WHO ବାରଣ ସତ୍ତ୍ୱେ କୋଭିଡ୍ ରୋଗୀଙ୍କୁ ଦିଆଯିବ ଆଇଭରମେକ୍ଟିନ୍‌, ୭.୨ ଲକ୍ଷ ଟାବଲେଟ୍ କିଣିବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ବାରଣ ସତ୍ତ୍ୱେ ଓଡ଼ିଶା ସରକାର ରାଜ୍ୟରେ ଥିବା କୋଭିଡ୍ ରୋଗୀମାନଙ୍କୁ ଆଇଭରମେକ୍ଟିନ୍ ଟାବଲେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦୈନିକ ହାରାହାରି ୮ହଜାର ସଂକ୍ରମିତ ଚିହ୍ନଟ ହେଉଥିବାରୁ ୩୦ଦିନ ନିମନ୍ତେ ୭ଲକ୍ଷ ୨୦ହଜାର ଟାବଲେଟ୍ ଆବଶ୍ୟକ ପଡ଼ିବ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ମାଧ୍ୟମରେ ଏହି ଟାବଲେଟ୍ କ୍ରୟ କରାଯିବ ଓ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ […]

Ivermectin medicne

Ivermectin medicne

Ordigital Desk
  • Published: Wednesday, 12 May 2021
  • Updated: 12 May 2021, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ବାରଣ ସତ୍ତ୍ୱେ ଓଡ଼ିଶା ସରକାର ରାଜ୍ୟରେ ଥିବା କୋଭିଡ୍ ରୋଗୀମାନଙ୍କୁ ଆଇଭରମେକ୍ଟିନ୍ ଟାବଲେଟ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଦୈନିକ ହାରାହାରି ୮ହଜାର ସଂକ୍ରମିତ ଚିହ୍ନଟ ହେଉଥିବାରୁ ୩୦ଦିନ ନିମନ୍ତେ ୭ଲକ୍ଷ ୨୦ହଜାର ଟାବଲେଟ୍ ଆବଶ୍ୟକ ପଡ଼ିବ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମ ମାଧ୍ୟମରେ ଏହି ଟାବଲେଟ୍ କ୍ରୟ କରାଯିବ ଓ ରାଜ୍ୟ ସରକାର ଏଥିପାଇଁ ଅନୁମତି ଦେଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ରାଜ୍ୟର କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଏକ ପ୍ରେଜେଣ୍ଟେସନ୍ କରାଯାଇଛି। ଡିଏମଇଟିଙ୍କ ନେତୃତ୍ୱରେ ଗଠିତ ରାଜ୍ୟ ଟେକନିକାଲ କମିଟି ଦ୍ୱାରା ହୋମ୍ ଆଇସୋଲେସନରେ ଥିବା ସଂକ୍ରମିତ ରୋଗୀମାନଙ୍କୁ ଆଇଭରମେକ୍ଟିନ୍ ଟାବଲେଟ୍ ଦେବାକୁ ସୁପାରିସ୍ କରାଯାଇଛି। ଏହି ଟେକନିକାଲ କମିଟି ଯୁକ୍ତି ଦର୍ଶାଇଥିଲେ ଯେ, ଆନ୍ତର୍ଜାତିକସ୍ତରରେ କ୍ଲିନିକାଲ ପରୀକ୍ଷାରୁ ଜଣାପଡ଼ିଛି ଯେ ଆଇଭରମେକ୍ସିନ୍ ଟାବଲେଟ୍ ଦ୍ୱାରା କୋଭିଡ୍ ସଂକ୍ରମଣ ଆଶଙ୍କା ହ୍ରାସ ପାଉଛି। ଏହି ଟାବଲେଟ୍ ଦ୍ୱାରା ଶୀଘ୍ର ସଂକ୍ରମଣ ଦୂର ସହ ଅକ୍ସିଜେନ୍ ଉପରେ ନିର୍ଭରଶୀଳତା କମ୍ ହେଉଥିବା ତଥ୍ୟରୁ ଜଣାପଡ଼ିଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ହୋମ୍ ଆଇସେଲେସନରେ ରହୁଥିବା ସଂକ୍ରମିତ ରୋଗୀଙ୍କୁ ସରକାର ଏହି ଆଇଭରମେକ୍ଟିନ୍ ଟାବଲେଟ୍ ଦେବେ ବୋଲି ଜଣାପଡ଼ିଛି।

ସ୍ୱଳ୍ପ କୋଭିଡ୍ ସଂକ୍ରମିତ ଥିବା ରୋଗୀମାନଙ୍କୁ ୩ଦିନ ଗୋଟିଏ ଲେଖାଏଁ ଆଇଭରମେକ୍ଟିନ୍ ଟାବଲେଟ୍ ଦେବା ପାଇଁ ଏମ୍ସ ଓ ଆଇସିଏମଆର ଓ କୋଭିଡ-୧୯ ନ୍ୟାସନାଲ ଟାସ୍କ ଫୋର୍ସ ସୁପାରିଶ କରିଛନ୍ତି । ସେହିପରି ରାଜ୍ୟ ସରକାରଙ୍କ କୋଭିଡ-୧୯ ଟେକନିକାଲ ପରାମର୍ଶଦାତା ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ବର୍ତ୍ତମାନର ଜରୁରୀକାଳୀନ ସ୍ଥିତିରେ କ୍ଲିନିକାଲ ଟ୍ରାଏଲ ପାଇଁ ଏବେ ସମୟ ନାହିଁ। କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ ହେଉଥିବା ଅଧିକାଂଶ ଔଷଧ ଅଫ୍ ଲେଭଲ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଡବ୍ଲ୍ୟୁଏଚଓର ବାରଣ ସତ୍ତ୍ୱେ ଗତ ସୋମବାର ଗୋଆ ସରକାର ତାଙ୍କ ରାଜ୍ୟର ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି(କରୋନା ଲକ୍ଷଣ ନଥିଲେ ବି)ଙ୍କୁ ୫ଦିନ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଆଇଭରମେକ୍ଟିନ୍ ଟାବଲେଟ୍ ଖାଇବା ପାଇଁ ପରାମର୍ଶ ଦେଇଛନ୍ତି। ଏହା ଗୋଆର ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉପଲବ୍ଧ ହେବ।
ସେହିପରି ଉତ୍ତରାଖଣ୍ଡ ସରକାର ମଧ୍ୟ ତାଙ୍କ ରାଜ୍ୟର ୧୫ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ବ୍ୟକ୍ତିଙ୍କୁ ଦୈନିକ ୨ଟି ଲେଖାଏଁ ଆଇଭରମେକ୍ଟିନ୍ ଟାବଲେଟ୍ ୩ଦିନ ପର୍ଯ୍ୟନ୍ତ ଖାଇବାକୁ ପରାମର୍ଶ ଦେଇଛନ୍ତି। ଏହି ମେଡିସିନକୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ କରାଉଛନ୍ତି। ଏହି ମେଡିସିନ୍ ଖାଇବା ଦ୍ୱାରା କୌଣସି ପାଶ୍ୱର୍ପ୍ରତିକ୍ରିୟା ହେଉଥିବାର ଖବରକୁ ମଧ୍ୟ ସମ୍ପୃକ୍ତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଖଣ୍ଡନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos