ଓଡ଼ିଶା ସରକାରଙ୍କ ଆଳୁ ମିଶନର ସ୍ଥିତି କେଉଁଠି?

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ରାଜ୍ୟରେ ଆଳୁ ଦର କିଲୋ ପିଛା ୪୦ ଟଙ୍କା ଛୁଇଁଛି। ପ୍ରତିଟି ଓଡ଼ିଆଙ୍କ ରୋଷେଇ ଘରେ ଆଳୁର ଉପସ୍ଥିତି ଥାଏ। ହେଲେ ଏବେର ଦରବୃଦ୍ଧି ସମସ୍ତଙ୍କୁ ବାଧିଛି। ଏଥିସହ ସାଧାରଣ ଲୋକମାନେ ଆଳୁର ବିକଳ୍ପ ଚିନ୍ତା କରିବା ମଧ୍ୟ ଆରମ୍ଭ କରିଛନ୍ତି। ବିଭିନ୍ନ ସରକାରୀ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଦେଶରେ ଆଳୁ ଉତ୍ପାଦନ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ କମ୍ ହୋଇଛି। ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀରୁ କେନ୍ଦ୍ର ସରକାର ଆଳୁକୁ […]

alu

alu

Subhransu Sekhar
  • Published: Saturday, 17 October 2020
  • Updated: 17 October 2020, 04:38 PM IST

ଭୁବନେଶ୍ୱର (ଶୁଭ୍ରାଂଶୁ ଶେଖର): ରାଜ୍ୟରେ ଆଳୁ ଦର କିଲୋ ପିଛା ୪୦ ଟଙ୍କା ଛୁଇଁଛି। ପ୍ରତିଟି ଓଡ଼ିଆଙ୍କ ରୋଷେଇ ଘରେ ଆଳୁର ଉପସ୍ଥିତି ଥାଏ। ହେଲେ ଏବେର ଦରବୃଦ୍ଧି ସମସ୍ତଙ୍କୁ ବାଧିଛି। ଏଥିସହ ସାଧାରଣ ଲୋକମାନେ ଆଳୁର ବିକଳ୍ପ ଚିନ୍ତା କରିବା ମଧ୍ୟ ଆରମ୍ଭ କରିଛନ୍ତି।

ବିଭିନ୍ନ ସରକାରୀ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଦେଶରେ ଆଳୁ ଉତ୍ପାଦନ ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ କମ୍ ହୋଇଛି। ଅନ୍ୟପଟେ ଅତ୍ୟାବଶ୍ୟକ ସାମଗ୍ରୀରୁ କେନ୍ଦ୍ର ସରକାର ଆଳୁକୁ ବାଦ୍ ଦେଇଥିବାରୁ ଏଭଳି ଆଶଙ୍କାଜନକ ଦରବୃଦ୍ଧି ପାଇଥିବା କୁହାଯାଉଛି।

ନ୍ୟାଶନାଲ ସାମ୍ପଲ ସର୍ଭେ ସଂଗଠନ (ଏନଏସଏସଓ)ର ସର୍ଭେ ଅନୁଯାୟୀ ରାଜ୍ୟରେ ବାର୍ଷିକ ୧୦.୨୧ ଲକ୍ଷ ମ୍ୟାଟ୍ରିକ୍ ଟନ୍ ଆଳୁର ଆବଶ୍ୟକତା ରହିଛି। ହେଲେ ରାଜ୍ୟରେ ଏହାର ମାତ୍ର ୨୦ ପ୍ରତିଶତ ଆଳୁ ଉତ୍ପାଦିତ ହେଉଛି। ବାକି ୮୦ ପ୍ରତିଶତ ପାଇଁ ଓଡ଼ିଶା ପଶ୍ଚିମବଙ୍ଗ ଭଳି ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ଏବେ ରାଜ୍ୟରେ ମୋଟ୍ ୧୫,୦୦୦ ହେକ୍ଟର ଚାଷ ଜମିରୁ ପ୍ରାୟ ୨.୫ ଲକ୍ଷ ଟନ୍ ଆଳୁ ଉତ୍ପାଦନ ହେଉଥିବା ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ଗୁଜରାଟରେ ପ୍ରଚୁର ଆଳୁ ଚାଷ ହେଉଥିବାରୁ ଏବେ ବି ସେସବୁ ରାଜ୍ୟରେ ଆଳୁ ଦର ଓଡ଼ିଶା ତୁଳନାରେ ଯଥେଷ୍ଟ କମ୍‌ ରହିଛି।

ୟୁପିର ବଦାୟୁଁ ମଣ୍ଡିରେ ଆଳୁର ଦାମ ସର୍ବାଧିକ ୨୫୦୦ ଟଙ୍କା କ୍ୱିଣ୍ଟାଲ ପିଛା ରହିଥିବା ବେଳେ ପଞ୍ଜାବରେ ୨୦୦୦, ଓଡ଼ିଶାର ସୁନ୍ଦରଗଡ଼ ବଣାଇରେ ସର୍ବାଧିକ ୩୫୦୦ ଟଙ୍କା ଏବଂ ମୟୂରଭଞ୍ଜରେ ୪୦୦୦ ଟଙ୍କା ରହିଥିବା ସୂଚନା ରହିଛି।

ରାଜ୍ୟରେ ଆଳୁ ଉତ୍ପାଦନର ବୃଦ୍ଧି ଲକ୍ଷ୍ୟ ରଖି ରାଜ୍ୟ ସରକାର ଡିସେମ୍ବର ୨୭, ୨୦୧୪ରେ ଏକ ଟାସ୍କଫୋର୍ସ ଗଠନ କରିଥିଲେ। ଏହି ଟାସ୍କ ଫୋର୍ସର ରିପୋର୍ଟ ଆଧାରରେ ସରକାର ଆଳୁର ଅଭାବ ଦୂର କରିବା ପାଇଁ ୨୦୧୫ରେ ଆଳୁ ମିଶନ ନାଁରେ ଏକ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଦୁର୍ନୀତି ଓ କୁପରିଚାଳନା କାରଣରୁ ଏହି ମିଶନର ଅସଲ ଉଦ୍ଦେଶ୍ୟ ଫସରଫାଟି ଯାଇଛି।

ଏହି ମିଶନ ବିଫଳ ହେବା ପଛର କାରଣ ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ବୋଲି ଜଣାପଡ଼ିଛି। ଆଳୁ ଯଦି ଶୀତଳ ଭଣ୍ଡାରରେ ନରହିବ ତେବେ ଏହା ଖୁବଶୀଘ୍ର ପଚିଯିବ। ଖାସ୍ ଶୀତଳ ଭଣ୍ଡାରର ଅଭାବ ଯୋଗୁ ରାଜ୍ୟରେ ଆଳୁ ଚାଷ ପ୍ରତି କୌଣସି ଚାଷୀ ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି।

ଆଳୁ ମିଶନ ଆରମ୍ଭ ହେବା ପରେ ୨୦୨୦ ମସିହା ମଧ୍ୟରେ ପ୍ରସ୍ତାବିତ ୧୧୨ ଶୀତଳ ଭଣ୍ଡାର ମଧ୍ୟରୁ କେବଳ ୨୨ଟି ତିଆରି ହୋଇଛି। ସେପଟେ ମାଲିକଙ୍କୁ ସରକାରୀ ସବସିଡି ଅର୍ଥ ପ୍ରଦାନ ନିରାଶାଜନକ ହୋଇଥିବାରୁ ଘରୋଇ ଶୀତଳ ଭଣ଼୍ଡାର ତିଆରି କରିବା ପାଇଁ ଉଦ୍ୟୋଗୀମାନେ ରାଜି ହେଉନାହାନ୍ତି।

ରାଜ୍ୟରେ ଏବେ ଥି୍ବା ୨୨ଟି ଶୀତଳ ଭଣ୍ଡାର ମଧ୍ୟରୁ ସମ୍ବଲପୁରରେ ଚାରିଟି, ଖୋର୍ଦ୍ଧା ଓ ସୁନ୍ଦରଗଡରେ ତିନିଟି ଲେଖାଏ, ବାଲେଶ୍ୱରରେ ଦୁଇଟି ଏବଂ ଯାଜପୁର, ଝାରସୁଗୁଡା, ଅନୁଗୋଳ, ଭଦ୍ରକ, ଗଞ୍ଜାମ, ପୁରୀ, ବଲାଙ୍ଗୀର, କୋରାପୁଟ, କଟକ ଏବଂ ନବରଙ୍ଗପୁର ଜିଲ୍ଲାର ମାତ୍ର ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ରହିଛି। ଯାଜପୁର ଜିଲ୍ଲାର ପାଣିକୋଇଲିରେ ଆଉ ଏକ ଶୀତଳ ଭଣ୍ଡାର ନିର୍ମାଣ ଚାଲିଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ୨୦୧୫ରେ ପିପିଲିର ଦିବଂଗତ ବିଧାୟକ ପ୍ରଦୀପ ମହାରଥୀ କୃଷି ମନ୍ତ୍ରୀ ଥିବା ବେଳେ ନବୀନ ସରକାର ଆଳୁ ମିଶନ ଆରମ୍ଭ କରିଥିଲେ। ହେଲେ ୨୦୧୯ରେ ଜୁଲାଇ ମାସରେ ବିଧାନସଭାରେ ଆଳୁ ମିଶନ ବାବଦରେ ମତ ରଖିଥିଲେ ସେତେବେଳର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ସେ କହିଥିଲେ ରାଜ୍ୟରେ ଶୀତଳ ଭଣ୍ଡାର ଅଭାବ ଯୋଗୁ ପନିପରିବା ଦର ବୃଦ୍ଧି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story