ପୁଣି ଚାଷୀ କାର୍ଡ ଖେଳିଲେ ସରକାର, କେନ୍ଦ୍ରକୁ କରିବେ ଅନୁରୋଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଆନ୍ଦୋଳନକୁ ସିଧାସଳଖ ସମର୍ଥନ ଜଣାଇବାରେ କୁଣ୍ଟବୋଧ କରୁଥିବା କ୍ଷମତାସୀନ ବିଜେଡି ଏବେ ପୁଣିଥରେ ଚାଷୀ କାର୍ଡ ଖେଳିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗ ଉଠାଇ ପରବର୍ତ୍ତୀ ସମୟରେ ଭୁଲିଯାଇଥିବା ବିଜେଡି ସରକାର ଏବେ ପୁଣିଥରେ ଏମଏସପିକୁ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଓ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ। ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ସର୍ବସମ୍ମତି ନିଷ୍ପତ୍ତି […]

FARMER

FARMER

Manoranjan Sial
  • Published: Wednesday, 09 December 2020
  • Updated: 09 December 2020, 08:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀ ଆନ୍ଦୋଳନକୁ ସିଧାସଳଖ ସମର୍ଥନ ଜଣାଇବାରେ କୁଣ୍ଟବୋଧ କରୁଥିବା କ୍ଷମତାସୀନ ବିଜେଡି ଏବେ ପୁଣିଥରେ ଚାଷୀ କାର୍ଡ ଖେଳିଛି। ସାଧାରଣ ନିର୍ବାଚନ ପୂର୍ବରୁ ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ପ୍ରସଙ୍ଗ ଉଠାଇ ପରବର୍ତ୍ତୀ ସମୟରେ ଭୁଲିଯାଇଥିବା ବିଜେଡି ସରକାର ଏବେ ପୁଣିଥରେ ଏମଏସପିକୁ ଦୁଇଗୁଣ କରିବା ପାଇଁ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ଓ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବେ। ଆଜି ରାଜ୍ୟ କ୍ୟାବିନେଟରେ ଏନେଇ ସର୍ବସମ୍ମତି ନିଷ୍ପତ୍ତି ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା କ୍ୟାବିନେଟ ବୈଠକରେ ମୋଟ ୧୨ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଛନ୍ତି ଯେ, ଚାଷୀଙ୍କ ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ଉର୍ତ୍ସଗୀକୃତ ଭାବେ କାର୍ଯ୍ୟ କରୁଛନ୍ତି। ନୂଆ କୃଷିନୀତି-୨୦୨୦ ‘ସମୃଦ୍ଧି’ କାର୍ଯ୍ୟକାରୀ କରିଛନ୍ତି। ଚାଷୀଙ୍କୁ ସେମାନଙ୍କର ଉତ୍ପାଦନର ଉପଯୁକ୍ତ ମୂଲ୍ୟ ଦେବା ନିମନ୍ତେ ରାଜ୍ୟ ବିଧାନସଭାରେ ୨୦୧୭ ଓ ୨୦୧୮ରେ ଏକ ସର୍ବସମ୍ମତ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଛି। ସ୍ୱାମୀନାଥନ କମିଟିର ସୁପାରିସ ଅନୁସାରେ ଫସଲର ହାରାହାରି ଉତ୍ପାଦନ ଖର୍ଚ୍ଚଠାରୁ ଅତିକମରେ ୫୦% ଅଧିକ ଏମଏସପି ହେବା ଉଚିତ୍। ତେଣୁ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ ପାଇଁ କ୍ୟାବିନେଟରେ ସଂକଳ୍ପ ପାରିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story