‘ଓଡ଼ିଶାରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବେଶ୍ ଅଧିକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଓମିକ୍ରନ ସଂକ୍ରମଣ ହାର ବେଶ୍ ଅଧିକ । ଯେକୌଣସି ସମୟରେ ଏହା ବିସ୍ଫୋରକ ପରିସ୍ଥିତିର ରୂପ ନେଇପାରେ । ତେଣୁ ଲୋକମାନେ ଏଥିପ୍ରତି ସତର୍କ ରହିବା ଉଚିତ୍ । ଏହାସହିତ ରାଜ୍ୟରେ ଜଣେ ବି ଓମିକ୍ରନ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇନି ବୋଲି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେତେକ ମେଟ୍ରୋ ସହରରେ […]

Omicron

Ordigital Desk
  • Published: Monday, 24 January 2022
  • , Updated: 24 January 2022, 09:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଓମିକ୍ରନ ସଂକ୍ରମଣ ହାର ବେଶ୍ ଅଧିକ । ଯେକୌଣସି ସମୟରେ ଏହା ବିସ୍ଫୋରକ ପରିସ୍ଥିତିର ରୂପ ନେଇପାରେ । ତେଣୁ ଲୋକମାନେ ଏଥିପ୍ରତି ସତର୍କ ରହିବା ଉଚିତ୍ । ଏହାସହିତ ରାଜ୍ୟରେ ଜଣେ ବି ଓମିକ୍ରନ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହୋଇନି ବୋଲି ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୋମବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେତେକ ମେଟ୍ରୋ ସହରରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ଅଛି । ସେଠାରେ ସଂକ୍ରମଣ ହାର ୮୦ରୁ ୯୦ ପ୍ରତିଶତ ରହିଛି । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ । ଗୋଷ୍ଠୀ ସଂକ୍ରମଣ ହୋଇଛି ଅର୍ଥ ସ୍ଥାନୀୟ ଅଂଚଳରେ ଓମିକ୍ରନ ସଂଖ୍ୟା ବଢ଼ିଛି । ଓଡ଼ିଶାରେ କେତେ ପ୍ରତିଶତ ସଂକ୍ରମଣ ହେଲାଣି ତାହା ଜାଣିବାକୁ ସମୟ ଲାଗିବ । କିଛି ଦିନ ତଳେ ଜିନମ ସିକ୍ୱେନ୍ସିଂରେ ୬୦% ଥିଲା । ଏହା ନିଶ୍ଚୟ ବଢ଼ିଥିବ ।

ରାଜ୍ୟରେ ଏବେ ୨ ପ୍ରତିଶତରୁ କମ୍ ଅର୍ଥାତ୍ ପ୍ରାୟ ୧୪୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ଟିଭ କେସ୍ ୮୫-୮୬ହଜାର ରହିଛି । ରାଜ୍ୟରେ ସଂକ୍ରମଣ ତଳମୁହାଁ ହୋଇଛି ବୋଲି କହିବା ଠିକ୍ ହେବନି । ଆହୁରି କିଛିଦିନ ଅପେକ୍ଷା କରିବାକୁ ପଡ଼ିବ। ସାମାନ୍ୟ ଲକ୍ଷଣ ରହୁଥିଲେ ଟେଷ୍ଟ କରାଇ ନେବା ଉଚିତ୍ । ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ନଚେତ୍ ରାଜ୍ୟରେ ସଂକ୍ରମଣ ବିସ୍ଫୋରକ ପରିସ୍ଥିତିର ରୂପ ନେଇପାରେ ବୋଲି ସେ କହିଛନ୍ତି ।

ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, କରୋନା ସଂକ୍ରମଣ ହାର ହ୍ରାସ ପାଉଛି ଓ କରୋନା ଗ୍ରାଫ ତଳମୁହାଁ ଅଛି । କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ସୁଧୁରିବାରେ ଲାଗିଛି । ଯେଉଁ ଡାକ୍ତର,ନର୍ସ ଓ ଅନ୍ୟ କର୍ମଚାରୀମାନେ ସଂକ୍ରମିତ ହୋଇଥିଲେ ସେମାନେ ସମସ୍ତେ ସୁସ୍ଥ ହୋଇ ଫେରୁଛନ୍ତି । ଏବେ କ୍ୟାପିଟାଲ ହସ୍ପିଟାଲରେ କେବଳ ରାତ୍ରିକାଳୀନ ଓପିଡି ବନ୍ଦ ରହିଛି । ଆଗୁଆ ସର୍ତକତାମୂଳକ ପଦକ୍ଷେପ ନିଆଯାଉଥିବାରୁ ସଂକ୍ରମଣ ହ୍ରାସ ପାଇଛି । ଏବେ ଟେଷ୍ଟିଂରେ ମାତ୍ର ୩୦ ପ୍ରତିଶତ ପଜେଟିଭ୍ ରୋଗୀ ଚିହ୍ନଟ ହେଉଛନ୍ତି ବୋଲି ସେ କହିଛନ୍ତି ।

Related story