ଏଠି ଭୋକ ସମ୍ଭାଳି ପାରୁନୁ, ଆମେ ତାମିଲ୍‌ନାଡୁ ଫେରି ଯାଉଛୁ...

ଖଲ୍ଲିକୋଟ୍‌ (ସିଲୁ ବିଶ୍ୱାଳ): ତାମିଲ୍‌ନାଡୁରେ ମହାମାରୀ ‘କରୋନା’ର ଭୟଙ୍କର ରୂପ ଦେଖି ଜୀବନ ବିକଳରେ ଘରକୁ ଫେରି ଆସିଥିଲେ ପ୍ରବାସୀ। ଭାବି ଥିଲେ ଆଉ ଭିଟାମାଟି ଛାଡ଼ି ଯିବୁନି। ଘରେ ରହି କାମ କରିବୁ। ରାଜ୍ୟ ସରକାର ବି ସେମାନଙ୍କୁ ଯଥେଷ୍ଟ କାମ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନଙ୍କୁ କାମ ମିଳିଲାନାହିଁ। ବାଧ୍ୟହୋଇ ହାତ ବାନ୍ଧି ଘରେ ବସି ରହିଥିଲେ ପ୍ରବାସୀ। ପେଟ ଦୁଃଖ ଅସମ୍ଭାଳ ହେବାରୁ ସେମାନେ ଆଜି ପୁଣି ଥରେ ଫେରି ଯାଉଛନ୍ତି […]

ganjam

Manoranjan Sial
  • Published: Monday, 20 July 2020
  • , Updated: 20 July 2020, 06:19 PM IST

ଖଲ୍ଲିକୋଟ୍‌ (ସିଲୁ ବିଶ୍ୱାଳ): ତାମିଲ୍‌ନାଡୁରେ ମହାମାରୀ ‘କରୋନା’ର ଭୟଙ୍କର ରୂପ ଦେଖି ଜୀବନ ବିକଳରେ ଘରକୁ ଫେରି ଆସିଥିଲେ ପ୍ରବାସୀ। ଭାବି ଥିଲେ ଆଉ ଭିଟାମାଟି ଛାଡ଼ି ଯିବୁନି। ଘରେ ରହି କାମ କରିବୁ। ରାଜ୍ୟ ସରକାର ବି ସେମାନଙ୍କୁ ଯଥେଷ୍ଟ କାମ ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ସେମାନଙ୍କୁ କାମ ମିଳିଲାନାହିଁ। ବାଧ୍ୟହୋଇ ହାତ ବାନ୍ଧି ଘରେ ବସି ରହିଥିଲେ ପ୍ରବାସୀ। ପେଟ ଦୁଃଖ ଅସମ୍ଭାଳ ହେବାରୁ ସେମାନେ ଆଜି ପୁଣି ଥରେ ଫେରି ଯାଉଛନ୍ତି ତାମିଲନାଡୁ। ଆଜି ଏପରି ଚିତ୍ର ହଟ୍‌ସ୍ପଟ୍‌ ଜିଲ୍ଲା ଗଞ୍ଜାମରୁ ଆସିଛି। ସେମାନେ ଗଲା ବେଳେ କହି ଯାଉଛନ୍ତି- ଏଠି ଭୋକ୍‌ରେ କାହିଁକି ମରିବୁ? ସେଠି କରୋନାକୁ କାହିଁକି ଡରିବୁ?

ଗଞ୍ଜାମ ହେଉଛି ଓଡ଼ିଶାର ହଟ୍‌ସ୍ପଟ୍‌ ଜିଲ୍ଲା। ଏଠାରେ ୫୦ରୁ ଅଧିକ ଜୀବନ ନେଲାଣି କରୋନା। ୩୦୦୦ରୁ ଅଧିକ ଲୋକ କୋଭିଡ୍‌ ହସ୍ପିଟାଲ୍‌ରେ ଅଛନ୍ତି। ପ୍ରବାସୀମାନେ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଘରକୁ ଯାଇଥିଲେ। ଇତି ମଧ୍ୟରେ ତିନି ମାସରୁ ଅଧିକ ସମୟ ବିତି ଗଲାଣି। ହେଲେ ହାତକୁ କାମ ମିଳୁନି। ଅନେକ ସମୟ ଉପବାସରେ ରହିବାକୁ ପଡ଼ୁଛି। ତେଣୁ ପ୍ରବାସୀମାନେ ତାମିଲନାଡୁର ଚେନ୍ନାଇ ଫେରି ଯିବାକୁ ଚାହୁଁଛନ୍ତି। ସେଥିପାଇଁ କମ୍ପାନୀକୁ ଖବର ଦେଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ଏଥିପାଇଁ ଏକ ବସ୍‌ ଖଲ୍ଲିକୋଟ ପଠାଇଛି। ସେହି ବସ୍‌ରେ ଖଲ୍ଲିକୋଟରୁ ୨୨, ବିହାର ଓ ଛତିଶଗଡ଼ ରାଜ୍ୟରୁ ୩୦ରୁ ଅଧିକ ଶ୍ରମିକ ଯାଉଛନ୍ତି।

ବସ୍‌ରେ ଯିବା ପୂର୍ବରୁ ଖୋଳି ଦେଇଯାଇଛନ୍ତି ରାଜ୍ୟ ସରକାରଙ୍କ ପାରିବା ପଣିଆର ଅସଲ ମୁଖା। ଏମ୍‌ଜିଏନ୍‌ଆର୍‌ଏସ୍‌ରେ କାମ ଯୋଗାଇଦେବେ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। କୋଭିଡ୍‌ ଥଇଥାନ୍‌ ପ୍ୟାକେଜରେ କାମ ଯୋଗାଇବେ ବୋଲି ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କାମ ମିଳୁନି। ସେଥିପାଇଁ ହାତବାନ୍ଧି ବସିଥିଲେ ପ୍ରବାସୀ। ସବୁଆଡୁ ନିରାଶ ହେବା ପରେ ସେମାନେ ଆଜି ଫେରିଯାଉଛନ୍ତି ତାମିଲନାଡୁ। ପେଟ ଦୁଃଖ ବୋଧହୁଏ ସେମାନଙ୍କୁ ଆଜି ସେଠାକୁ ଟାଣି ନେଉଛି।

Related story