ଏଥର ଦୀପାବଳିରେ ବାଣ ବିକ୍ରି ଓ ବାଣ ଫୁଟା ମନା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଦୀପାବଳିରେ ବାଣବିକ୍ରି ଓ ବାଣ ଫୁଟାକୁ ନିଷେଧ ଘୋଷଣା କରିଛନ୍ତି। ନଭେମ୍ବର ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଲୋକେ ଦୀପାବଳିକୁ ପାରମ୍ପରିକ ମାଟି ଦୀପ, ମହମବତୀ ଓ ଅନ୍ୟ ଆଲୋକୀକରଣ ମାଧ୍ୟମରେ ପାଳନ କରିପାରିବେ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୀତଦିନେ […]

cracker

cracker

Manoranjan Sial
  • Published: Tuesday, 03 November 2020
  • Updated: 03 November 2020, 07:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଦୀପାବଳିରେ ବାଣବିକ୍ରି ଓ ବାଣ ଫୁଟାକୁ ନିଷେଧ ଘୋଷଣା କରିଛନ୍ତି। ନଭେମ୍ବର ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଲୋକେ ଦୀପାବଳିକୁ ପାରମ୍ପରିକ ମାଟି ଦୀପ, ମହମବତୀ ଓ ଅନ୍ୟ ଆଲୋକୀକରଣ ମାଧ୍ୟମରେ ପାଳନ କରିପାରିବେ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୀତଦିନେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟ ରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ପାଇଥାଏ। ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ୱାସଜନିତ ସମସ୍ୟା ଗୁରୁତର ହୋଇଥାଏ। ତେଣୁ ବାଣଫୁଟାଇବା ଯୋଗୁ ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ୍‌, ସଲଫର ଡାଇଅକ୍ସାଇଡ୍ , କାର୍ବନ ମନୋକସାଇଡ୍ ପରି କ୍ଷତିକାରକ ରାସାୟନ ପଦାର୍ଥ ନିର୍ଗତ ହୋଇଥାଏ। ଯାହାକି ସମ୍ବେଦନଶୀଳ ଲୋକଙ୍କ ଶ୍ୱାସଜନିତ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଗୃହରେ ସଙ୍ଗରୋଧରେ ରହିଥିବା ତଥା କୋଭିଡ୍ ସଂଗ୍ରମିତ ଥିବା ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଏହା ଅଧିକ ଗୁୁରୁତର କରିବାର ଆଶଙ୍କା ରହିଛି। ରାଜ୍ୟରେ ଏବେ ସକ୍ରିୟ ଥିବା କୋଭିଡ୍ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଥିଲେ ମଧ୍ୟ ବିପଦ ଏବେବି ରହିଛି । ଆସନ୍ତା ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ଆଶଙ୍କା ରହିଛି ଓ ବୈଜ୍ଞାନିକମାନେ ମଧ୍ୟ ଏଥିରେ ସହମତ ହୋଇଛନ୍ତି।

ତେଣୁ କୋଭିଡ୍ ମହାମାରୀର ପୁନଃସଂକ୍ରମଣ ଆଶଙ୍କା ଓ କୋଭିଡ୍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତବର୍ଷ ବାଣ ବିକ୍ରି ଓ ବାଣ ଫୁଟାକୁ ନିଷେଧ କରିଛନ୍ତି। ନଭେମ୍ବର ୧୦ରୁ ୩୦ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଯଦି କୌଣସି ବ୍ୟକ୍ତି ବାଣ ବିକ୍ରି ଓ ବାଣଫୁଟା ନିଷେଧାଦେଶକୁ ଅବମାନନା କରିବେ ତାଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁସାରେ ମାମଲା ରୁଜୁ କରାଯିବା ସହ ଦଣ୍ଡିତ କରିବା ନିମନ୍ତେ ପୁଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର କୋଭିଡ୍ ମହାମାରୀ ବିରୁଦ୍ଧ ଲଢ଼େଇରେ ରାଜ୍ୟବାସୀଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛନ୍ତି ବୋଲି ଶ୍ରୀ ଜେନା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story