ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ। ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର। ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ହେବେ ସଦସ୍ୟ। ସେହିପରି ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ସେବାୟକ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, […]

Puri JagannathTemple

Puri JagannathTemple

Manoranjan Sial
  • Published: Thursday, 12 August 2021
  • , Updated: 12 August 2021, 09:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁନର୍ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି। ୧୦ ଜଣ ସଦସ୍ୟଙ୍କୁ ମନୋନୀତ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଆଇନଜୀବୀ ଅଶୋକ ମହାପାତ୍ର ହେଲେ ସଦସ୍ୟ। ମୁକ୍ତିମଣ୍ଡପକୁ ପ୍ରତିନିଧତ୍ତ୍ୱ କରିବେ ଅଶୋକ ମହାପାତ୍ର। ପୂଜାପଣ୍ଡା ନିଯୋଗ ସେବାୟତ ମାଧବ ପୂଜାପଣ୍ଡା ହେବେ ସଦସ୍ୟ। ସେହିପରି ପୁଷ୍ପାଳକ ନିଯୋଗ ସେବାୟତ ଜଗନ୍ନାଥ କର, ପ୍ରତିହାରୀ ନିଯୋଗ ସେବାୟତ ମାଧବ ଚନ୍ଦ୍ର ମହାପାତ୍ର, ସୁଆର ମହାସୁଆର ନିଯୋଗ ସେବାୟକ ଅନନ୍ତ ତିଆଡ଼ି, ଦଇତାପତି ନିଯୋଗ ସେବାୟତ ଦୁର୍ଗାପ୍ରସାଦ ମହାପାତ୍ର, ରାଧାବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ସଦସ୍ୟ ରହିବେ। ବିଭିନ୍ନ ଧର୍ମାନୁଷ୍ଠାନ ଓ ମଠର ପ୍ରତିନିଧତ୍ତ୍ୱ କରିବେ ରାମକୃଷ୍ଣ ଦାସ। ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା ମଧ୍ୟ ସଦସ୍ୟ ମନୋନୀତ ହୋଇଛନ୍ତି।

ସେପଟେ ଆଜିଠାରୁ ଖୋଲିଛି ଶ୍ରୀମନ୍ଦିର। ପ୍ରଥମ ଦୁଇଦିନ ୧୨ ଓ ୧୩ ତାରିଖରେ ସେବାୟତଙ୍କ ପରିବାର ଲୋକେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ୧୪ ଓ ୧୫ ତାରିଖ ସାପ୍ତାହିକ ଶଟ୍‌ଡାଉନ୍ ଥିବାରୁ ଶ୍ରୀମନ୍ଦିର ବନ୍ଦ ରହିବ। ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ ସହରବାସୀ ୱାର୍ଡ ୱାରୀ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ସେମାନଙ୍କୁ ପୁରୀ ପୌରପାଳିକା ପକ୍ଷରୁ ଚିର୍‌କୁଟ୍‌ ପ୍ରଦାନ କରାଯିବ। ଏଥିସହ ଆଧାର କାର୍ଡ କିମ୍ବା ଭୋଟର ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଗୋଟିଏ ଚିର୍‌କୁଟରେ ପରିବାରର ୬ ଜଣ ସଦସ୍ୟ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।

ପୁରୀ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ କରିଥିବା ଏସ୍‌ଓପିକୁ ସେବୟତ ଓ ପୁରୀ ସହରବାସୀ ସ୍ୱାଗତ କରିଛନ୍ତି। କୋଭିଡ୍‌ କଟକଣାକୁ ପ୍ରାଥମିକତା ଦିଆଯାଇଛି। ୨୩ରୁ ରାଜ୍ୟ ଭିତର ଓ ବାହାରର ଶ୍ରଦ୍ଧାଳୁ ଦର୍ଶନ କରିବେ। ସେମାନଙ୍କ ପାଇଁ ୯୬ ଘଣ୍ଟାର ଆରଟିପିସିଆର ନେଗେଟିଭ ରିପୋର୍ଟ କିମ୍ବା ଦୁଇ ପର୍ଯ୍ୟାୟ କୋଭିଡ ଟିକାକରଣ ରିପୋର୍ଟକୁ ବାଧ୍ୟତାମୂଳକ କରାଯାଇଛି। ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ରକ୍ଷା କରିବେ। ଶ୍ରୀମନ୍ଦିର ଭିତରକୁ ଫୁଲ, ତୁଳସୀ, ପ୍ରସାଦ କିମ୍ବା ଦୀପ ନେଇପାରିବେ ନାହିଁ।

 

Related story