ଘରୋଇ ହସ୍ପିଟାଲକୁ ଚେତାବନୀ, ଚିକିତ୍ସା ନକଲେ ହେବ ଲାଇସେନ୍ସ ରଦ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମସ୍ୟାଠୁ ବଳିଯାଇଛି ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା। ନା ସେମାନଙ୍କୁ ଖାଇବାକୁ ମିଳୁଛି ନା ପାଖରେ ଟଙ୍କା ଅଛି। ଫଳରେ ଚାଲି ଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। କିଏ ପୁଲିସ ମାଡ଼ ଖାଉଛନ୍ତି ତ ଆଉ କିଏ ରାସ୍ତାରେ ଚାଲି ଟଳି ପଡ଼ୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସୁରତରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ […]

medical-1

Manoranjan Sial
  • Published: Saturday, 16 May 2020
  • , Updated: 16 May 2020, 07:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ ‘କରୋନା’ ସମସ୍ୟାଠୁ ବଳିଯାଇଛି ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା। ନା ସେମାନଙ୍କୁ ଖାଇବାକୁ ମିଳୁଛି ନା ପାଖରେ ଟଙ୍କା ଅଛି। ଫଳରେ ଚାଲି ଚାଲି ଘରକୁ ଫେରିବା ପାଇଁ ବାଧ୍ୟ ହେଉଛନ୍ତି। କିଏ ପୁଲିସ ମାଡ଼ ଖାଉଛନ୍ତି ତ ଆଉ କିଏ ରାସ୍ତାରେ ଚାଲି ଟଳି ପଡ଼ୁଛନ୍ତି। ଏଭଳି ସଂଗୀନ ଅଭିଯୋଗ ଆଣିବା ସହ ଉଦ୍‌ବେଗ ପ୍ରକାଶ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।

ସୁରତରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଏକ ନିନ୍ଦନୀୟ ଘଟଣା। ଏନେଇ ରାଜ୍ୟ ସରକାର ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ଏହାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ବିଜୟ ମହପାତ୍ର। ପ୍ରବାସୀ ଶ୍ରମିକଙ୍କ କଥା ବୁଝିବା ପାଇଁ ସାଂସଦ ଓ ବିଧାୟଙ୍କୁ ଡାକି ରାଜ୍ୟ ସରକାର ଏକ କମିଟି ଗଠନ କରନ୍ତୁ। ସେମାନଙ୍କୁ ଦାୟିତ୍ୱ ଦିଅ। ଯଦି କାହାକୁ ବିଶ୍ୱାସ କରୁନାହାନ୍ତି, ତାହାହେଲେ ନିଜ ଦଳର ନେତାଙ୍କୁ ଦାୟିତ୍ୱ ଦିଅନ୍ତୁ। ମାତ୍ର ତାହା ନକରି କେତେଜଣ ଅଣ ଓଡ଼ିଆ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦେଇଥିବାରୁ ଆଜି ଏମିତି ଅମସ୍ୟା ଉପୁଜିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେହିପରି ସୁରତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି। ଦୁର୍ଦ୍ଦଶାରେ ଥିବା ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରି ଓଡ଼ିଶାକୁ ଫେରାଇ ଆଣନ୍ତୁ। ତା’ସହ ଚାଲି ଚାଲି ଯାଉଥିବା ଶ୍ରମିକ ଓ ପ୍ରବାସୀ ଓଡ଼ିଆଙ୍କ ପାଇଁ ଯାନବାହନର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି ସୁରେଶ ରାଉତରାୟ।

ସେପଟେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଚାଲି ଚାଲି ଆସୁଥିବା ଶ୍ରମିକଙ୍କୁ ବସ୍‌ରେ ଛାଡ଼ିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ସେମାନଙ୍କର ଖାଦ୍ୟପେୟ ସହ ବସ୍ ଓ ଅନ୍ୟାନ୍ୟ ଗାଡ଼ିର ବନ୍ଦୋବସ୍ତ କରାଯିବ। ତେବେ ଶ୍ରମିକମାନେ ଖରାରେ ଚାଲି ଚାଲି ନଯାଇ ଆଖପାଖ ଥାନା କିମ୍ବା କୌଣସି ସରକାରୀ ଅଧିକାରୀଙ୍କୁ ଅବଗତ କରିବାକୁ ଶ୍ରମିକଙ୍କୁ ନିବେଦନ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Related story