ଆଶାରେ ରହିଗଲା କୃଷି ବିଶ୍ୱବିଦ୍ୟାଳୟ; କେବିକେ ଜିଲ୍ଲାକୁ ପ୍ରତିଶ୍ରୁତି ଦେଇଥିଲେ, ଏବେ ଫାଙ୍କିଦେଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି। ଏଭଳି କୌଣସି ଘୋଷଣା କରାଯାଇନି ବୋଲି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରୋକଠୋକ୍ ବିଧାନସଭାରେ ମନା କରିଦେଇଛନ୍ତି। ଯାହାକି ପୁଣିଥରେ ନବୀନ ସରକାରର ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକ ପ୍ରତି ବୈମାତୃକ ମନୋଭାବର ପ୍ରମାଣ ଦେଇଛି। ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ […]

Agriculture-University

Agriculture-University

Ordigital Desk
  • Published: Wednesday, 06 July 2022
  • Updated: 06 July 2022, 10:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ନିଜର ଇସ୍ତାହାରରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏବେ ସମ୍ପୂର୍ଣ୍ଣ ଫାଙ୍କି ଦେଇଛନ୍ତି। ଏଭଳି କୌଣସି ଘୋଷଣା କରାଯାଇନି ବୋଲି ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରୋକଠୋକ୍ ବିଧାନସଭାରେ ମନା କରିଦେଇଛନ୍ତି। ଯାହାକି ପୁଣିଥରେ ନବୀନ ସରକାରର ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକ ପ୍ରତି ବୈମାତୃକ ମନୋଭାବର ପ୍ରମାଣ ଦେଇଛି।

ରାଜ୍ୟ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଜି ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ୨୦୧୪ ମସିହାରେ କେବିକେ ଅଂଚଳରେ ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇ ନାହିଁ। ଏପରିକି କୋରାପୁଟ ଜିଲ୍ଲାରେ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ପାଇଁ କୌଣସି ପ୍ରସ୍ତାବ ସରକାରଙ୍କ ବିଚାରାଧୀନ ନାହିଁ। ଓୟୁଏଟି ଅଧୀନରେ କୋରାପୁଟ ଜିଲ୍ଲାର ସିମିଲିଗୁଡ଼ାଠାରେ ଗୋଟିଏ କୃଷି ବିଜ୍ଞାନ କେନ୍ଦ୍ର, ଗୋଟିଏ ଆଂଚଳିକ ଓ ଜ୍ଞାନକୌଶଳ ପ୍ରସାରଣ କେନ୍ଦ୍ର ଓ ଗୋଟିଏ ଆଗ୍ରୋ ପଲିଟେକନିକ୍ ସେଂଟର କାର୍ଯ୍ୟ କରୁଛି। ପଟାଙ୍ଗିଠାରେ ଉଚ୍ଚପତନ ଗବେଷଣା କେନ୍ଦ୍ର ଓ ଜୟପୁରଠାରେ ଆଂଚଳିକ ଗବେଷଣା ଓ ଜ୍ଞାନକୌଶଳ ପ୍ରସାରଣ ଉପକେନ୍ଦ୍ର କାର୍ଯ୍ୟ କରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଧାନସଭାରେ ଲିଖିତ ଭାବେ ଦର୍ଶାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ବିଜେଡି ୨୦୧୪ ସାଧାରଣ ନିର୍ବାଚନରେ କେବିକେ ଅଂଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ନିମନ୍ତେ ଦେଇଥିବା ପ୍ରତିଶ୍ରୁତିରୁ କାହିଁକି ଓହରିଗଲା। ବିଜେଡିର ନିର୍ବାଚନୀ ଇସ୍ତାହାରକୁ ରାଜ୍ୟ ମନ୍ତ୍ରିପରିଷଦ ଏକ ସଂକଳ୍ପ ଆକାରରେ ପାରିତ କରି ସେଥିରେ ସରକାରୀ ମୋହର ଲଗାଇଥିବା ସତ୍ତ୍ୱେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ କିଭଳି ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟକୁ ନେଇ କୌଣସି ଘୋଷଣା ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇନି ବୋଲି କହୁଛନ୍ତି।

୨୦୧୪ ସାଧାରଣ ନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୨୦୧୪ ମେ’ ୨୧ରେ ନିଜର ସରକାର ଗଢ଼ିଥିଲେ । ସେହି ଦିନ ରାଜ୍ୟ ମନ୍ତ୍ରିପରିଷଦ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଦଳର ନିର୍ବାଚନୀ ଇସ୍ତାହାରକୁ ସରକାରୀ ମୋହର ମାରିଥିଲେ । ଆଉ ଏହାପରେ ପ୍ରତିବର୍ଷ ମୁଖ୍ୟମନ୍ତ୍ରୀ ନିଜ ସରକାରର ବର୍ଷପୂର୍ତ୍ତି ବେଳେ ବିଭାଗଗୁଡ଼ିକର କାର୍ଯ୍ୟର ସମୀକ୍ଷା ସହ ନିର୍ବାଚନୀ ପ୍ରତିଶ୍ରୁତିକୁ କେଉଁ ବିଭାଗ କେତେ ପରିମାଣର ପୂରଣ କରିଛି ତାହା ମଧ୍ୟ ତଦାରଖ କରୁଥିଲେ । ମାତ୍ର ଏବେ ୮ବର୍ଷ ପରେ ଏହି ସରକାରୀ ପ୍ରତିଶ୍ରୁତିକୁ କିଭଳି କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଜାଣିପାରିଲେ ନାହିଁ ଓ ପବିତ୍ର ବିଧାନସଭାରେ କାହିଁକି ଏଭଳି ମିଛ କହିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି ।

ଅବଶ୍ୟ ୨୦୧୯ ସାଧାରଣ ନିର୍ବାଚନବେଳେ ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିରେ ଏହି ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ପ୍ରସଙ୍ଗ ସ୍ଥାନ ପାଇନଥିଲା । ୨୦୧୪ ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ମୋହର ଦିଆଯାଇଥିବାରୁ ସେ ଦିଗରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ସମସ୍ତେ ଧରିନେଇଥିଲେ । କିନ୍ତୁ ଏବେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଲିଖିତ ଉତ୍ତର ହିଁ ପଶ୍ଚିମଓଡ଼ିଶାବାସୀଙ୍କ ପ୍ରତି ସିଧାସଳଖ ପ୍ରତାରଣା ହୋଇଛି । ଆଂଚଳିକ ବୈଷମ୍ୟ ଦୂର କରି କେବିକେ ଜିଲ୍ଲାଗୁଡ଼ିକରେ ବିକାଶକୁ ଗତିଶୀଳ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇ ନବୀନ ପଟ୍ଟନାୟକ ସରକାର ତାହା ପୂରଣ କରୁନଥିବାରୁ ଗତ ଦୁଇଦିନ ତଳେ ପଶ୍ଚିମ ଓଡ଼ିଶାର ୧୨ଟି ସଂଗଠନ ଭୁବନେଶ୍ୱର ଆସି ‘ସ୍ୱତନ୍ତ୍ର କୋଶଲ ରାଜ୍ୟ’ ଗଠନ ଦାବି ରଖିଛନ୍ତି ।

ସରକାରୀ ବୈମାତୃକ ଆଚରଣର ଶିକାର ହେଉଥିବାରୁ ସେମାନେ ଆଗକୁ ବୃହତ ଆନ୍ଦୋଳନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି । ଏଭଳି ସମୟରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନକୁ ନେଇ ନିଜ ସରକାରର ସଂକଳ୍ପ ଓ ପ୍ରତିଶ୍ରୁତିକୁ କେଉଁ ପରିସ୍ଥିତିରେ ଭୁଲ୍ ବୋଲି ଦର୍ଶାଇଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story