ଆସନ୍ତାକାଲି ସନ୍ଧ୍ୟାସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଓଡ଼ିଶା ଛାଡ଼ି ଝାଡ଼ଖଣ୍ଡ ଅତିକ୍ରମ କରିସାରିଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ଆଜି ୟାସ୍ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ୭ଲକ୍ଷ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ଅଂଚଳର […]

cyclone45

cyclone45

Ordigital Desk
  • Published: Thursday, 27 May 2021
  • Updated: 27 May 2021, 08:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍‌’ ଓଡ଼ିଶା ଛାଡ଼ି ଝାଡ଼ଖଣ୍ଡ ଅତିକ୍ରମ କରିସାରିଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଉତ୍ତର ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାଜ୍ୟ ସରକାର ଆଜି ୟାସ୍ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ୭ଲକ୍ଷ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ କୁମାର ଜେନା କହିଛନ୍ତି ଯେ, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପ୍ରଭାବିତ ଅଂଚଳର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦୋ ଦିଆଯାଇଛି। ଏବେସୁଦ୍ଧା ରାଜ୍ୟରେ ବାତ୍ୟା ଯୋଗୁ ୩ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଜଣେ ଲେଖାଏଁ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ରିପୋର୍ଟ ଆସିଛି। ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର ଓ ଯାଜପୁର ସମେତ ୧୦ଟି ଉପକୂଳବର୍ତ୍ତୀ ଜିଲ୍ଲାର ୭ଲକ୍ଷ ୩ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସେମାନଙ୍କୁ ୭ଦିନ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଜାରି ରହିଛି। ପ୍ରଭାବିତ ଅଂଚଳରେ ଆଜି ରାତି ୯ଟା ସୁଦ୍ଧା ୮୦ ପ୍ରତିଶତ ଉପଭୋକ୍ତାଙ୍କୁ ବିଜୁଳି ସଂଯୋଗ ପ୍ରଦାନ କରାଯିବା ପାଇଁ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଓ ବାଲୋ୍‌ବର ଜିଲ୍ଲା ପାଇଁ ଏକ ହଜାର କୁଶଳୀ ଶ୍ରମିକଙ୍କୁ ବିଦ୍ୟୁତ ସଂଯୋଗ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଗତକାଲି ରାତି ୧୨ଟା ସୁଦ୍ଧା ୭୭ ପ୍ରତିଶତ ଅଂଚଳରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି। ରାଜନଗର, ମହାକାଳପଡ଼ା, ଯାଜପୁର ଅଂଚଳର କିଛି ସ୍ଥାନରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିନି। ଭଦ୍ରକ ଓ ବାଲେଶ୍ୱର ପାଇଁ କିଛି ଅଧିକ ସମୟ ଲାଗିବ। ଅଧିକାଂଶ ରାସ୍ତା ଏବେ କ୍ଲିଅର ହୋଇଛି। ପଂଚାୟତ ରାସ୍ତାଗୁଡ଼ିକର କାର୍ଯ୍ୟ ଚାଲିଛି। କିଛି ରାସ୍ତାରେ ଏବେ ବି ପାଣି ଜମି ରହିଛି । ପ୍ରଭାବିତ ଅଂଚଳରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳମାନଙ୍କୁ ଏଥିପାଇଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାତ୍ୟା ପ୍ରଭାବରେ ଗତକାଲି ଉପକୂଳବର୍ତ୍ତୀ ଜିଲ୍ଲାର ୧୪୬ଟି ବ୍ଲକରେ ପ୍ରବଳ ବର୍ଷା ହୋଇଛି। ରାଜ୍ୟର ୭୭ଟି ବ୍ଲକରେ ୩୦୦ରୁ ୪୦୦ମିମି ବର୍ଷା ରେକର୍ଡ କରାଯାଇଛି। ଗତକାଲିଠୁ ଆଜି ସକାଳ ୮ଟା ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ୧୨୭ମିମି, ସୁନ୍ଦରଗଡ଼ ଜିଲ୍ଲାରେ ୧୦୧ମିମି, ମୟୂରଭଞ୍ଜରେ ୯୬ମିମି, ଦେବଗଡ଼ ଜିଲ୍ଲାରେ ୯୨ମିମି ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ତଥାପି ବୈତରଣୀ ନଦୀର ଜଳସ୍ତର ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story