟରେ ବ୍ୟାଙ୍କ ଋଣର ୧୪ ପ୍ରତିଶତ ହେଉଛି କେବଳ ଶିକ୍ଷା ଋଣ। ଠିକ୍ ସେହିପରି ଦାରିଦ୍ର ଯୋଗୁୁ ବ୍ୟାଙ୍କରୁ ନେଇଥିବା ଋଣ ଚାଷୀ ସୁଝିପାରୁ ନାହାନ୍ତି ଏବଂ ଏହାର ପରିମାଣ ମୋଟ୍ ଏନପିଏର ପାଖାପାଖି ୧୪ ପ୍ରତିଶତ। ଏହା ରାଜ୍ୟର ସାଧାରଣ ଜନତାଙ୍କର ଅତ୍ୟନ୍ତ ଶୋଚନୀୟ ଆର୍ଥିକ ସ୍ଥିତିକୁ ସୂଚାଉଛି। ଓଡ଼ିଶାର ସାମ୍ବିଧାନିକ ହକ୍ ଜିଏସଟି ବାବଦରେ ୨୦୧୯-୨୦ ମସିହା ପାଇଁ ଏ ପର୍ଯ୍ୟନ୍ତ ୮୦୦ କୋଟି ଟଙ୍କା କେନ୍ଦ୍ର ଦେଇନାହିଁ।

୨୦୨୦-୨୧ ମସିହା ପାଇଁ ଏପ୍ରିଲ୍‌ରୁ ଜୁଲାଇ ମଧ୍ୟରେ ଓଡିଶା ଜିଏସଟି ବାବଦକୁ ୩୬୪୭ କୋଟି ଟଙ୍କା କେନ୍ଦ୍ର ଠାରୁ ପାଇବାର ଅଛି। ଏ ବିଷୟରେ କେନ୍ଦ୍ର ସମ୍ମୁଖରେ କୌଣସି ଦାବି ନଜଣାଇ ପୁନର୍ବାର ଋଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମ୍ମତି ପ୍ରଦାନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସେହିପରି ବିଗତ ୬ ବର୍ଷ ଧରି ଲୁହାପଥର ରୟାଲିଟିର ଦର ବୃଦ୍ଧି କରାଗଲା ନାହିଁ ଓ ଏ ବାବଦରେ ରାଜ୍ୟ ପାଖାପାଖି ୪ ହଜାର କୋଟି ଟଙ୍କା ହରାଇଲା। ଠିକ୍ ସେହିଭଳି କୋଇଲା ରୟାଲିଟିର ଦର ବିଗତ ୬ ବର୍ଷ ଧରି ପୁନଃସମୀକ୍ଷା କରାଯାଇନାହିଁ, ଯାହା ପାଇଁ ଓଡ଼ିଶା ପାଖାପାଖି ୧୨ ହଜାର କୋଟି ଟଙ୍କାର କ୍ଷତି ସହିଛି।

ନ୍ୟାସନାଲ୍ କ୍ଲିନ୍ ଏନର୍ଜି ଫଣ୍ଡ ବାବଦକୁ ଯେଉଁ ସେସ୍ ଆଦାୟ ହେଉଛି ସେଥିରୁ ଓଡ଼ିଶାର ଅଂଶ ବାବଦକୁ ରାଜ୍ୟ ବର୍ଷକୁ ପାଖାପାଖି ୮ ହଜାର କୋଟି ଟଙ୍କା ହରାଉଛି। ଜିଏସଟିର କ୍ଷତିପୂରଣ ସେସ୍ ଓ ଅର୍ଥ କମିଶନଙ୍କ ଆବଂଟନ ପ୍ରକ୍ରିୟାରେ ରାଜ୍ୟର ଅଂଶ ବାବଦକୁ ଓଡ଼ିଶା ହଜାର ହଜାର କୋଟି ଟଙ୍କାର ନିଜସ୍ୱ ହକ୍ ବିଗତ ୬ ବର୍ଷ ଭିତରେ ହରାଇଛି। ତେଣୁ ଏସବୁରୁ ସ୍ପଷ୍ଟ ଯେ, ସମଦୂରତ୍ୱର କଥା କହୁଥିବା ନବୀନ ପଟ୍ଟନାୟକ ନିଜର ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ବିଜେପି ସରକାର ସମ୍ମୁଖରେ ଓଡ଼ିଶାର ନ୍ୟାଯ୍ୟ ଦାବି ଓ ହକ୍‌କୁ ଉତଥାପନ କରିବାରେ ସଂପୂର୍ଣ୍ଣ ରୂପେ ଫେଲ୍ ମାରିଛନ୍ତି ବୋଲି ଶ୍ରୀ କାନୁନଗୋ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଜ୍ଞାନଦେବ ବେଉରା ଓ ମୁଖପାତ୍ର ପ୍ରଶାନ୍ତ ଶତପଥି ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story