Advertisment

ଭୟଭୀତ କଲାଣି ‘ଓମିକ୍ରନ’, ରାଜ୍ୟ ପାଇଁ ଜାରି ହେଲା ଗାଇଡଲାଇନ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚାରିଆଡ଼େ ଭୟ ଦେଖା ଦେଇଛି। ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ, ତାହା କେହି ଜାଣିନାହାନ୍ତି। ଆଉ ଏହାରି ଭିତରେ ନୂଆ ଭାରିଏଣ୍ଟ ଓମିକ୍ରନକୁକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। କୁହାଯାଉଛି ଯେ ଓମିକ୍ରନ୍, ଡେଲ୍ଟା ଭାରିଏଣ୍ଟଠୁ ବି ଅଧିକ ଘାତକ। ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି। ସେହିପରି […]

ଅଦ୍ୟତନ ହୋଇଛି
ଭୟଭୀତ କଲାଣି ‘ଓମିକ୍ରନ’, ରାଜ୍ୟ ପାଇଁ ଜାରି ହେଲା ଗାଇଡଲାଇନ୍

omicrom

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚାରିଆଡ଼େ ଭୟ ଦେଖା ଦେଇଛି। ଏହି ନୂଆ ଭାରିଏଣ୍ଟ କେତେ ମାରାତ୍ମକ, ତାହା କେହି ଜାଣିନାହାନ୍ତି। ଆଉ ଏହାରି ଭିତରେ ନୂଆ ଭାରିଏଣ୍ଟ ଓମିକ୍ରନକୁକୁ ନେଇ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। କୁହାଯାଉଛି ଯେ ଓମିକ୍ରନ୍, ଡେଲ୍ଟା ଭାରିଏଣ୍ଟଠୁ ବି ଅଧିକ ଘାତକ। ତେଣୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଆଲର୍ଟ ରହିବାକୁ ଆଡଭାଇଜରୀ ଜାରି କରିଛନ୍ତି।

Advertisment

ସେହିପରି ଓଡ଼ିଶା ସରକାର ମଧ୍ୟ ନୂଆ ଭାରିଏଣ୍ଟକୁ ନେଇ ଆଡଭାଇଜରୀ ଜାରି କରିଛନ୍ତି। ଏହି ଭାରିଏଣ୍ଟକୁ ହୁଏତ କରୋନାର ତୃତୀୟ ଲହର କୁହାଯାଇପାରେ। ତେଣୁ ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ଏହି ନୂଆ ଭାରିଏଣ୍ଟ ପାଇଁ ପୂର୍ଣ୍ଣ ସଜାଗ ହେବାକୁ ଜିଲ୍ଲାପାଳ, ଏସପି ଓ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଜି ଭିସି ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ମୁଖ୍ୟ ଶାସନ ସଚିବ।

ଏହି ଭିସି ଜରିଆରେ ମୁଖ୍ୟ ଶାସନ ସଚିବ କିଛି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ସବୁ ଅଞ୍ଚଳର ବାସ୍ତବ ସ୍ଥିତି ନେଇ ସଠିକ୍ ସୂଚନା ସଂଗ୍ରହ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଯଦି କାହାରି ଭିତରେ କିଛି ଲକ୍ଷଣ ଦେଖା ଦିଏ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାଛଡ଼ା ଘରକୁ ଘର ଅଭିଯାନ ମାଧ୍ୟମରେ ଟିକାକରଣକୁ ଅଧିକ ଗୁରୁତ୍ୱ ଦେବା ସହ କୋଭିଡ ଗାଇଡ୍ ଲାଇନକୁ ପୂର୍ଣ୍ଣ ମାତ୍ରାରେ ମାନିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ନିୟମ ଭାଙ୍ଗୁଥିବା ବ୍ୟକ୍ତି ଓ ଅନୁଷ୍ଠାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ କୋଭିଡ ମୃତକଙ୍କ ପରିବାରକୁ ସୁଗମ ଢଙ୍ଗରେ ସହାୟତା ରାଶି ପହଞ୍ଚାଇବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସେହିପରି ନୂଆ ଭାରିଏଣ୍ଟକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନୂଆ ଗାଇଡଲାଇନ୍ ଜାରି କରିଛି। ଯେଉଁଥିଲେ ଉଲ୍ଲେଖ ହୋଇଛି ଯେ ବିଦେଶରୁ ଆସିଲେ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ। ନୂଆ ଭୂତାଣୁ ବିମାନ ବନ୍ଦରରେ ଆସିବା ଆଶଙ୍କା ରହିଛି। ତେଣୁ ଏୟାରପୋର୍ଟ ଦେଇ କୌଣସି ବ୍ୟକ୍ତି ବିଦେଶରୁ ଆସିଲେ ସେମାନଙ୍କ ପାଇଁ କ୍ୱାରେଣ୍ଟାଇନ, ଟେଷ୍ଟିଂ ଓ ଜିନମ୍ ସିକ୍ୱେନ୍ସ ବାଧ୍ୟତାମୂଳକ ରହିବ। ତେବେ ସମସ୍ତେ କରୋନା କବଚ ନେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସ୍ୱାସ୍ଥ୍ୟା ନିର୍ଦ୍ଦେଶକ କହିଛନ୍ତି ଯେ କମ୍ୟୁନିଟି ସର୍ଭିଲାନ୍ସ ଜୋରଦାର କରାଯିବ। ଲୋକଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟରେ ମଧ୍ୟ କୋଭିଡ୍ ସଂକ୍ରମଣ ପୁଣିଥରେ ଉପରମୁହାଁ ହେବାରେ ଲାଗିଛି। ଆଜି ରାଜ୍ୟରେ ୨୬୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ଟିଭ୍ କେସ୍ ୨୪୨୪ରେ ପହଞ୍ଚିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe