ଜଳ ସମସ୍ୟା ଦେଖାଦେଲେ ଏହି ନମ୍ବରରେ ଫୋନ୍‌ କରନ୍ତୁ , ଟୋଲ ଫ୍ରି ନମ୍ବର ଜାରି କଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ରାଜ୍ୟ ସରକାର  ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି ।  ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ କୁ ମାଗଣାରେ ଫୋନ୍ […]

700-1

700-1

Tapas Behera
  • Published: Wednesday, 15 April 2020
  • Updated: 15 April 2020, 06:07 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଖରା ବଢ଼ିବା ସହ ବିଭିନ୍ନ ସ୍ଥାନରେ ଜଳ ସଂକଟ ଦେଖା ଦେବା ନେଇ ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି।  ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି । ରାଜ୍ୟ ସରକାର  ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ପୃଥକ ପୃଥକ ହେଲପଲାଇନ୍ ନମ୍ବର ଜାରି ହୋଇଛି ।  ଗ୍ରାମାଞ୍ଚଳରେ ଜଳ ସମସ୍ୟା ଜଣାଇବାକୁ ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦ ୩୪୫୬୭୮୩ କୁ ମାଗଣାରେ ଫୋନ୍ କରିହେବ।

ପାନୀୟ ଜଳ ଯୋଗାଣ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଉଭୟ ଗାଁ ଓ ସହରରେ ବିଶୁଦ୍ଧ ଜଳଯୋଗାଣ ନେଇ ପଦକ୍ଷେପ ନିଆଯାଉଛି।  ଅଚଳ ନଳକୂପ ଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ ସୁବିଧା ନଥିବ ସେଠାକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯିବ, ନଚେତ ଟାଙ୍କି ରଖି ପ୍ରତିଦିନ ସେଥିରେ ପାଣି ଭର୍ତ୍ତି କରାଯିବ।  ଜଳଯୋଗାଣ ଅସୁବିଧା ଦୂର କରିବା ପାଇଁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos