ନୂଆ ଆକ୍‌ସନ୍‌ ପ୍ଲାନକୁ ଖାତିର ନାହିଁ, ଖୋଳି ନେଉଛନ୍ତି ବାଲି ଓ ମୋରମ

ନୀଳଗିରି/ଜଳେଶ୍ୱର(ବିଶ୍ୱମ୍ଭର/ଅଜିତ): ବାଲି ଓ ମୋରମ୍‌ ପରି ଲଘୁ ଖଣିଜ ଦ୍ରବ୍ୟର ଚୋରି ରୋକିବାକୁ ରାଜସ୍ୱ ବିଭାଗ କଲା ନୂଆ ଆକ୍‌ସନ୍‌ ପ୍ଲାନ। ଏପରିକି ଆବଶ୍ୟକତାକୁ ଦେଖି ନୂଆ ଖାଦାନ ଉତ୍ସ ଠାବ ଓ ବେଆଇନ ଉତ୍ତୋଳନ ଉପରେ ଲଗାମ କସିବାକୁ ପ୍ରତି ସପ୍ତାହରେ ଚଢଉ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ। ଏମିତିକି କାମରେ ଅବହେଳା ପାଇଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସତ୍ତ୍ୱେ ବେଧଡକ ଚାଲିଛି ବାଲି ଓ ମୋରମ […]

beach.jpg1111111111111

beach.jpg1111111111111

Manoranjan Sial
  • Published: Sunday, 29 December 2019
  • Updated: 29 December 2019, 09:00 PM IST

Sports

Latest News

ନୀଳଗିରି/ଜଳେଶ୍ୱର(ବିଶ୍ୱମ୍ଭର/ଅଜିତ): ବାଲି ଓ ମୋରମ୍‌ ପରି ଲଘୁ ଖଣିଜ ଦ୍ରବ୍ୟର ଚୋରି ରୋକିବାକୁ ରାଜସ୍ୱ ବିଭାଗ କଲା ନୂଆ ଆକ୍‌ସନ୍‌ ପ୍ଲାନ। ଏପରିକି ଆବଶ୍ୟକତାକୁ ଦେଖି ନୂଆ ଖାଦାନ ଉତ୍ସ ଠାବ ଓ ବେଆଇନ ଉତ୍ତୋଳନ ଉପରେ ଲଗାମ କସିବାକୁ ପ୍ରତି ସପ୍ତାହରେ ଚଢଉ ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ। ଏମିତିକି କାମରେ ଅବହେଳା ପାଇଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦିଆଯାଇଛି। ଏହା ସତ୍ତ୍ୱେ ବେଧଡକ ଚାଲିଛି ବାଲି ଓ ମୋରମ ଖାଦାନ। ଯାହାଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।

ବାଲେଶ୍ୱର-ମୟୂରଭଞ୍ଚ ସୀମା ଦେଇ ପ୍ରବାହିତ ହୋଇଛି ସୁବର୍ଣ୍ଣରେଖା ନଦୀ। ଏହାର ମହୁଳିଆ ପଠାରେ ପ୍ରଚୁର ପରିମାଣରେ ବାଲି ରହିଛି। ଏହି ପଠାରୁ ବାଲି ଉଠାଣକୁ ବାରଣ କରିଛି ଏନ୍‌ଜିଟି। ଏହା ସତ୍ତ୍ୱେ ଏଠାରୁ ଜେସିବି ମେସିନ ଲଗାଇ ଦିନରାତି ବେଆଇନ୍‌ ଭାବେ ବାଲି ଉଠାଣ ହେଉଛି। ଦିନରେ ଜେସିବି ଲଗାଇ ପାଣି ଭିତରେ ରାସ୍ତା ତିଆରି କରାଯାଉଛି। ଆଉ ରାତିରେ ବାଲି ଉଠୁଛି। ମଝିରେ ମଝିରେ ଏନ୍‌ଜିଟି ଟିମ୍‌ ତଦାରଖ ପାଇଁ ଆସୁଥିଲେ ମଧ୍ୟ ଆଖିରେ ଆଙ୍ଗୁଳି ଗେଂଜି ଚାଲିଛି ବେଆଇନ୍‌ ବାଲି ଉଠାଣ। କେବଳ ଏହି ସ୍ଥାନ ନୁହେଁ, ଜଳେଶ୍ୱରର ଟିକାୟତପୁର, ରାଜନଗର, ଶିଖରପୁର ମାଙ୍କିଡିଆ ଓ ବସ୍ତାର ଚଣ୍ଡୀପୁର ରାଜଘାଟରେ ମଧ୍ୟ ଚାଲିଛି ବେଧଡକ ବାଲି ଉତ୍ତୋଳନ।

ସମାନ ଚିତ୍ର ଦେଖିବାକୁ ମିଳିଛି ନୀଳଗିରିରେ। ଦୀର୍ଘ ୫ ବର୍ଷ ଧରି ନୀଳଗିରି ମିରିଗିଣି ଅଞ୍ଚଳରେ ପଥର ଖାଦାନକୁ ବନ୍ଦ କରିଛି ପ୍ରଶାସନ। ହେଲେ ପ୍ରଶାସନର ନାକତଳେ ଚାଲିଛି ବ୍ଲାଷ୍ଟିଂ ଓ ବେଆଇନ ପଥର ଚାଲାଣ। ନୀଳଗିରିର ରିଗିଡି ଓ ବାଘମରାରେ ମଧ୍ୟ ମୋରମ ଖାଦାନରେ ଚାଲିଛି ବେଆଇନ କାରବାର।

ଏପଟେ ବାଲି ମୋରମ ଓ ପଥର ଖାଦାନ ପରି ଲଘୁ ଖଣିଜଦ୍ରବ୍ୟର ସୁପରିଚାଳନା ପାଇଁ ନୂଆ ଆକ୍‌ସନ୍‌ ପ୍ଲାନ କରି ଏହାକୁ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳମାନଙ୍କୁ ଅବଗତ କରିଛି ରାଜସ୍ୱ ବିଭାଗ। ଆବଶ୍ୟକତାକୁ ଦେଖି ଜିଲ୍ଲାରେ ନୂଆ ଉତ୍ସ ଚିହ୍ନଟ କାମର ତଦାରଖ କରିବେ ଜିଲ୍ଲାପାଳ। ଜିଲ୍ଲାରେ ଥିବା ଉତ୍ସର ବିନିଯୋଗ ପାଇଁ ପଦକ୍ଷେପ ସହ ବେଆଇନ ଚାଲାଣ ରୋକିବାକୁ ପ୍ରତି ସପ୍ତାହରେ ଚଢାଉ କରିବେ। ଏଥିପାଇଁ ତହସିଲରେ କାମ କରିବ ଏନଫୋର୍ସମେଣ୍ଟ ସେଲ। ନୂଆ ଉତ୍ସ ଖୋଜିବାରେ ଅବହେଳା କଲେ କିମ୍ବା ଦିଆଯାଇଥିବା ଦାୟିତ୍ୱ ନ ତୁଲାଇଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story