ଅହମିୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ବାସଭବନର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଅହମିୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ବାସଭବନର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର। ଏହାକୁ ଏକ ସ୍ମୃତିପୀଠରେ ପରିଣତ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଆସାମର ପ୍ରତିନିଧି ଦଳ ଭେଟିଥିଲେ। ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, […]

cm

Rakesh Mallick
  • Published: Tuesday, 31 October 2017
  • , Updated: 31 October 2017, 06:28 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଶିଷ୍ଟ ଅହମିୟା ସାହିତ୍ୟିକ ଲକ୍ଷ୍ମୀନାଥ ବେଜବରୁଆଙ୍କ ସମ୍ବଲପୁର ସ୍ଥିତ ବାସଭବନର ରକ୍ଷଣାବେକ୍ଷଣ କରିବେ ଓଡ଼ିଶା ସରକାର। ଏହାକୁ ଏକ ସ୍ମୃତିପୀଠରେ ପରିଣତ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଆଜି ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଆସାମର ପ୍ରତିନିଧି ଦଳ ଭେଟିଥିଲେ। ଆସାମର ସଂସ୍କୃତି ମନ୍ତ୍ରୀ ନବ କୁମାର ଡୋଲେଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ସ୍ୱର୍ଗତ ବେଜବରୁଆଙ୍କ ପାଇଁ ଓଡ଼ିଶାବାସୀ ମଧ୍ୟ ଗୌରବ ଅନୁଭବ କରୁଛନ୍ତି। ତାଙ୍କ ପ୍ରତି ସମ୍ମାନ ଓ ଆସାମବାସୀଙ୍କ ଇଚ୍ଛା ଯୋଗୁଁ ବେଜବରୁଆଙ୍କ ବାସଗୃହର ପୁନରୁଦ୍ଧାର ଏବଂ ସଂରକ୍ଷଣ ଦାୟିତ୍ୱ ଓଡ଼ିଶା ସରକାର ବହନ କରିବେ।”

ଏହି ଘରର ପୁନରୁଦ୍ଧାର କାର୍ଯ୍ୟ ଆନ୍ତର୍ଜାତିକ ସଂସ୍କୃତି ଓ ଐତିହ୍ୟ ଅନୁଷ୍ଠାନ INTACH ଦ୍ୱାରା କରାଯିବ ଏବଂ ସମସ୍ତ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story