ଅନୁରୋଧ ରଖିଲା କେନ୍ଦ୍ର, ଆଇଏଏସ୍ ଜିଭିଭି ଶର୍ମାଙ୍କୁ ଓଡ଼ିଶାକୁ ଫେରାଇ ଦେଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିି ବେଣୁଗୋପାଳ ଶର୍ମା ଖୁବଶୀଘ୍ର ଓଡ଼ିଶା ଫେରିବେ। ତାଙ୍କୁ ଫେରାଇ ଦେବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଶ୍ରୀ ଶର୍ମା ଚଳିତ ମାସ ସପ୍ତାହରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତେବେ ‘ମୁଖ୍ୟ ସଚିବ’ ପାହ୍ୟାରେ ୯ ଜଣ ଅଫିସର ଏବେ ରାଜ୍ୟରେ ଥିବାବେଳେ ପୁଣିଜଣେ ସେହି ପାହ୍ୟାର ଅଫିସରଙ୍କୁ ଆଣିବା ପାଇଁ […]

gvv sarma

gvv sarma

Ordigital Desk
  • Published: Friday, 23 April 2021
  • Updated: 23 April 2021, 10:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୮୬ ବ୍ୟାଚ୍ ଆଇଏଏସ୍ ଜିଭିି ବେଣୁଗୋପାଳ ଶର୍ମା ଖୁବଶୀଘ୍ର ଓଡ଼ିଶା ଫେରିବେ। ତାଙ୍କୁ ଫେରାଇ ଦେବା ପାଇଁ ରାଜ୍ୟ ସରକାର ବିଧିବଦ୍ଧ ଭାବେ କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି। ଶ୍ରୀ ଶର୍ମା ଚଳିତ ମାସ ସପ୍ତାହରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତେବେ ‘ମୁଖ୍ୟ ସଚିବ’ ପାହ୍ୟାରେ ୯ ଜଣ ଅଫିସର ଏବେ ରାଜ୍ୟରେ ଥିବାବେଳେ ପୁଣିଜଣେ ସେହି ପାହ୍ୟାର ଅଫିସରଙ୍କୁ ଆଣିବା ପାଇଁ ରାଜ୍ୟ ସରକାର କାହିଁକି ଅନୁରୋଧ କଲେ ତାକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡ଼ର ଆଇଏଏସ୍ ଜିଭିଭି ଶର୍ମାଙ୍କୁ ନିଜ ହୋମ୍ କ୍ୟାଡ଼ରକୁ ଫେରାଇ ଦେଇଛନ୍ତି। ଶ୍ରୀ ଶର୍ମା ଏବେ ‘ନ୍ୟାସନାଲ କେମିକାଲ ୱିପନ୍ସ କନଭେନସନ୍ ଅଥରିଟି’ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଶ୍ରୀ ଶର୍ମାଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇ ଦେବା ପାଇଁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ଶର୍ମାଙ୍କୁ ନିଜ କ୍ୟାଡ଼ରକୁ ଫେରାଇ ଦିଆଗଲା ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ପାୱାର କରିଡରରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୧୯୮୬ ବ୍ୟାଚରେ ରାଜ୍ୟରେ ୩ ଜଣ ଆଇଏଏସ୍ ଥିବାବେଳେ ତାଲିକାର ଶୀର୍ଷରେ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ରହିଛନ୍ତି। ଶ୍ରୀ ମହାପାତ୍ର ଏବେ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କ ତଳେ ଜିଭିଭି ଶର୍ମା ଅଛନ୍ତି। ଆଉ ସେହି ବ୍ୟାଚର ଆଇଏଏସ୍ ଏସପି ଠାକୁର ଏବେ ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ଡିଜି ଭାବେ କାର୍ଯ୍ୟ କରୁଛନ୍ତି ଓ ତାଙ୍କୁ ଅତିରିକ୍ତ ଭାବେ କେବିକେ ପ୍ରଶାସକ ଦାୟିତ୍ୱ ମିଳିଛି।

ମୁଖ୍ୟ ସଚିବ ପାହ୍ୟାରେ ରାଜ୍ୟରେ ଏବେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କୁ ମିଶାଇ ୯ଜଣ ରହିଛନ୍ତି । ସେମାନେ ହେଲେ ୧୯୮୬ ବ୍ୟାଚର ଏସପି ଠାକୁର, ୧୯୮୭ ବ୍ୟାଚର ଆରକେ ଶର୍ମା(କୃଷି ଉତ୍ପାଦନ କମିଶନର), ୧୯୮୮ ବ୍ୟାଚର ସିଜେ ବେଣୁଗୋପାଳ( ରାଜସ୍ୱ ପର୍ଷଦ ସଦସ୍ୟ ଓ ନୂଆଦିଲ୍ଲୀସ୍ଥିତ ମୁଖ୍ୟ ଆବାସିକ କମିଶନର) ଓ ୧୯୮୮ ବ୍ୟାଚର ପ୍ରଦୀପ୍ତ କୁମାର ମହାପାତ୍ର(ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ), ୧୯୮୮ ବ୍ୟାଚର ପରାଗ ଗୁପ୍ତା( ଓଏଫଡିସି ଅଧ୍ୟକ୍ଷ), ୧୯୮୯ ବ୍ୟାଚର ପ୍ରଦୀପ କୁମାର ଜେନା(ଉନ୍ନୟନ କମିଶନର ଓ ଏସଆରସି) ଓ ମୋନା ଶର୍ମା(ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ), ୧୯୯୦ ବ୍ୟାଚର ସଞ୍ଜିବ ଚୋପ୍ରା(ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ) ଭାବେ କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ଆବଶ୍ୟକତାଠୁ ଅଧିକ ମୁଖ୍ୟ ସଚିବ ପାହ୍ୟାର ଅଫିସର ଥିବାବେଳେ ଏବେ ପୁଣି ୧୯୮୬ ବ୍ୟାଚର ଶ୍ରୀ ଶର୍ମାଙ୍କୁ ଫେରାଇ ଆଣିବାକୁ ନେଇ ପାୱାର କରିଡରରେ ର୍ଚ୍ଚା ଜୋର ଧରିଛି।

ତେବେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୨୦୨୨ ଫେବୃୟାରୀରେ ସରିବାର ଥିବାରୁ ତାଙ୍କୁ ଆଗୁଆ ହଟାଇ ସରକାର ଆଉ ସମାଲୋଚନାର ଶିକାର ହେବାକୁ ଚାହୁଁନାହାନ୍ତି। ତା’ଛଡ଼ା ସେ ତୃତୀୟ ମହଲା ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ ମଧ୍ୟ କରୁଥିବା ଜଣାପଡ଼ିଛି। ସେହିପରି ଉନ୍ନୟନ କମିଶନର ପ୍ରଦୀପ ଜେନା ଏବେ ଅତିରିକ୍ତ ଭାବେ ଏସଆରସି,ଓସଡମା ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଦାୟିତ୍ୱରେ ରହିଛନ୍ତି। ଏହି ଦକ୍ଷ ଓଡ଼ିଆ ଅଫିସରଙ୍କୁ ଉନ୍ନୟନ କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆଗ୍ରହ ବ୍ୟକ୍ତ କରିଥିଲେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ସିଜେ ବେଣୁଗୋପାଳ ଓ କେବିକେ ପ୍ରଶାସକ ଭାବେ ଏସପି ଠାକୁର ନିଜ ଦାୟିତ୍ୱ ଠିକ୍ ଭାବେ ତୁଲାଉନଥିବାରୁ ଅନେକ ଉନ୍ନୟନମୂଳକ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ି ରହିଛି।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୮୬ ବ୍ୟାଚ୍ ଶ୍ରୀ ଶର୍ମାଙ୍କୁ ଓଡ଼ିଶା ଫେରାଇ ଆଣି ତାଙ୍କର ଅଭିଜ୍ଞତା ଥିବା ସ୍ୱତନ୍ତ୍ର ରିଲିଫ କମିଶନ(ଏସଆରସି) ଓ ଓସଡମା ଦାୟିତ୍ୱ ନ୍ୟସ୍ତ କରିବାର ସମ୍ଭାବନା ରହିଛି। ତା’ଛଡ଼ା ତାଙ୍କୁ ରାଜସ୍ୱ ପର୍ଷଦ ସଦସ୍ୟ ଭାବେ ମଧ୍ୟ ଦାୟିତ୍ୱ ମିଳିପାରେ । ଏବେ କରୋନା ମହାମାରୀବେଳେ ଏସଆରସି ଓ ଓସଡମାକୁ ଅଧିକ ପେଷାଦାର ଓ କ୍ରିୟାଶୀଳ କରିବା ନିମନ୍ତେ ସରକାର ଚାହୁଁଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ଏହି ଦାୟିତ୍ୱ ମିଳିବ ବୋଲି ଜଣାପଡ଼ିଛି । କେବଳ ଶ୍ରୀ ଶର୍ମା ନୁହଁନ୍ତି ତାଙ୍କ ଆଇପିଏସ୍ ପତ୍ନୀ ବି.ରାଧିକା ମଧ୍ୟ ଖୁବଶୀଘ୍ର ଓଡ଼ିଶା ଫେରିବେ ବୋଲି ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story