ସତକୁ କବର: ଚାଷୀ ଆତ୍ମହତ୍ୟାକୁ ଫାଙ୍କି ଦେଲେ ସରକାର
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜଳ ଜଳ ହୋଇ ଦିଶୁଛି ତ। ହେଲେ ଏପରି ସତକୁ କବର ଦେଇ ଦେଇଛନ୍ତି ରାଜ୍ୟ ସରକାର। ଆମେ କହୁଛୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା କଥା। ଆଜି ବିଧାନସଭାରେ କୃଷି ପାଇଁ ରାଜ୍ୟରେ କେହି ଜଣେ ବି ଚାଷୀ ଆତ୍ମହତ୍ୟା କରି ନାହାନ୍ତି କହି ସତକୁ ଫାଙ୍କି ଦେଇଛନ୍ତି ସରକାର। କଂଗ୍ରେସ ବିଧାୟକ ଭୂଜବଳ ମାଝିଙ୍କ ଏକ ତାରକା ଚିହ୍ନିତ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏମିତି ତଥ୍ୟ ରଖିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। କହିଛନ୍ତି, ଚାଷୀ ଆତ୍ମହତ୍ୟାକୁ ନେଇ ୨୦୧୬ରୁ ୨୦୧୭ ମାର୍ଚ୍ଚ ମଧ୍ୟରେ ହୋଇଥିବା ୧୮ଟି ତଦନ୍ତ ରିପୋର୍ଟ ଆତ୍ମହତ୍ୟାର କାରଣ ଅନ୍ୟକିଛି କହୁଛି।
ବରଗଡ଼ କେନ୍ଦପାଲି ଗାଁର ଚାଷୀ ହାଡୁ ବଗର୍ତ୍ତୀଙ୍କ ଫସଲ ନଷ୍ଟ ହେବା ଜଳ ଜଳ ହୋଇ ଦିଶୁଛି ତାଙ୍କ କ୍ଷେତରେ। ପୋକ ଲାଗିବା ଓ ବିଜୁଳି ବିଭ୍ରାଟ ପାଇଁ କ୍ଷେତକୁ ପାଣି ମଡ଼ାଯାଇ ନପାରିବାରୁ ହାଡୁଙ୍କ ସାଢ଼େ ୪ ଏକର ଜମିର ଫସଲ ନଷ୍ଟ ହୋଇଯାଇଥିଲା। ଏହା ହିଁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ଜୋର୍ ଦେଇ କହୁଛି ତାଙ୍କ ପରିବାର।
ବିଧାନସଭାରେ କୃଷିମନ୍ତ୍ରୀଙ୍କ ଲିଖିତ ଉତ୍ତର ଥିଲା ଏପରି...
ବୃନ୍ଦାବନ ସ୍ୱାଇଁଙ୍କ ଆତ୍ମହତ୍ୟାର କାରଣ ବି ଫସଲ ନଷ୍ଟ ଜନିତ ଆଦୌ ନୁହେଁ।
ବିଧାନସଭାରେ ଦାଖଲ ରିପୋର୍ଟ ଏହା କହୁଛି। ହେଲେ ବଡ଼ କଥା ହେଉଛି ମୃତ୍ୟୁର ୮ ମାସ ପରେ ବି ଏପର୍ଯ୍ୟନ୍ତ ଜଣାପଡ଼ିନି ବୃନ୍ଦାବନ କାହିଁକି ମଲେ। ଏ କ୍ଷେତ୍ରରେ କାରଣ ଜାଣିବା ପାଇଁ ଏବେ ବି ପୋଷ୍ଟମର୍ଟମ୍ ରିପୋର୍ଟକୁ ଅପେକ୍ଷା କରିଛି ଆମ ସରକାରୀ କଳ। କେବଳ ଏ ତିନି ଜଣ ନୁହଁନ୍ତି ୨୦୧୬ ଓ ୨୦୧୭ ଆର୍ଥିକ ବର୍ଷରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ମଧ୍ୟରେ ୧୮ଟି ତଦନ୍ତ ରିପୋର୍ଟରୁ କେହି ବି ଚାଷୀ କୃଷି ଜନିତି କାରଣରୁ ମରି ନଥିବା କହିଛନ୍ତି ସରକାର।
ଚାଷୀ ଆତ୍ମହତ୍ୟା ଅପବାଦରୁ ବର୍ତ୍ତିବା ପାଇଁ ନିଜ ଇଚ୍ଛା ମତେ ସରକାର ଏମିତି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।
ସବିଶେଷ ତଥ୍ୟ ଜାଣିବାକୁ ଦେଖନ୍ତୁ ଏ ଭିଡିଓ।
Ordigital Desk
• Published: Wednesday, 29 November 2017
• Updated: 29 November 2017, 09:28 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos