ଯୌନ ନିର୍ଯାତନା ଅଭିଯୋଗ: ବଲାଙ୍ଗିର ଉପଜିଲ୍ଲାପାଳ ନିଲମ୍ବିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଓଏଏସ୍ ଅଫିସର ସଞ୍ଜୟ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି। ଶ୍ରୀ ମିଶ୍ରଙ୍କ ବିରୋଧରେ ସମ୍ପୃକ୍ତ ମହିଳା କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଓଏଏସ୍ ଶ୍ରୀ ମିଶ୍ରଙ୍କ ବିରୋଧରେ ଓଡ଼ିଶା ପ୍ରଶାସନିକ ସେବା ଆଇନ୍‌-୧୯୬୨ର ରୁଲ୍‌‌-୧୨(୧) ଅନ୍ତର୍ଗତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତତ୍କଳ ପ୍ରଭାବରୁ […]

bolangiri

Manoranjan Sial
  • Published: Friday, 04 September 2020
  • , Updated: 04 September 2020, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ସହକର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ବଲାଙ୍ଗିର ଉପଜିଲ୍ଲାପାଳ ତଥା ଓଏଏସ୍ ଅଫିସର ସଞ୍ଜୟ ମିଶ୍ରଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି। ଶ୍ରୀ ମିଶ୍ରଙ୍କ ବିରୋଧରେ ସମ୍ପୃକ୍ତ ମହିଳା କର୍ମଚାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ

ରାଜ୍ୟ ସାଧାରଣ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଓଏଏସ୍ ଶ୍ରୀ ମିଶ୍ରଙ୍କ ବିରୋଧରେ ଓଡ଼ିଶା ପ୍ରଶାସନିକ ସେବା ଆଇନ୍‌-୧୯୬୨ର ରୁଲ୍‌‌-୧୨(୧) ଅନ୍ତର୍ଗତ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତତ୍କଳ ପ୍ରଭାବରୁ ନିଲମ୍ବନ କରାଯାଇଛି। ନିଲମ୍ବନ ଅବଧି ମଧ୍ୟରେ ଶ୍ରୀ ମିଶ୍ର ଜିଲ୍ଲାପାଳଙ୍କ ବିନାନୁମତିରେ ବଲାଙ୍ଗିର ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ। ରାଜ୍ୟପାଳଙ୍କ ନିର୍ଦ୍ଦେଶ ଆଧାରରେ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଏହି ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ସମ୍ପୃକ୍ତା ମହିଳା କର୍ମଚାରୀଙ୍କୁ ଗତ ପ୍ରାୟ ଏକବର୍ଷ ଧରି ଓଏଏସ୍ ଶ୍ରୀ ମିଶ୍ର ମାନସିକ ଓ ଯୌନ ନିର୍ଯାତନା ଦେଉଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ଶ୍ରୀ ମିଶ୍ର ଗିରଫ ହେବାର ଆଶଙ୍କା ରହିଛି।

Related story