ଆୟୋଜନ ହେବ ଇକୋ ରିଟ୍ରିଟ୍‌, ସଜେଇ ହେଉଛି ଓଡ଼ିଶାର କଶ୍ମୀର

ବାଲିଗୁଡ଼ା(ଅଜିତ ନାୟକ): ଓଡ଼ିଶାର କଶ୍ମୀର ହେଉଛି ଦାରିଙ୍ଗବାଡ଼ି। ଶୀତଆ ସକାଳରେ ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରଞ୍ଜନ। ଘାଷର ଗାଲିଚା ଉପରେ ଆଚ୍ଛାଦିନ ହୋଇଥାଏ ବରଫ। ଆଉ ପରିବେଶ କୁହୁଡିମୟ ହୋଇଥାଏ। ପ୍ରକୃତି ରାଣୀର ଏହି ମନଲୋଭା ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିଥାଆନ୍ତି। ବହୁଳ ପରିମାଣର ପର୍ଯ୍ୟଟକଙ୍କ ଆଗମନକୁ ଦେଖି ଚଳିତବର୍ଷ ରାଜ୍ୟ ସରକାର ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଆୟୋଜନ କରିବାକୁ ଯାଉଛନ୍ତି। ଡିସେମ୍ୱର ପ୍ରଥମ […]

cco

cco

Manoranjan Sial
  • Published: Thursday, 12 November 2020
  • Updated: 12 November 2020, 05:56 PM IST

ବାଲିଗୁଡ଼ା(ଅଜିତ ନାୟକ): ଓଡ଼ିଶାର କଶ୍ମୀର ହେଉଛି ଦାରିଙ୍ଗବାଡ଼ି। ଶୀତଆ ସକାଳରେ ଏହାର ପ୍ରକୃତିକ ସୌନ୍ଦର୍ଯ୍ୟ ଅତିବ ମନୋରଞ୍ଜନ। ଘାଷର ଗାଲିଚା ଉପରେ ଆଚ୍ଛାଦିନ ହୋଇଥାଏ ବରଫ। ଆଉ ପରିବେଶ କୁହୁଡିମୟ ହୋଇଥାଏ। ପ୍ରକୃତି ରାଣୀର ଏହି ମନଲୋଭା ଦୃଶ୍ୟ ଦେଖିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିଥାଆନ୍ତି। ବହୁଳ ପରିମାଣର ପର୍ଯ୍ୟଟକଙ୍କ ଆଗମନକୁ ଦେଖି ଚଳିତବର୍ଷ ରାଜ୍ୟ ସରକାର ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଆୟୋଜନ କରିବାକୁ ଯାଉଛନ୍ତି। ଡିସେମ୍ୱର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ଫେବୃଆରୀ ଯାଏ ଚାଲିବ ଇକୋ ରିଟ୍ରିଟ୍‌। ଏଥିପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରୁଛି ଜିଲ୍ଲା ପ୍ରଶାସନ।

ଗତବର୍ଷ ରାଜ୍ୟ ସରକାର କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍‌ ଆୟୋଜନ କରିଥିଲେ। ଏହା ସଫଳ ହେବା ପରେ ଚଳିତବର୍ଷ ସରକାର ଦାରିଙ୍ଗବାଡି ସମେତ ୫ଟି ସ୍ଥାନରେ ଇକୋ ରିଟ୍ରିଟ୍‌ କରିବାକୁ ଯାଉଛନ୍ତି। ସେଥିପାଇଁ ଦାରିଙ୍ଗବାଡ଼ିର ସାରିଙ୍ଗିଇର୍ପି ପାନ୍ଥ ନିବାସ ପରିସରରେ ସ୍ୱତନ୍ତ୍ର ଉତ୍ସବ ଆୟୋଜିତ କରାଯିବ। ପର୍ଯ୍ୟଟକ ରହିବା ଲାଗି ୨୫ଟି ତମ୍ୱୁ ନିର୍ମାଣ କରାଯାଉଛି। ଯାହା କି ପଞ୍ଚ ତାରକା ହୋଟେଲ ଭଳି ହେବ। ସେଠାରେ ସମସ୍ତ ଆନୁସଙ୍ଗିକ ସୁବିଧା ଉପଲବ୍ଧ ରହିବ। ଏହା ସହ ଦୂରଦୂରାନ୍ତୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା, ଖାଦ୍ୟପେୟ, ଟୁର ଓ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏସବୁ କାମ ନିର୍ଦ୍ଧାରିତ ସମୟରେ ସାରିବାକୁ ଗୁଜୁରାଟର ଏକ ବେସରକାରୀ କମ୍ପାନୀକୁ ସରକାର ଦାୟିତ୍ୱ ଦେଇଛନ୍ତି। ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଇକୋ ରିଟ୍ରିଟ୍‌ ଆୟୋଜନ ହେଉଥିବାରୁ ଦାରିଙ୍ଗବାଡି ବାସିନ୍ଦାଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।

ଇକୋ ରିଟ୍ରିଟ୍‌ ହେବା ପରେ ଦାରିଙ୍ଗବାଡିକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ସୁଅ ଛୁଟିବ। ସେଥିପାଇଁ ଦାରିଙ୍ଗବାଡ଼ିର ପର୍ଯ୍ୟଟନ ସ୍ଥଳ ହିଲ ଭିୟୁ ପାର୍କ, ନେଚର ପାର୍କ, ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା ଜଳପ୍ରପାତ, କଫି ବଗିଚା, ଡୁଲୁରି ପାଇନ ବଣ, କିରିକୁଟିର ଏମୁ ପକ୍ଷୀ ସାଙ୍ଗକୁ ସାଇଲେଣ୍ଟ ଭ୍ୟାଲି ଗୁଡ଼ିକ ସଜେଇ ହେଉଛି। ଏହି କାର୍ଯ୍ୟକ୍ରମ ହେବା ଫଳରେ କନ୍ଧମାଳ ଜିଲ୍ଲାର ଆଦିବାସୀ ସଂସ୍କୃତି ଓ ପରମ୍ପରା ବିଶ୍ୱ ଦରବାରରେ ପହଞ୍ଚିବା ସହ ସ୍ଥାନୀୟ ବ୍ୟବସାୟୀ ମଧ୍ୟ ନିଜ ଅଞ୍ଚଳର ହଳଦୀ, ଅଦା, ଶୋରିଷ ସାଙ୍ଗକୁ ବିଭିନ୍ନ ପ୍ରକାରର ଜଙ୍ଗଲଜାତ ଦ୍ରବ୍ୟ ବିକ୍ରିବଟାର ସୁବିଧା ପାଇ ପାରିବେ ବୋଲି ଅଞ୍ଚଳବାସୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story