ପ୍ରବାସୀ ଓଡ଼ିଆଙ୍କୁ ସରକାରଙ୍କ ଚେତାବନୀ: ଶୃଙ୍ଖଳାରେ ଆସ, ଶୃଙ୍ଖଳିତ ରୁହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ ସମୟରେ ଅନ୍ୟ ରାଜ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଏବେ ଘରବାହୁଡ଼ା ଚାଲିଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଶୃଙ୍ଖଳିତ ଆଚରଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଆଜି ଚେତାବନୀ ଦେଇଛନ୍ତି। ସରକାରଙ୍କ ନିୟମ ମାନି ଶୃଙ୍ଖଳାରେ ଫେରି ଶୃଙ୍ଖଳିତ ଭାବେ କ୍ୱାରେଣ୍ଟାଇନ ରହିବାକୁୁ ସରକାର ଚେତାବନୀ ଦେବା ସହ କଷ୍ଟ ଓ ତ୍ୟାଗ ସହିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି। ଆଜି ନିୟମିତ ବୁଲେଟିନରେ ରାଜ୍ୟ ସରକାରଙ୍କ ମୁଖପାତ୍ର […]

lockdown

lockdown

Manoranjan Sial
  • Published: Monday, 04 May 2020
  • Updated: 04 May 2020, 08:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକଡାଉନ ସମୟରେ ଅନ୍ୟ ରାଜ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଏବେ ଘରବାହୁଡ଼ା ଚାଲିଥିବାବେଳେ ସେମାନଙ୍କ ମଧ୍ୟରୁ କେତେକଙ୍କ ବିଶୃଙ୍ଖଳିତ ଆଚରଣକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ରାଜ୍ୟ ସରକାର ଆଜି ଚେତାବନୀ ଦେଇଛନ୍ତି। ସରକାରଙ୍କ ନିୟମ ମାନି ଶୃଙ୍ଖଳାରେ ଫେରି ଶୃଙ୍ଖଳିତ ଭାବେ କ୍ୱାରେଣ୍ଟାଇନ ରହିବାକୁୁ ସରକାର ଚେତାବନୀ ଦେବା ସହ କଷ୍ଟ ଓ ତ୍ୟାଗ ସହିବାକୁ ପଡ଼ିବ ବୋଲି ପରାମର୍ଶ ଦେଇଛନ୍ତି।

ଆଜି ନିୟମିତ ବୁଲେଟିନରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟ ବାହାରୁ ୮୮୩୦ଜଣ ଓଡ଼ିଆ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୬୩୮୨ଜଣ ବସ୍ , ୨୪୦୯ଜଣ ଟ୍ରେନ୍ ଓ ୩୯ଜଣ ଅନ୍ୟାନ୍ୟ ଗାଡ଼ିରେ ଓଡ଼ିଶା ଆସିଛନ୍ତି। ତେବେ ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ହାତଗଣତି କିଛି ଲୋକଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଏବେ ରାଜ୍ୟରେ ରହୁଥିବା ଅନ୍ୟ ଲୋକମାନଙ୍କର ସମବେଦନା ହରାଇବାର ସମ୍ଭାବନା ରହିଛି। ଏପରିକି ଓଡ଼ିଶା ଫେରନ୍ତାଙ୍କ ଏଭଳି ଅସଦାଚରଣରେ ଯଦି ଗତ ୪୫ଦିନ ଧରି ଯେଉଁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଓ ଆଶାକର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି ସେମାନଙ୍କର ମନ ଛାଡ଼ିଗଲେ, ରାଜ୍ୟର ସ୍ଥିତି କ’ଣ ହେବ ତାହା ସହଜରେ ଅନୁମାନ କରୁପାରୁଥିବେ । ତେଣୁ ଓଡ଼ିଶା ଫେରନ୍ତାଙ୍କୁ ତ୍ୟାଗ ସ୍ୱୀକାର କରିବାକୁ ପଡ଼ିବ।

ବହୁ ଓଡ଼ିଆ ନିଜ କର୍ମରୁ ଉର୍ଦ୍ଧ୍ୱକୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଦ୍ଭୂତପୁର୍ବ ପରିସ୍ଥିତିର ସାମ୍ନା କରୁଥିବାରୁ ଓଡ଼ିଶା ଏବେ ଭଲ ସ୍ଥିତିରେ ଅଛି । ଯେଉଁମାନେ ଓଡ଼ିଶା ଫେରୁଛନ୍ତି ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। କ୍ୱାରେଣ୍ଟାଇନ ବାଡ଼ ଭାଙ୍ଗି ପଳାଇବା ଓ ଖାଇବା ଥାଳିକୁ ଠେଲି ଦେବା ଭଳି କାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ। ତେଣୁ ତ୍ୟାଗର ଆବଶ୍ୟକତା ରହିଛି ଓ କଷ୍ଟ ତ ନିଶ୍ଚିତ ହେବ। ତାକୁ ସ୍ୱୀକାର କରିବାକୁ ପଡ଼ିବ। ଦାୟିତ୍ୱହୀନ ହେବା ଅନୁଚିତ୍। ଯେଉଁମାନେ କ୍ୱାରେଣ୍ଟାଇନ ନିୟମ ଭାଙ୍ଗି ଲୁଚି ପଳାଇବାକୁ ଚେଷ୍ଟା କରିବେ ସେମାନେ ଜାଣି ରଖିବା ଉଚିତ୍ ଯେ ସେମାନଙ୍କୁ ଖୋଜିବାକୁ ପ୍ରଶାସନକୁ ମାତ୍ର କିଛି ଘଣ୍ଟା ଲାଗିବ। ଦାୟିତ୍ୱହୀନ ଓ ବିଶୃଙ୍ଖଳିତ ହେଲେ ପ୍ରଶାସନ ପାଖରେ ଯେତେସବୁ କ୍ଷମତା ଠୁଳ ଅଛି ତାକୁ ଉପଯୋଗ କରିବାକୁ ପ୍ରଶାସନ ପଛାଇବ ନାହିଁ। ଉଲ୍ଲଘଂନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ପଛାଇବେ ନାହିଁ। ପ୍ରଶାସନର ଧୈର୍ଯ୍ୟର ପରୀକ୍ଷା ନକରାଯାଉ। ବିପତ୍ତିଜନକ ପରିସ୍ଥିତିରେ ସର୍ବାଧିକ ଲୋକଙ୍କ ସ୍ୱାର୍ଥକୁ ସରକାର ସର୍ବଦା ଗୁରୁତ୍ୱ ଦେଇଥାନ୍ତି। ତେଣୁ ଓଡ଼ିଶା ଫେରନ୍ତା ହାତଗଣତି କିଛି ଲୋକ ଯେଭଳି ଆଚରଣ କରୁଛନ୍ତି ସେମାନେ ସେଥିରୁ ନିବୃତ୍ତ ରହିବା ପାଇଁ ଶ୍ରୀ ବାଗଚୀ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story