ଉଚ୍ଚଶିକ୍ଷା ବିଭାଗର ଚିଠି, ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ଚିହ୍ନଟ କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି। ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ […]

ramadevi

ramadevi

Manoranjan Sial
  • Published: Tuesday, 06 August 2019
  • Updated: 06 August 2019, 06:46 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ହେଉଛି ରମାଦେବୀ। ଏହାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜାଗା ଚିହ୍ନଟ ବିବାଦର ସମାଧାନ ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଚିଠି ଆସିଛି। ଆଲୋଚନା ଲାଗି ଖୁବ୍‌ଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ଏହି ଚିଠିରେ କୁହାଯାଇଛି।

ଗତ ୨୬ ଜୁଲାଇରୁ ଚିଠି ଆସିଥିଲେ ସୁଦ୍ଧା ଏଯାଏ କୁଳପତି କୌଣସି ଉତ୍ତର ଦେଇନାହନ୍ତି। ଏଭଳି ପରିସ୍ଥିତିରେ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ଚିହ୍ନଟ ପ୍ରକ୍ରିୟା କେତେ ଶୀଘ୍ର ସରିବ ଓ କ୍ୟାମ୍ପସ ତିଆରି କାମ ଆରମ୍ଭ ହେବ, ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା। ଏବେ ଗୋଟିଏ ସ୍ଥାନରେ ଚାଲିଛି ରମାଦେବୀ ବିଶ୍ୱବିଦ୍ୟାଳୟର ଜୁନିୟର, ଡିଗ୍ରୀ ଓ ପିଜି କ୍ଲାସ୍‌। ଫଳରେ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଥିବା ଛାତ୍ରୀମାନେ କହିଛନ୍ତି।

ପୂର୍ବରୁ ରମାଦେବୀ ଏକ କଲେଜ ଥିବାବେଳେ ୨୦୧୫ରେ ଏହା ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଲା। ହେଲେ ଏଯାଏ ଦ୍ୱିତୀୟ କ୍ୟାମ୍ପସ ଲାଗି ଜମି ସ୍ଥିର ହୋଇପାରିନି। ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଦ୍ୱିତୀୟ କ୍ୟାମ୍ପସ୍ ନିର୍ମାଣ ନିଷ୍ପତ୍ତିକୁ ଘୋର ବିରୋଧ ହେବା ପରେ ସରକାର ଗୋଠପାଟଣାରେ ଏକ ଜମି ଚିହ୍ନଟ କରିଥିଲେ। ମାତ୍ର କୁଳପତି ଛାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ଉଠାଇ ସେଠାରେ ଦ୍ୱିତୀୟ କ୍ୟାମ୍ପସ ନକରିବା ଲାଗି ସରକାରଙ୍କୁ ଜଣାଇଦେଲେ। ଏବେ ପ୍ରଶ୍ନ ଉଠୁଛି, ବହୁ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଗୋଠପାଟଣାରେ ଥିବା ବେଳେ ରମାଦେବୀ ଦ୍ୱିତୀୟ କ୍ୟାମ୍ପସ୍ ଲାଗି କାହିଁକି ମଙ୍ଗୁନାହାନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଆଉ ଏପଟେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଯୁକ୍ତି ହେଲା ସରକାରୀ ପ୍ରକ୍ରିୟା ବିଳମ୍ବ ହେଉଛି। ସେପଟେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଏ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos