‘ବିଜୟ ଲାଞ୍ଚ ନେବା ପିଲା ନୁହେଁ, ତାକୁ କିଏ ଫସାଇଦେଇଛି’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଆଜି ଧରାପଡ଼ିଛନ୍ତି ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ଘନ ଘନ ଜେରା କରୁଛନ୍ତି। ଏହି ଖବର ସାରା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିବା ବେଳେ ବିଜୟଙ୍କ ବାପା କହିଛନ୍ତି, ତାଙ୍କ ପୁଅ ଲାଞ୍ଚ ନେଇନଥିବେ, ତାଙ୍କୁ କିଏ ଫସାଇ ଦେଇଛି। ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ ବିଜୟଙ୍କ ବାପା ରବିନାରାୟଣ […]

bijay-ketan-upadhaya

Manoranjan Sial
  • Published: Monday, 30 December 2019
  • , Updated: 30 December 2019, 07:47 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଆଜି ଧରାପଡ଼ିଛନ୍ତି ଉଦ୍ୟାନକୃଷି ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକ ରଖି ଘନ ଘନ ଜେରା କରୁଛନ୍ତି। ଏହି ଖବର ସାରା ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିବା ବେଳେ ବିଜୟଙ୍କ ବାପା କହିଛନ୍ତି, ତାଙ୍କ ପୁଅ ଲାଞ୍ଚ ନେଇନଥିବେ, ତାଙ୍କୁ କିଏ ଫସାଇ ଦେଇଛି।

ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ ବିଜୟଙ୍କ ବାପା ରବିନାରାୟଣ କହିଛନ୍ତି, ଜଗତସିଂହପୁର ଜିଲ୍ଲାପାଳ ଥିବା ବେଳେ କିଛି ଘଟଣା ଘଟିଥିଲା। ବିଜୟ କେତନ କିଛି ଲୋକଙ୍କ କଥା ଶୁଣୁନଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା। ସେହି କାରଣ ନେଇ ହୁଏତ କିଛି ହୋଇ ଥାଇପାରେ ବୋଲି ରବିନାରାୟଣ ସନ୍ଦେହ କରୁଛନ୍ତି। ସେ ଟଙ୍କା ନେବା ପିଲା ନୁହେଁ, କେହି ତାକୁ ଫସେଇ ଦେଇଥିବେ ବୋଲି କହିଛନ୍ତି ବିଜୟଙ୍କ ବାପା।

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ବିଜୟ କେତନଙ୍କୁ ଧରିଥିଲା। ଘଟଣାରେ ବିଜୟଙ୍କ ଅନ୍ୟ ୨ଜଣ ସହଯୋଗୀଙ୍କୁ ମଧ୍ୟ ଅଟକ ରଖି ଭିଜିଲାନ୍ସ ବିଭାଗ ପଚରା ଉଚରା କରୁଛି। ଏଥିସହ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଜୟଙ୍କ ନୟାପଲ୍ଲୀ ସ୍ଥିତ ଘର, ଉଦ୍ୟାନ ବିଭାଗ ଅଫିସ୍, ବାଲେଶ୍ୱର ଜିଲ୍ଲାର ସୋର ଓ ବାହାନଗାରେ ଥିବା ଘରେ ୧୦ ଜଣିଆ ଟିମ୍ ଚଢଉ କରିଛି। ବିଜୟ ହେଉଛନ୍ତି ୨୦୦୯ ବ୍ୟାଚ୍‌ର ଆଇଏଏସ୍ ଅଫିସର।

Related story