ପାଣିରେ ପଡ଼ିଲା ୧୦ କୋଟି ! ଦାୟୀ ତଳିଆ କର୍ମଚାରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଷ୍ଟ ହେବ ୧୦ କୋଟିର ଗାନ୍ଧି ପୁସ୍ତିକା। ମହାତ୍ମା ଗାନ୍ଧିଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକାକୁ ନେଇ ବିବାଦ ପରେ ସବୁ ପୁସ୍ତିକାକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ଅନିଛାକୃତ ତ୍ରୁଟି ଥିଲା ବୋଲି କହି ଗଣଶିକ୍ଷା ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇ ମାରମାର ଭଣ୍ଡାରିଆକୁ ମାର ନ୍ୟାୟରେ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ଦୁଇଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଛି। ଏପଟେ […]

4321

Tapas Behera
  • Published: Saturday, 16 November 2019
  • , Updated: 16 November 2019, 08:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଷ୍ଟ ହେବ ୧୦ କୋଟିର ଗାନ୍ଧି ପୁସ୍ତିକା। ମହାତ୍ମା ଗାନ୍ଧିଙ୍କ ସଂପର୍କରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ପୁସ୍ତିକାକୁ ନେଇ ବିବାଦ ପରେ ସବୁ ପୁସ୍ତିକାକୁ ନଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ। ଅନିଛାକୃତ ତ୍ରୁଟି ଥିଲା ବୋଲି କହି ଗଣଶିକ୍ଷା ବିଭାଗ ନିଜ ମୁଣ୍ଡରୁ ଦୋଷ ଖସାଇ ମାରମାର ଭଣ୍ଡାରିଆକୁ ମାର ନ୍ୟାୟରେ ଜଣେ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିବା ସହ ଦୁଇଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଦେଇଛି। ଏପଟେ ବିଧାନସଭାରେ ପୁଣି ଏ ପ୍ରସଙ୍ଗରେ ଆଲୋଚନାକୁ ନେଇ କଥା କଟାକଟି ହୋଇଛନ୍ତି ବାଚସ୍ପତି ଓ କଂଗ୍ରେସ ବିଧାୟକ ଦଳ ନେତା।

ଆମ ବାପୁଜୀ, ଏକ ଝଲକ।  ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଇଁ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରିଥିଲା ଏହି ପତ୍ରିକା। ଏଥିରେ ଗାନ୍ଧୀଙ୍କ ଶୈଶବରୁ ଆରମ୍ଭ କରି ପାଠପଢା, କର୍ମଜୀବନ ଓ ଓଡିଶା ସହ ସଂପର୍କକୁ ନେଇ ପିଲାଙ୍କ ପାଇଁ ରହିଥିଲା ଉପାଦେୟ ତଥ୍ୟ । ହେଲେ ଆକସ୍ମିକ ଘଟଣା କ୍ରମରେ ଗାନ୍ଧୀଙ୍କ ମୃତ୍ୟୁ ହୋଇଥିବା ନେଇ ଲେଖାଯାଇଥିବା ଏହି ଦୁଇ ଧାଡ଼ି ସୃଷ୍ଟିକରିଛି ବିବାଦ। ବିବାଦ ବଢିବା ପରେ ସରକାର ତ୍ରୁଟି ସ୍ୱୀକାର କରି ଛଫା ସରିଥିବା ସବୁ ପୁସ୍ତିକାକୁ ଅପସାରଣ କରିବା ସହ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ସବୁ ଜିଲ୍ଲା ଶିକ୍ଷାଅଧିକାରୀ, ଓ ଡିପିସି ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏନଇ ଓସେପା ପକ୍ଷରୁ  ଚିଠି ହୋଇଛି। ତେବେ କେତେ ପୁସ୍ତିକା ଛପା ହୋଇଥିଲା ଓ ଏଥିପାଇଁ କେତେ ଖର୍ଚ୍ଚ ହୋଇଥିଲା ତାହା ବିଭାଗ କହୁ ନଥିବା ବେଳେ ଏ ଚିଠି କିନ୍ତୁ ୧୦ କୋଟିରୁ ଅଧିକ ହେବ ବୋଲି କଥା ସ୍ପଷ୍ଟ କରୁଛି ପଞ୍ଚମରୁ ଦଶମ ପିଲାଙ୍କୁ ତିନିପୃଷ୍ଟା ଓ ପ୍ରଥମରୁ ଚତୁର୍ଥ ପିଲାଙ୍କୁ ଏହି ପତ୍ରିକାର ଗୋଟିଏ ପୃଷ୍ଠା ବଣ୍ଟା ସରିଛି।

ସରକାରୀ ସ୍କୁଲରେ ପଢୁଥିବା ରାଜ୍ୟରେ ପ୍ରଥମରୁ ଦଶମ ପିଲାଙ୍କ ସଂଖ୍ୟା ପ୍ରାୟ ୬୦ ଲକ୍ଷ  ଗାନ୍ଧୀଜୟନ୍ତିରେ ସବୁ ପିଲାଙ୍କୁ ଏହା ବାଣ୍ଟିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ବିଭାଗ। ଏବେ ପ୍ରଶ୍ନ, ବଣ୍ଟାଯାଇଥିବା ପୁସ୍ତିକାକୁ ପୁଣି କେମିତି ଫେରାଇ ଆଣି ନଷ୍ଟ କରିବ ବିଭାଗ ? ତେବେ ଏ ତ୍ରୁଟିକୁ ଅନିଛାକୃତ ବୋଲି କହି ନିଜ ମୁଣ୍ଡରୁ ଦୋଷ ଖସାଇ ଜଣେ କର୍ମଚାରୀଙ୍କୁ ନିଲମ୍ବନ ଓ ଦୁଇଜଣଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିବା ବିଧାନସଭାରେ କହିଛନ୍ତି ବିଭାଗର ମନ୍ତ୍ରୀ।

ତେବେ ମନ୍ତ୍ରୀଙ୍କ ଉତ୍ତର ପରେ ବି ବିବାଦ ଥମିନି। ଶୁନ୍ୟକାଳରେ ଏ କଥା ପୁଣି  ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଛନ୍ତି କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର । ତେବେ ମନ୍ତ୍ରୀ ଉତ୍ତର ରଖିସାରିଥିବାରୁ ପୁଣି ଆଲୋଚନା ପାଇଁ ନରିସଂହକୁ ବାଚସ୍ପତି ଅନୁମତି ନ ଦେବାରୁ ବେଶ କିଛି ସମୟ ଧରି ଉଭୟଙ୍କ ଭିତରେ ହୋଇଥିଲା କଥା କଟାକଟି। ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉପଲକ୍ଷେ ଗାନ୍ଧୀବାଣୀ ପ୍ରଚାର ପାଇଁ ପ୍ରକାଶିତ ଏ ପୁସ୍ତିକା ଏବେ ସରକାରଙ୍କୁ ଅଡୁଆରେ ପକାଇଛି।

Related story