ଛତା କିଣିବାକୁ ସରକାର ଦେବେ ୧୦୦ ଟଙ୍କା; ଜାଣନ୍ତୁ କେଉଁମାନେ ପାଇବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ରାଜ୍ୟ ସରକାର ସହାୟତା ଦେବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଛତା କିଣା ବାବଦକୁ ଶହେ ଟଙ୍କା ପ୍ରଦାନ କରାଯିବ। ଜାତୀୟ ସାମାଜିକ ନିରାପତ୍ତା ଯୋଜନା ଏବଂ ମଧୁବାବୁ ପେନ୍‌ସନ୍ ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖ ଜନସେବା ଦିବସ […]

old man

Rakesh Mallick
  • Published: Monday, 07 May 2018
  • , Updated: 07 May 2018, 02:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଭିନ୍ନ ସରକାରୀ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଛତା କିଣିବାକୁ ରାଜ୍ୟ ସରକାର ସହାୟତା ଦେବେ। ପ୍ରତ୍ୟେକ ହିତାଧିକାରୀଙ୍କୁ ଗ୍ରୀଷ୍ମକାଳୀନ ସହାୟତା ସ୍ୱରୂପ ଛତା କିଣା ବାବଦକୁ ଶହେ ଟଙ୍କା ପ୍ରଦାନ କରାଯିବ। ଜାତୀୟ ସାମାଜିକ ନିରାପତ୍ତା ଯୋଜନା ଏବଂ ମଧୁବାବୁ ପେନ୍‌ସନ୍ ଯୋଜନା ଅନ୍ତର୍ଗତ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଏବଂ ଅନ୍ୟାନ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ଏହି ସହାୟତା ପ୍ରଦାନ କରାଯିବ। ଆସନ୍ତା ୧୫ ତାରିଖ ଜନସେବା ଦିବସ ଅବସରରେ ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ନିୟମିତ ପ୍ରଦାନ କରାଯାଉଥିବା ଭତ୍ତା ସହ ଅତିରିକ୍ତ ଶହେ ଟଙ୍କା ପ୍ରଦାନ କରିବେ। ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏକ ପ୍ରେସ ରିଲିଜ୍ ଜରିଆରେ ଏହି ସୂଚନା ଦେଇଛି।

Related story