'୩.୩୨ ଲକ୍ଷ ଲୋକ ସ୍ଥାନାନ୍ତରିତ, ଆଉ ୮ଲକ୍ଷ ସ୍ଥାନାନ୍ତର ହେବେ'

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଛି। ଏହା ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ ଓ ଏହା ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପରାହ୍ନ ୩ଟା ସୁଦ୍ଧା ୩.୩୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ […]

cyaaaa

cyaaaa

Manoranjan Sial
  • Published: Thursday, 02 May 2019
  • Updated: 02 May 2019, 06:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ ‘ଫୋନି’ ଅତି ଭୟଙ୍କର ବାତ୍ୟାର ରୂପ ଧାରଣ କରି ଓଡ଼ିଶା ଉପକୂଳ ଅଭିମୁଖେ ମାଡ଼ି ଆସୁଛି। ଏହା ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀ ନିକଟରେ ଲ୍ୟାଣ୍ଡଫଲ୍ କରିବ ଓ ଏହା ଦିନ ୧୨ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଏପଟେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପରାହ୍ନ ୩ଟା ସୁଦ୍ଧା ୩.୩୨ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିଥିବା ବେଳେ ଆଉ ୮ଲକ୍ଷ ୨୦ହଜାର ଲୋକଙ୍କୁ ରାତି ସୁଦ୍ଧା ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଇଛି।

ରାଜ୍ୟ ସ୍ୱତନ୍ତ୍ର ରିଲଫ କମିଶନରଙ୍କ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ଆଜି ଅପରାହ୍ନ ୩ଟା ସୁଦ୍ଧା ଗଞ୍ଜାମ ଜିଲ୍ଲାର ସର୍ବାଧିକ ୧ଲକ୍ଷ ୮୨ହଜାର ୮୧୫ଜଣଙ୍କୁ ମୋଟ ୧୦୯୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଥିବାବେଳେ ଜିଲ୍ଲାର ଆଉ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି। ସେହିପରି ଜଗତସିଂହପୁରରେ ୧ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦ହଜାର ଲୋକଙ୍କୁ ୧୬୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ସେହିପରି ପୁରୀ ଜିଲ୍ଲାରେ ୧ଲକ୍ଷ ୩୦ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏବେସୁଦ୍ଧା ୨୨,୨୫୦ଜଣଙ୍କୁ ୩୫୭ଟି ଆଶ୍ରୟସ୍ଥଳୀରେ ରଖାଯାଇଛି।

ସେହିପରି କଟକରେ ୧ଲକ୍ଷ, ଖୋର୍ଦ୍ଧାରେ ୧.୨୦ଲକ୍ଷ, ଯାଜପୁରରେ ୧.୩୦ଲକ୍ଷ, କେନ୍ଦ୍ରାପଡ଼ାରେ ୫୦ହଜାର, ଭଦ୍ରକରେ ୪୫ହଜାର, ବାଲେଶ୍ୱରରେ ୫୮,୪୯୩ଜଣ ଓ ମୟୂରଭଞ୍ଜରେ ୭୦ହଜାର ଲୋକଙ୍କ ସମେତ ମୋଟ ୧୫ଟି ଜିଲ୍ଲାର ୧୧ଲକ୍ଷ ୫୪ହଜାର ୪୭୫ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଅପରାହ୍ନ ୩ଟା ସୁଦ୍ଧା ଏଥିରୁ ୩ଲକ୍ଷ ୩୧ହଜାର ୭୯୪ଜଣଙ୍କୁ ସ୍ଥାନାନ୍ତର କରାଯାଇ ମୋଟ ୪୮୫୨ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ଏଥିରେ ୮୨୫ଟି ଅସ୍ଥାୟୀ ଆଶ୍ରୟସ୍ଥଳ ମଧ୍ୟ ସାମିଲ ଅଛି।

ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ଆସନ୍ତାକାଲି ସକାଳୁ ଘରୁ ନବାହାରିବା ପାଇଁ ଲୋକମାନଙ୍କୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ଦୋକାନ,ବଜାର, ଅଫିସ, ଗାଡ଼ିମୋଟର ଚଳାଚଳ ସବୁ ବନ୍ଦ ରହିବା ସହ ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ଘର ଭିତରେ ନିରାପଦ ରହିବା ପାଇଁ ପରାମର୍ଶନାମା ଜାରି ହୋଇଛି।

‘ଫୋନି’ ଅପରାହ୍ନ ସାଢ଼େ ୧୧ଟା ସୁଦ୍ଧା ପୁରୀର ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୩୬୦କିମି ଦୂରରେ ରହିଥିଲା। ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରିରୁ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ଅନ୍ୟ ଜିଲ୍ଲା ଯଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, କଟକ, ଯାଜପୁର, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ବର୍ଷା ଆରମ୍ଭ ହୋଇସାରିଥିବାବେଳେ ଆସନ୍ତାକାଲି ଏହା ପ୍ରବଳରୁ ଅତି ପ୍ରବଳ ବର୍ଷାର ରୂପ ନେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos