ନଗଡ଼ା ଅପପୁଷ୍ଟି ମୃତ୍ୟୁକୁ ବାଏଁ ବାଏଁ ଉଡାଇ ଦେଲେ ସରକାର

Ordigital Desk
• Published: Saturday, 24 March 2018
• , Updated: 24 March 2018, 10:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନଗଡ଼ା ଅପପୁଷ୍ଟି ମୃତୁ୍ୟକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ରାଜ୍ୟ ସରକାର। ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଗତ ଦୁଇବର୍ଷ ଭିତରେ ରାଜ୍ୟରେ କୌଣସି ଶିଶୁ ପୁଷ୍ଟିହୀନତା ପାଇଁ ମରିନାହାନ୍ତି। ମନ୍ତ୍ରୀ ଏପରି ଉତ୍ତର ଦେଇ ବର୍ଷେ, ଦେଢ଼ବର୍ଷ ତଳେ ନଗଡ଼ାର ନଗ୍ନସ୍ଥିତି ଏବଂ ପୁଷ୍ଟିହୀନତାର ବାସ୍ତବତାକୁ ଫାଙ୍କି ଦେଇଛନ୍ତି। ଯାହାକୁ ବିରୋଧୀ ସହଜରେ ଗ୍ରହଣ କରିପାରୁନାହାନ୍ତି।

୨୦୧୬ ଜୁନ୍ ଓ ଜୁଲାଇରେ ଅପପୁଷ୍ଟି ଓ ମୃତ୍ୟୁର ଇଲାକା କୁହାଯାଉଥିବା ନଗଡ଼ାରେ ଦେଖିବାକୁ ମିଳିଥିଲା କରୁଣ ଚେହେରା। ଅପପୁଷ୍ଟି ସହ ଲଢ଼ି ଲଢ଼ି ମରିଗଲେ ୨୦ରୁ ଊର୍ଦ୍ଧ୍ୱ ଶିଶୁ। ଦୀର୍ଘଦିନ ଧରି ଗଣମାଧ୍ୟମର ଶିରୋନାମା ପାଲଟିଲା ଏ ଚର୍ଚ୍ଚିତ ଖବର। ଏଥିପାଇଁ ଦେଶ ବିଦେଶରେ ଲଜ୍ଜିତ ହୋଇଥିଲା ଓଡ଼ିଶା। ହେଲେ ରାଜ୍ୟ ସରକାର ବିଧାନସଭାର ପବିତ୍ର ଗୃହରେ ଏ ସତ୍ୟକୁ ଫାଙ୍କି ଦେଇଛନ୍ତି।

ବିଧାନସଭାରେ ବିଧାୟକ ଚୀରଞ୍ଜିବ ବିଶ୍ୱାଳଙ୍କ ଲିଖିତ ପ୍ରଶ୍ନର ଲିଖିତ ଉତ୍ତରରେ ଗତକାଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଥିଲେ, “ଦୁଇବର୍ଷ ଭିତରେ ଅପପୁଷ୍ଟିର ଶିକାର ହୋଇ କୌଣସି ଶିଶୁ ମୃତୃ୍ୟବରଣ କରିନାହାଁନ୍ତି।”

ଏହାସହ ଶାସକ ଦଳ ବିଧାୟକ ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଯେଉଁ ତାଲିକା ଦେଇଛନ୍ତି, ତାହା ଅପପୁଷ୍ଟିର ବାସ୍ତବତାକୁ ପଦାରେ ପକାଇ ଦେଉଛି। ମନ୍ତ୍ରୀ କହିଥିଲେ, ୨୦୧୮ ଜାନୁଆରୀ ସୁଦ୍ଧା ରାଜ୍ୟର ୨୬ ହଜାର ୧୮୪ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। କଳାହାଣ୍ଡିରେ ସବୁଠୁ ଅଧିକ ୩୧୧୪ ଶିଶୁ ଅପପୁଷ୍ଟିର ଶୀକାର ହୋଇଛନ୍ତି। ତା’ ତଳକୁ କନ୍ଧମାଳରେ ୨୮୮୭ ଶିଶୁ ପୁଷ୍ଟିହୀନତାରେ ଶଢୁଛନ୍ତି। ତେବେ ବିରୋଧୀଙ୍କ ଅଭିଯୋଗ ସରକାରଙ୍କ ଏ ତଥ୍ୟଠାରୁ ବାସ୍ତବିକତା ଢେର ଅଧିକ।

ହେଲେ ସରକାର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଓ କୌଣସି ତଥ୍ୟ ଲୁଚାଯାଇ ନଥିବା ସଫେଇ ଦେଇଛନ୍ତି।

କେବଳ ନଗଡ଼ା ନୁହେଁ, ରାଜ୍ୟର ଅନ୍ୟ ସ୍ଥାନରେ ବି ଅପପୁଷ୍ଟିରୁ ଶିଶୁମୃତ୍ୟୁର ଅଭିଯୋଗ ଆସିଥିଲା। ହେଲେ ସରକାରୀ ରେକର୍ଡରୁ ଏସବୁ କେମିତି ଉଭେଇ ଗଲା, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

Related story