୪ ଦିନରେ ରାଜ୍ୟପାଳଙ୍କ ବିମାନ ଖର୍ଚ୍ଚ ୪୫ ଲକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ। ଏନେଇ ରାଜଭବନକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଗତ ଜୁନ୍ ୧୦ରୁ ୧୪ ଭିତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ। ତେବେ କେଉଁ ପରିସ୍ଥିତିରେ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି। ରାଜ୍ୟପାଳ ଗଣେଶୀ ଲାଲ ଭୁବନେଶ୍ୱରୁ ଦିଲ୍ଲୀ ଯାଆସ ପାଇଁ ସ୍ୱତନ୍ତ୍ର ଜେଟ୍ […]

Odisha-Governor-Ganeshi-Lal

Rakesh Mallick
  • Published: Thursday, 05 July 2018
  • , Updated: 05 July 2018, 05:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲଙ୍କ ବିମାନ ଓ ହେଲିକପ୍ଟର ଭଡ଼ାକୁ ନେଇ ବିବାଦ। ଏନେଇ ରାଜଭବନକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଗତ ଜୁନ୍ ୧୦ରୁ ୧୪ ଭିତରେ ରାଜ୍ୟପାଳ ବିମାନ ଓ ହେଲିକପ୍ଟର ବ୍ୟବହାର କରିଥିଲେ। ତେବେ କେଉଁ ପରିସ୍ଥିତିରେ ରାଜ୍ୟପାଳ ଗସ୍ତ କରିଥିଲେ ତାହା ଜଣାଇବାକୁ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିଛି।

ରାଜ୍ୟପାଳ ଗଣେଶୀ ଲାଲ ଭୁବନେଶ୍ୱରୁ ଦିଲ୍ଲୀ ଯାଆସ ପାଇଁ ସ୍ୱତନ୍ତ୍ର ଜେଟ୍ ବ୍ୟବହାର କରିଥିଲେ। ଦିଲ୍ଲୀରୁ ହରିୟାଣାର ସିର୍ସାକୁ ହେଲିକପ୍ଟରରେ ଯାଇଥିଲେ। ବିମାନ ଭଡ଼ା ବାବଦକୁ ୪୧ ଲକ୍ଷ ୧୮ ହଜାର ବିଲ୍ ହୋଇଥିବା ବେଳେ ହେଲିକପ୍ଟର ଭଡ଼ା ବାବଦକୁ ୫ ଲକ୍ଷ ଟଙ୍କା ବିଲ୍ ହୋଇଛି। ଏନେଇ ୟୁଜର୍ସ ସାର୍ଟିଫିକେଟ ଦାଖଲ କରିବାକୁ କୁହାଯାଇଛି। ଏହାଛଡ଼ା ଗସ୍ତର କାରଣ ଜଣାଇବାକୁ ଚିଠିରେ କୁହାଯାଇଛି।

ତେବେ ଏ ସଂପର୍କରେ ରାଜ୍ୟ ସରକାରଙ୍କ ଜିଏ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ହରିୟାଣାର ଯିବାକୁ ଏକ ବିମାନ ରିକ୍ୟୁଜିସନ କରାଯାଇଥିଲା। କିନ୍ତୁ ତାଙ୍କ ଗାଁ ସିର୍ସାକୁ ବିମାନ ଯିବାର ସୁବିଧା ନଥିବାରୁ ମଝିରୁ ପୁଣି ଏକ ହେଲିକପ୍ଟର ଭଡ଼ା ନିଆଗଲା। କିନ୍ତୁ ହେଲିକପ୍ଟ ଭଡ଼ା ନେବାକୁ ପୂର୍ବରୁ ରିକ୍ୟୁଜିସନ ହୋଇନଥିଲା। ତେଣୁ ଏ ବାବଦ ଭଡ଼ା ପଇଠ ପାଇଁ ରାଜଭବନକୁ ଚିଠି ଲେଖାଯାଇଛି। ଏଥିରେ କୌଣସି ଉଦ୍ଦେଶ୍ୟ ନାହିଁ। କାରଣ ଜିଏରୁ ଚିଠି ପାଇଲା ପରେ ହିଁ ରାଜଭବନ କେଉଁ ପରିସ୍ଥିତିରେ ହେଲିକପ୍ଟର ଭଡ଼ାରେ ନେଲେ ଜଣାଇବେ ଓ ତା ପରେ ହିଁ ଭଡ଼ା ପଇଠ ସମ୍ଭବ ହୋଇପାରିବ।

Related story