ନିୟମିତ ହେଲା ୮୧୦୨ ଠିକା ଶିକ୍ଷକଙ୍କ ଚାକିରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କର ଚାକିରିକୁ ନିୟମିତ କରିଛନ୍ତି। ନିଜର ଚାକିରିକୁ ନିୟମିତ କରିବା ନିମନ୍ତେ ଏହି ଶିକ୍ଷକମାନେ ଗତ କିଛିମାସ ଧରି ଦାବି କରି ଆସୁଥିଲେ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୨ ଜାନୁୟାରୀ ୧ରୁ ଏହି ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରାଗଲା। ଯେଉଁ କନିଷ୍ଠ ଶିକ୍ଷକମାନେ ୨୦୧୫ ମସିହାରୁ ବିଭିନ୍ନ […]

Class Room

Ordigital Desk
  • Published: Saturday, 01 January 2022
  • , Updated: 03 January 2022, 02:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କର ଚାକିରିକୁ ନିୟମିତ କରିଛନ୍ତି। ନିଜର ଚାକିରିକୁ ନିୟମିତ କରିବା ନିମନ୍ତେ ଏହି ଶିକ୍ଷକମାନେ ଗତ କିଛିମାସ ଧରି ଦାବି କରି ଆସୁଥିଲେ।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ୨୦୨୨ ଜାନୁୟାରୀ ୧ରୁ ଏହି ୮୧୦୨ଜଣ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକଙ୍କ ଚାକିରିକୁ ନିୟମିତ କରାଗଲା। ଯେଉଁ କନିଷ୍ଠ ଶିକ୍ଷକମାନେ ୨୦୧୫ ମସିହାରୁ ବିଭିନ୍ନ ସରକାରୀ ସ୍କୁଲରେ ଚୁକ୍ତିଭିତ୍ତିରେ କାର୍ଯ୍ୟ କରୁଥିଲେ ସେମାନଙ୍କ ଚାକିରିକୁ ହିଁ ନିୟମିତ କରାଯାଇଛି। ଏନେଇ ସରକାରୀ ବିଜ୍ଞପ୍ତି ଦିନେଦୁଇଦିନ ମଧ୍ୟରେ ପ୍ରକାଶ ପାଇବ । ଏହାବ୍ୟତୀତ ସରକାରୀ ପ୍ରାଥମିକ ସ୍କୁଲର ୪୦୦୫୨ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି । ଏଥିପାଇଁ ସରକାର ସେମାନଙ୍କର ବୟସସୀମାକୁ ମଧ୍ୟ କୋହଳ କରିଥିଲେ ।

ସେ କହିଛନ୍ତି ଯେ, ରାଜ୍ୟ ସରକାର ଏବେ ୧୧ହଜାର ଶିକ୍ଷକ ନିଯୁକ୍ତି ଦେବା ପାଇଁ ବିଜ୍ଞାପନ ଦେଇସାରିଛନ୍ତି । ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ୧୭୦୦ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ ବିଜ୍ଞାପନ ବାହାରିଛି । ଏବେସୁଦ୍ଧା ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି । ବାକି ବ୍ଲକଗୁଡ଼ିକରେ ଖୁବଶୀଘ୍ର ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ସେମାନଙ୍କର ଚାକିରିକୁ ନିୟମିତ କରିବା ଦାବିରେ ସେମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ ।

https://twitter.com/IPR_Odisha/status/1477217384167444480?s=20

Related story