ବୁଲା ପଶୁଜନ୍ତୁଙ୍କ ଖାଇବାରେ ୧.୧୯ କୋଟି ଖର୍ଚ୍ଚ, କେନ୍ଦ୍ରାପଡ଼ାରେ ସର୍ବାଧିକ

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନବେଳେ ବୁଲା ପଶୁଜନ୍ତୁଙ୍କ ଖାଇବାରେ ରାଜ୍ୟ ରାଜକୋଷରୁ ୧କୋଟି ୧୯ଲକ୍ଷ ୩୯ହଜାର ୭୩ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ପଛରେ ପକାଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବୁଲା ପଶୁଜନ୍ତୁଙ୍କ ଖାଇବାରେ ୧୭ଲକ୍ଷ ୬୧ହଜାର ଟଙ୍କା ଖର୍ଚ୍ଚ କରିଛି। ଯାହାକି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ସରକାରଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ, କରୋନାଜନିତ ଶଟଡାଉନବେଳେ ବୁଲା ପଶୁଜନ୍ତୁଙ୍କ ଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ […]

dog

dog

Manoranjan Sial
  • Published: Friday, 09 October 2020
  • Updated: 09 October 2020, 10:30 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ରାଜ୍ୟରେ ଶଟଡାଉନ୍ ଓ ଲକଡାଉନବେଳେ ବୁଲା ପଶୁଜନ୍ତୁଙ୍କ ଖାଇବାରେ ରାଜ୍ୟ ରାଜକୋଷରୁ ୧କୋଟି ୧୯ଲକ୍ଷ ୩୯ହଜାର ୭୩ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାକୁ ପଛରେ ପକାଇ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବୁଲା ପଶୁଜନ୍ତୁଙ୍କ ଖାଇବାରେ ୧୭ଲକ୍ଷ ୬୧ହଜାର ଟଙ୍କା ଖର୍ଚ୍ଚ କରିଛି। ଯାହାକି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜ୍ୟ ସରକାରଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ, କରୋନାଜନିତ ଶଟଡାଉନବେଳେ ବୁଲା ପଶୁଜନ୍ତୁଙ୍କ ଖାଇବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି(ସିଏମଆରଏଫ)ରୁ ମାର୍ଚ୍ଚ ୩୦ତାରିଖରେ ଭୁବନେଶ୍ୱର ସମେତ ରାଜ୍ୟର ୫ଟି ମହାନଗର ପାଇଁ ୫୪ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ଅର୍ଥରେ ଭୁବନେଶ୍ୱର ମହାନଗର ନିଗମ ଦୈନିକ ୨୦ହଜାର ଟଙ୍କା ଏବଂ କଟକ,ବ୍ରହ୍ମପୁର,ସମ୍ବଲପୁର ଓ ରାଉରକେଲା ମହାନଗର ନିଗମ କର୍ତ୍ତୃପକ୍ଷ ଦୈନିକ ୧୦ହଜାର ଟଙ୍କା ଲେଖାଏଁ ବୁଲା କୁକୁର,ଗାଈଗୋରୁ ସମେତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଖାଇବା ନିମନ୍ତେ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏପ୍ରିଲ ୧୭ତାରିଖରେ ପୁଣିଥରେ ସିଏମଆରଏଫରୁ ୮୦ଲକ୍ଷ ୧୮ହଜାର ଟଙ୍କା ବୁଲା ପଶୁଜନ୍ତୁଙ୍କୁ ଖାଇବାକୁ ଦେବା ନିମନ୍ତେ ଏହି ୫ଟି ମହାନଗର ନିଗମ ସମେତ ୪୮ଟି ପୌରସଂସ୍ଥା ଓ ୬୧ଟି ଏନଏସି ପାଇଁ ଆବଣ୍ଟିତ ହୋଇଥିଲା। କରୋନାଜନିତ ଶଟଡାଉନ୍ ଓ ଲକଡାଉନ୍ ଯୋଗୁ ଦୋକାନବଜାର ବନ୍ଦ ରହୁଥିବାରୁ ବୁଲାଜନ୍ତୁଙ୍କ ଖାଇବାରେ ହେଉଥିବା ସମସ୍ୟାକୁ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

କିନ୍ତୁ ବୁଲା ପଶୁଜନ୍ତୁଙ୍କ ଖାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ଖର୍ଚ୍ଚ ତଥ୍ୟ ଆସିଛି ତାହା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। କୋଭିଡ୍ କଟକଣାବେଳେ ବୁଲା ପଶୁଜନ୍ତୁଙ୍କ ଖାଇବା ନିମନ୍ତେ ମୋଟ ୧.୧୯କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୧୬.୪୧ଲକ୍ଷ ଟଙ୍କା, କଟକ ଜିଲ୍ଲାରେ ୫.୧୧ଲକ୍ଷ ଟଙ୍କା, ଗଞ୍ଜାମ ଜିଲ୍ଲାରେ ୧୦.୫୮ଲକ୍ଷ ଟଙ୍କା, ସୁନ୍ଦରଗଡ଼ ଜିଲ୍ଲାରେ ୬.୧୯ଲକ୍ଷ ଟଙ୍କା, ସମ୍ବଲପୁର ଜିଲ୍ଲାରେ ୨.୫୬ଲକ୍ଷ ଟଙ୍କା, ମୟୂରଭଞ୍ଜ ଜିଲ୍ଲାରେ ୪.୪୧ଲକ୍ଷ ଟଙ୍କା, ଜଗତସିଂହପୁର ଜିଲ୍ଲା ୪.୧୭ଲକ୍ଷ ଟଙ୍କା, ପୁରୀ ଜିଲ୍ଲାରେ ୧.୪୬ଲକ୍ଷ ଟଙ୍କା, ନୟାଗଡ଼ରେ ୩.୨୮ଲକ୍ଷ ଟଙ୍କା, ଝାରସୁଗୁଡ଼ାରେ ୩.୮୦ଲକ୍ଷ ଟଙ୍କା, ମାଲକାନଗିରିରେ ୮୯ହଜାର ଟଙ୍କା, ବୌଦ୍ଧରେ ୩୮ହଜାର, ଭଦ୍ରକରେ ୪୩ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ତେବେ ଦେବଗଡ଼ ଜିଲ୍ଲାରେ ଏବାବଦରେ ଟଙ୍କାଟିଏ ଖର୍ଚ୍ଚ ହୋଇନଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ସର୍ବାଧିକ ୧୭ଲକ୍ଷ ୬୧ହଜାର ୪୪୦ଟଙ୍କା ଖର୍ଚ୍ଚ ହୋଇଛି। ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ବାବଦରେ ଅନ୍ୟ ଜିଲ୍ଲାଗୁଡ଼ିକ ତୁଳନାରେ କେନ୍ଦ୍ରାପଡ଼ା ଜିଲ୍ଲା ବାସ୍ତବରେ ଏତେ ଟଙ୍କା ଖର୍ଚ୍ଚ କରିଛି ନା, କାଗଜକଲମରେ ଦର୍ଶାଇବାକୁ ଉଦ୍ୟମ କରିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ଏହି ଶଟଡାଉନ୍ ଓ ଲକଡାଉନବେଳେ ରାଜ୍ୟର ୩୦ଟି ଜିଲ୍ଲାର ସହରାଂଚଳରେ ଥିବା ବାସହୀନ,ଭିକାରୀ ଓ ଗରିବ ଲୋକଙ୍କୁ ୬ କୋଟି ୬୨ଲକ୍ଷ ୮୨ହଜାର ୮୫୪ଟଙ୍କାର ମାଗଣା ଖାଦ୍ୟ ଯୋଗାଇ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story