ମନୋଜ ଦାସଙ୍କ ସ୍ମୃତିରେ ‘ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’, ୧୦ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାର ପ୍ରତିବର୍ଷ ‘ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ପ୍ରଦାନ କରିବେ। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ କୃତି ପାଇଁ ଓଡ଼ିଆଙ୍କୁ ଏହି ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ରଚନା କରୁଥିବା ଓଡ଼ିଆଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦରେ ୧୦ଲକ୍ଷ ଟଙ୍କା ଦିଆଯିବ। ଏହାସହିତ ଉଭୟ ଇଂରାଜୀ […]

Manoj-das

Ranjit Kumar Jena
  • Published: Tuesday, 04 May 2021
  • , Updated: 04 May 2021, 10:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ମନୋଜ ଦାସଙ୍କ ସ୍ମୃତିରେ ରାଜ୍ୟ ସରକାର ପ୍ରତିବର୍ଷ ‘ଆନ୍ତର୍ଜାତିକ ସାହିତ୍ୟ ପୁରସ୍କାର’ ପ୍ରଦାନ କରିବେ। ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ କୃତି ପାଇଁ ଓଡ଼ିଆଙ୍କୁ ଏହି ପୁରସ୍କାର ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ, ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ରଚନା କରୁଥିବା ଓଡ଼ିଆଙ୍କୁ ପ୍ରତିବର୍ଷ ଏହି ପୁରସ୍କାର ଦିଆଯିବ। ପୁରସ୍କାର ରାଶି ବାବଦରେ ୧୦ଲକ୍ଷ ଟଙ୍କା ଦିଆଯିବ। ଏହାସହିତ ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଗୋଟିଏ ଲେଖାଏଁ ପୁରସ୍କାର ଦିଆଯିବ। ହାଇସ୍କୁଲ ପିଲାଙ୍କ ପାଇଁ ମନୋଜ କିଶୋର ସାହିତ୍ୟ ପ୍ରତିଭା ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦକୁ ୧ଲକ୍ଷ ଟଙ୍କା ଲେଖାଏଁ ମିଳିବ।

ଦିବଂଗତ ମନୋଜ ଦାସଙ୍କ ଶଙ୍ଖାରୀ ଗାଁ ଘରକୁ ‘ମନ୍ୱଥ-ମନୋଜ ସ୍ମାରକୀ’ ଭାବେ ଘୋଷଣା କରାଯାଇଛି। ସେଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ରଚିତ ବହିରେ ଲାଇବ୍ରେରୀ ନିର୍ମାଣ କରାଯିବ। ତାଙ୍କ ପୈତୃକ ଘରେ ଥିବା ମନ୍ଦିରକୁ ମଧ୍ୟ ସଂରକ୍ଷଣ କରାଯିବ। ଏସବୁ ବ୍ୟତୀତ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭ୍ୟୁ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ମାଗାଜିନ୍ ‘କୋଣାର୍କ’ରେ ମଧ୍ୟ ମନୋଜ ଦାସଙ୍କ ସ୍ମୃତିରେ ସ୍ୱତନ୍ତ୍ର ସଂସ୍କରଣ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ମନୋଜ ଦାସଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାରବର୍ଗଙ୍କ ସହ ଫୋନ୍ ଯୋଗେ କଥା ହୋଇ ଶୋକସନ୍ତପ୍ତ ପରିବାରକୁ ଶାନ୍ତ୍ୱନା ଦେଇଥିଲେ ଓ ତାଙ୍କ ସ୍ମୃତିରେ ସ୍ମାରକୀ ନିର୍ମାଣ ପ୍ରସ୍ତାବ ଉପରେ ମଧ୍ୟ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି।

Related story