ବାତ୍ୟା ଆଶଙ୍କା: ୭ ଜିଲ୍ଲାକୁ ଆଲର୍ଟ, ୨୩ରୁ ଲଘୁଚାପ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି । ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହ ଆସନ୍ତା ୨୩ରୁ ଲଘୁଚାପଜନିତ ବର୍ଷା ହେବାର ଆଶଙ୍କା ଥିବାରୁ ସପ୍ତାହକ ପର୍ଯ୍ୟନ୍ତ ହେଡକ୍ୱାର୍ଟର ନଛାଡ଼ିବାକୁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୪ତାରିଖ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି […]

Cyclone.jpg

Cyclone.jpg

Ordigital Desk
  • Published: Wednesday, 19 October 2022
  • Updated: 19 October 2022, 09:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ସିତରଙ୍ଗ’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପକୂଳବର୍ତ୍ତୀ ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛନ୍ତି । ସେମାନଙ୍କୁ ସମସ୍ତ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେବା ସହ ଆସନ୍ତା ୨୩ରୁ ଲଘୁଚାପଜନିତ ବର୍ଷା ହେବାର ଆଶଙ୍କା ଥିବାରୁ ସପ୍ତାହକ ପର୍ଯ୍ୟନ୍ତ ହେଡକ୍ୱାର୍ଟର ନଛାଡ଼ିବାକୁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୨୪ତାରିଖ ସୁଦ୍ଧା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ । ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ସପ୍ତାହକ ପର୍ଯ୍ୟନ୍ତ ହେଡକ୍ୱାର୍ଟର ନଛାଡ଼ିବାକୁ କୁହାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ଅଂଚଳରେ ମତ୍ସ୍ୟଜୀବୀମାନଙ୍କୁ ଆଗୁଆ ସତର୍କ କରାଯାଇଛି । ୨୨ତାରିଖ ପରଠୁ ସମୁଦ୍ର ଭିତରକୁ ନଯିବା ଓ ଯେଉଁମାନେ ଯାଇଛନ୍ତି ସେମାନେ ଏହି ଅବଧି ପୂର୍ବରୁ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବଙ୍ଗୋପସାଗରର ଦକ୍ଷିଣପୂର୍ବ ଦିଗରେ ୨୪ଘଣ୍ଟା ମଧ୍ୟରେ ଲଘୁଚାପ ଅଂଚଳ ସୃଷ୍ଟି ହେବ ଯାହାକି ପଶ୍ଚିମ-ଉତ୍ତପଶ୍ଚିମ ଦିଗ ଅଭିମୁଖେ ଆସି ୨୨ତାରିଖ ସୁଦ୍ଧା ଅବପାତର ରୂପ ନେବ । ଯାହାକି ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ଧାରଣ କରିବାର ଆଶଙ୍କା ରହିଛି । ଏହି ଲଘୁଚାପ ଯୋଗୁ ଆସନ୍ତା ୨୩ତାରିଖରେ ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶାରେ ୪୫ରୁ ୫୫କିମି ବେଗରେ ପବନ ବୋହିବାର ପୂର୍ବାନୁମାନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story