ନାକ ପୁଡ଼ାରେ ନେଇହେବ କରୋନା ଭ୍ୟାକସିନ୍, ୨୭ରେ ହେବ ମକ୍‌ଡ୍ରିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନିମନ୍ତେ ଖୋଲିଛି ନୂଆ ଅଧ୍ୟାୟ। ଖାଲି ସିରିଞ୍ଜ ନୁହେଁ, ନାକ ପୁଡ଼ାରେ ବି ନେଇହେବ କରୋନା ଭ୍ୟାକସିନ୍। କୋଭିଡ୍ ମୁକାବିଲାକୁ ଯାହା ଦେଇଛି ବଡ଼ ବଳ। ଦେଶରେ କୋଭିଡ୍ ଟୀକାକରଣ ଅଭିଯାନରେ ଆଜି ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛି ନାଜାଲ ଭ୍ୟାକ୍ସିନ୍ଇ-ଇନ୍‌କୋଭ୍ୟାକ୍। ଯାହା ପୂର୍ବ ଟିକାମାନଙ୍କ ତୁଳନାରେ ଅଧିକ ଇଫେକ୍ଟିଭ୍ ବୋଲି କହିଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏଣେ କେନ୍ଦ୍ରର ସତର୍କବାଣୀ ପରେ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଚାଲିଛି ଘନ ଘନ […]

covid

covid

Niranjan Mishra
  • Published: Sunday, 25 December 2022
  • Updated: 25 December 2022, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନିମନ୍ତେ ଖୋଲିଛି ନୂଆ ଅଧ୍ୟାୟ। ଖାଲି ସିରିଞ୍ଜ ନୁହେଁ, ନାକ ପୁଡ଼ାରେ ବି ନେଇହେବ କରୋନା ଭ୍ୟାକସିନ୍। କୋଭିଡ୍ ମୁକାବିଲାକୁ ଯାହା ଦେଇଛି ବଡ଼ ବଳ। ଦେଶରେ କୋଭିଡ୍ ଟୀକାକରଣ ଅଭିଯାନରେ ଆଜି ବିଦ୍ଧିବଦ୍ଧ ଭାବେ ସାମିଲ ହୋଇଛି ନାଜାଲ ଭ୍ୟାକ୍ସିନ୍ଇ-ଇନ୍‌କୋଭ୍ୟାକ୍। ଯାହା ପୂର୍ବ ଟିକାମାନଙ୍କ ତୁଳନାରେ ଅଧିକ ଇଫେକ୍ଟିଭ୍ ବୋଲି କହିଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ। ଏଣେ କେନ୍ଦ୍ରର ସତର୍କବାଣୀ ପରେ ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ଚାଲିଛି ଘନ ଘନ ତୟାରି। ଏହି କ୍ରମରେ ସବୁ ସରକାରୀ ମେଡିକାଲରେ ଆଇସିୟୁ, ଅକ୍ସିଜେନ୍ ସୁବିଧା ଥିବା ବେଡ୍ ମହଜୁଦ୍ ରଖିବାକୁ ସବୁ ଜିଲ୍ଲାମାନଙ୍କୁ କୁହାଯାଇଛି।

ଆଜି ଭିଡିଓ କନ୍‌ଫରେନ୍ସିଂରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କରିଛି ଉଚ୍ଚସ୍ତରୀୟ ବୈଠକ। ବୈଠକ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, କୋଭିଡ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଜିଲ୍ଲାସ୍ତରୀୟ କୋଭିଡ୍ ମୁକାବିଲା ପ୍ରସ୍ତୁତି ପରଖିବାକୁ ଆସନ୍ତା ୨୭ରେ ହେବ ମକ୍‌ଡ୍ରିଲ। ଏହାସହ ବିଭିନ୍ନ ଦେଶରେ କୋଭିଡ୍ ଭୟାବହତା ବଢ଼ୁଥିବାରୁ ଟେଷ୍ଟିଂ ବଢ଼ାଇବା ସହ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ାଇବାକୁ ବି ଜିଲ୍ଲାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସବୁ ସରକାରୀ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ଲାଗି ସ୍ୱତନ୍ତ୍ର ବେଡ୍ ଏବଂ ଅକ୍ସିଜେନ୍ ସୁବିଧା ଥିବା ବେଡ୍ ସହ ଆଇସିୟୁ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଦ୍ୱିତୀୟ କୋଭିଡ୍ ୱେଭ୍‌ର ପିକ୍ ଲୋଡ୍ ଭଳି ସ୍ଥିତିର ସାମ୍ନା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ମାସକ ପାଇଁ ଟେଷ୍ଟିଂ କିଟ୍ ଓ ଔଷଧ ମହଜୁଦ ରଖିଛନ୍ତି।

ଅନ୍ୟପଟେ ଶନିବାର ସନ୍ଧ୍ୟାରେ କୋୱିନ୍ ଆପ୍‌ରେ ହାଇଦ୍ରାବାଦ ଭିତ୍ତିକ ଭାରତ ବାୟୋଟେକ୍‌ ନାଜାଲ୍ ଭ୍ୟାକ୍ସିନ୍-ଇନ୍‌କୋଭ୍ୟାକ୍ ସାମିଲ ହୋଇଛି। ଅଧ୍ୟାୟ ପ୍ରାରମ୍ଭିକ ଭାବେ ଇନ୍‌କୋଭ୍ୟାକ୍ ଟୀକା ଘରୋଇ ହସ୍ପିଟାଲରେ ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ନାଜାଲ ଭ୍ୟାକ୍ସିନ୍ ଦୁଇ ପ୍ରକାର ବାଟରେ କୋଭିଡ୍‌କୁ ମାତ୍ ଦେବ। ପୂର୍ବ ଟୀକାଗୁଡ଼ିକ ଭଳି ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ ଏବଂ ନାକ ଓ ଗଳା ବାଟେ ଶରୀରକୁ କରୋନା ଭୂତାଣୁ ପ୍ରବେଶକୁ ମଧ୍ୟ ରୋକିବାରେ ସମର୍ଥ ହେବ। ବଜାରରେ ଉପଲବ୍ଧ ହେବା ପରେ ଲୋକେ ଏହାକୁ ନିଜେ ବ୍ୟବହାର କରି କୋଭିଡ୍ କବଳରୁ ବର୍ତ୍ତିପାରିବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ଓ ଓଡ଼ିଶା ଇନ୍‌କୋଭ୍ୟାକ୍ ଟ୍ରାଏଲ୍‌ର  ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର ପ୍ରଫେସର ଇ. ଭେଙ୍କଟ ରାଓ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ପୁଣି ପଡ଼ୋଶୀ ଦେଶମାନଙ୍କରେ ଉଗ୍ର ରୂପ ନେଇଥିବା କରୋନା ସମ୍ପର୍କରେ ଦେଶବାସୀଙ୍କୁ ସଚେତନ କରାଇଛନ୍ତି। ହାତ ଧୋଇବା, ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ସହ ବୁଷ୍ଟର ଡୋଜ୍ ଟିକା ନେବାକୁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story