କଳାହାଣ୍ଡିବାସୀଙ୍କୁ ଝଟକା: ବେଦାନ୍ତ ସହ ଏମଓୟୁ ବାତିଲ, ବିଳମ୍ବ ହେବ ମେଡିକାଲ କଲେଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇମାସ ପୂର୍ବରୁ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଏବେ ଶକ୍ତ ଝଟକା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ। ସର୍ଦ୍ଦାର ରାଜା ମେଡିକାଲ କଲେଜ ବନ୍ଦ ହେବାପରେ ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ବେଦାନ୍ତ ସହ ୨୦୧୮ ମାର୍ଚ୍ଚ ୨୭ତାରିଖରେ କରିଥିବା ଏମଓୟୁ ଆଜି ରାଜ୍ୟ ସରକାର ବାତିଲ କରିଦେଇଛନ୍ତି। ହସ୍ପିଟାଲ […]

Bhawanipatna-Medical-College

Bhawanipatna-Medical-College

Ordigital Desk
  • Published: Wednesday, 03 March 2021
  • Updated: 03 March 2021, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ ଦୁଇମାସ ପୂର୍ବରୁ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ବିକାଶର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଏବେ ଶକ୍ତ ଝଟକା ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାରେ ପ୍ରସ୍ତାବିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବ। ସର୍ଦ୍ଦାର ରାଜା ମେଡିକାଲ କଲେଜ ବନ୍ଦ ହେବାପରେ ଭବାନୀପାଟଣାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ବେଦାନ୍ତ ସହ ୨୦୧୮ ମାର୍ଚ୍ଚ ୨୭ତାରିଖରେ କରିଥିବା ଏମଓୟୁ ଆଜି ରାଜ୍ୟ ସରକାର ବାତିଲ କରିଦେଇଛନ୍ତି। ହସ୍ପିଟାଲ ନିର୍ମାଣ କାର୍ଯ୍ୟରେ ବେଦାନ୍ତ ଅହେତୁକ ବିଳମ୍ବ କରୁଥିବା ଦର୍ଶାଇ ରାଜ୍ୟ ସରକାର ଏହି ଏମଓୟୁ ବାତିଲ କରିଛନ୍ତି। ତେବେ ୨୦୧୪ ସାଧାରଣ ନିର୍ବାଚନରେ କଳାହାଣ୍ଡିରେ ସରକାରୀ ମେଡିକାଲ କଲେଜ ସ୍ଥାପନ ପାଇଁ ବିଜେଡି ଦେଇଥିବା ପ୍ରତିଶ୍ରୁତି ଏବେବି ଜିଲ୍ଲାବାସୀଙ୍କ ପାଇଁ ପ୍ରତିଶ୍ରୁତି ହୋଇ ରହିଛି।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ କଳାହାଣ୍ଡି ଜିଲ୍ଲାରେ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ପାଇଁ ଗତ ୨୦୧୮ ମାର୍ଚ୍ଚ ୨୭ତାରିଖରେ ବେଦାନ୍ତ ସହ ହୋଇଥିବା ଏମଓୟୁକୁ ବାତିଲ କରାଯାଇଛି। ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁ ଏହି ଏମଓୟୁକୁ ବାତିଲ କରାଗଲା ଓ ପୂର୍ତ୍ତ ବିଭାଗ ଆବଶ୍ୟକ କାର୍ଯ୍ୟ କରିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ ସୂଚନା ଅନୁସାରେ, ୨୦୧୮ ମାର୍ଚ୍ଚ ୨୭ରେ ହୋଇଥିବା ଏମଓୟୁ ଅନୁସାରେ କଳାହାଣ୍ଡିରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ୩୫୦କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ଯେଉଁଥିରେ ୧୦୦କୋଟି ବେଦାନ୍ତ କମ୍ପାନୀ ଓ ବାକି ରାଜ୍ୟ ସରକାର ବହନ କରିବାକୁ ସହମତି ହୋଇଥିଲା। ଏହି ମେଡିକାଲ କଲେଜକୁ ୨୦୨୧ ମସିହାରୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ବିଳମ୍ବ ଦର୍ଶାଇ ରାଜ୍ୟ ସରକାର ଅଚାନକ ଏହି ଏମଓୟୁକୁ ବାତିଲ କରିଦେଇଛନ୍ତି। ତେବେ ବାସ୍ତବ କାରଣ କ’ଣ ତାହା ଜଣାପଡ଼ିନାହିଁ। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ମେଡିକାଲ କଲେଜର ଏକାଡେମିକ ବ୍ଲକ, ହଷ୍ଟେଲ, ଷ୍ଟାଫ କ୍ୱାର୍ଟର୍ସ ଓ ଅଡ଼ିଟୋରିୟମ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାର କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଟାଟା ପ୍ରୋଜେକ୍ଟକୁ ଏହି ନିର୍ମାଣ କାର୍ଯ୍ୟର ଠିକା ଦିଆଯାଇଛି ଓ ରାଜ୍ୟ ସରକାର ୨୬୫କୋଟି ଟଙ୍କା ଦେଇଛନ୍ତି।

ସେହିପରି ୧୦୦କୋଟି ଟଙ୍କା ବିନିଯୋଗ କରିବାକୁ ସହମତି ଦେଇଥିବା ବେଦାନ୍ତ ଦାୟିତ୍ୱରେ ହସ୍ପିଟାଲ ନିର୍ମାଣ ରହିଥିଲା। କମ୍ପାନୀ ତା’ର ଠିକା କାର୍ଯ୍ୟକୁ ଜ୍ୟାନନ ଡ୍ରଙ୍କରଲେକୁ ଦେଇଛି। ତେବେ ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ଏହି ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ରଗତିର ସମୀକ୍ଷା ନିମନ୍ତେ ରାଜ୍ୟ ସରକାର ଯେଉଁ ତତ୍ପରତା ଦେଖାଇବା କଥା ବିଲକୁଲ ଦେଖାଇ ନାହାନ୍ତି। ନବ ଦାସ ସ୍ୱାସ୍ଥ୍ୟମନ୍ତ୍ରୀ ହେବାପରେ ୨୦୧୯ ସେପ୍ଟେମ୍ବର ମାସରେ ମେଡିକାଲ ନିର୍ମାଣର ଅଗ୍ରଗତି ତଦାରଖ କରିଥିଲେ। ସେବେଠୁ ସରକାରୀସ୍ତରରେ ଏହାର ଅଗ୍ରଗତିର ସମୀକ୍ଷା ହୋଇନଥିଲା। ଏବେ ଅଚାନକ ଏମଓୟୁକୁ ବାତିଲ କରାଯାଇଛି। ଏହି କାର୍ଯ୍ୟରେ ସମସ୍ତ ଅର୍ଥ ସରକାର ବହନ କରିବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, ସର୍ଦ୍ଦାର ରାଜା ମେଡିକାଲ କଲେଜରେ ଅନିୟମିତତା ଯୋଗୁ ତାହା ବନ୍ଦ ହୋଇଯିବା ପରେ କଳାହାଣ୍ଡିରେ ଗୋଟିଏ ସରକାରୀ ମେଡିକାଲ କଲେଜ ଖୋଲିବା ନିମନ୍ତେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରତିଶ୍ରୁତି ଦେଇଥିଲା। ୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ବେଦାନ୍ତ ସହ ଏମଓୟୁ କରିଥିବା ସରକାର ଏବେ ଏହାକୁ ବାତିଲ କରିଥିବାରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବାରେ ପୁଣି ବିଳମ୍ବ ହେବ ବୋଲି ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story