ସାମୂହିକ ଟିକାକରଣ ପାଇଁ ହେବ ଗ୍ଲୋବାଲ ଟେଣ୍ଡର: ମୋଟ ୧୧ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି […]

Naveen Pattnaik

Naveen Pattnaik

Ordigital Desk
  • Published: Monday, 10 May 2021
  • Updated: 10 May 2021, 07:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ ଟିକାକରଣକୁ ତ୍ୱରାନ୍ୱିତ କରିବା ନିମନ୍ତେ ବିଭିନ୍ନ ଟିକା କମ୍ପାନୀରୁ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା ସଂଗ୍ରହ ନିମନ୍ତେ ରୂପରେଖ ପ୍ରସ୍ତୁତ ପାଇଁ ଏକ ବୈଷୟିକ କମିଟି ଗଠନ କରିବା ସଂକଳ୍ପ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। କ୍ୟାବିନେଟ ବୈଠକରେ କୋଭିଡ୍ ପରିଚାଳନା ଓ ମହାମାରୀକୁ ରୋକିବା ନିମନ୍ତେ ଏକ ସଂକଳ୍ପ ପ୍ରସ୍ତାବକୁ ଅନୁମୋଦନ ସହ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ରାଜ୍ୟବାସୀଙ୍କ ପାଇଁ ଟିକା ସଂଗ୍ରହ ନିମନ୍ତେ ସର୍ବୋତ୍ତମ ଚେଷ୍ଟା କରିବା, ଟିକା ଯୋଗାଣକୁ ସୁନିଶ୍ଚିତ କରି ରାଜ୍ୟବାସୀଙ୍କୁ ସୁରକ୍ଷିତ ରଖିବା ଓ ରାଜ୍ୟରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ ତଥା ଏଥିପାଇଁ ଏକ ସଂକଳ୍ପ ଗୃହୀତ ହୋଇଛି। କ୍ୟାବିନେଟ୍ ଆଜି କୋଭିଡ୍ ଯୋଦ୍ଧାମାନଙ୍କର କାର୍ଯ୍ୟର ଉଚ୍ଚ ପ୍ରଶଂସା ସହ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ ନିମନ୍ତେ ଲୋକଙ୍କୁ ନିବେଦନ କରିଛନ୍ତି। ଏହି କ୍ୟାବିନେଟ୍ ବୈଠକରେ ଗୃହୀତ ସଂକଳ୍ପ ଅନୁସାରେ, କୋଭିଡ୍‌-୧୯ ମହାମାରୀ ବିରୁଦ୍ଧରେ ଲଢ଼େଇରେ କୋଭିଡ୍ ଯୋଦ୍ଧାମାନେ ଯେପରି ନିଷ୍ଠା ଓ ତ୍ୟାଗ ମନୋଭାବ ନେଇ କାମ କରୁଛନ୍ତି କ୍ୟାବିନେଟ ତା’ର ଉଚ୍ଚ ପ୍ରଶଂସା କରିଛି ।

କୋଭିଡ୍ ବିରୁଦ୍ଧରେ ଚାଲିଥିବା ଲଢ଼େଇରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଯଥା- ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଓ ଲକଡାଉନ୍ ଆଦିରେ ରାଜ୍ୟବାସୀଙ୍କ ସହଯୋଗ କରିଥିବାରୁ କ୍ୟାବିନେଟ କୃତଜ୍ଞତା ଜଣାଇଛି। ଭବିଷ୍ୟତରେ କୋଭିଡ୍ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ଟିକାକରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି କ୍ୟାବିନେଟ ଅନୁଭବ କରିଛନ୍ତି। ଇସ୍ରାଏଲ ପରି ଦେଶ ଯେଉଁମାନେ ଏବେ ନିଜ ଜନସଂଖ୍ୟାର ବୃହତ ଭାଗକୁ ଟିକାକରଣ କରିସାରିଛନ୍ତି, ସେମାନେ ଏବେ ସ୍ୱାଭାବିକତା ଆଡ଼କୁ ଫେରୁଛନ୍ତି । ତେଣୁ ରୋଗର ଜଟିଳତା ହ୍ରାସ କରି ରୋଗୀର ଜୀବନ ରକ୍ଷା ଦିଗରେ ଟିକାକରଣ ବହୁତ ଫଳପ୍ରଦ ହେଉଥିବା ଜଣାପଡ଼ିଛି। ବିପଦପୂର୍ଣ୍ଣ କାର୍ଯ୍ୟ ପରିବେଶ ସତ୍ତ୍ୱେ ଆଗଧାଡ଼ି କର୍ମଚାରୀ ତଥା ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀମାନେ କୋଭିଡ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ଟିକା ଉପରୁ ସମସ୍ତ ପ୍ରକାରର ଟିକସ ଉଠାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଇଛି ଓ ଏହାଫଳରେ ରାଜ୍ୟ ଅର୍ଥନୀତି ଉପରେ କମ୍ ଚାପ ପଡ଼ିବ ଓ ସାମୁହିକ ଟିକାକରଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମରେ ଏହା ବିଶେଷ ସହାୟକ ହେବ।

କୋଭିଡ୍ ବିରୁଦ୍ଧରେ ଚାଲିଥିବା ଏହି ଲଢ଼େଇ ବହୁତ ଲମ୍ବା ଚାଲିବ। ତେଣୁ କେନ୍ଦ୍ର ସରକାର ବିଭିନ୍ନ ସେସ୍ ଓ ସରଚାର୍ଜ ମାଧ୍ୟମରେ ଆଦାୟ କରୁଥିବା ଅତିରିକ୍ତ ସମ୍ବଳକୁ ରାଜ୍ୟମାନଙ୍କ ମଧ୍ୟରେ ଉପଯୁକ୍ତ ବଣ୍ଟନ କରିବାର ଆବଶ୍ୟକତା ରହିଛି। ତେଣୁ ଏଥିପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ। ଏହା କୋଭିଡ୍ ଲଢ଼େଇରେ ରାଜ୍ୟମାନଙ୍କୁ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ଶକ୍ତି ଯୋଗାଇବ ବୋଲି କ୍ୟାବିନେଟ ବୈଠକରେ ଆଲୋଚନା ହୋଇଛି।

କ୍ୟାବିନେଟ ମଧ୍ୟ ରାଜ୍ୟ ସରକାର ତାଙ୍କର ଉପଲବ୍ଧ ସମ୍ବଳର ବିନିଯୋଗ କରି କୋଭିଡ୍ ବିରୁଦ୍ଧରେ ଲଢ଼େଇକୁ ଜୋରଦାର କରୁଥିବା ଓ କୋଭିଡ୍ ରୋଗୀଙ୍କ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଦୃଢ଼ ସଂକଳ୍ପର ପୁନଃଘୋଷଣା କରିଛନ୍ତି। ଏହି ଅବସରରେ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ରାଜ୍ୟବାସୀଙ୍କୁ କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ଆବଶ୍ୟକତା ନଥିଲେ ବାହାରକୁ ନଯିବା ପାଇଁ ଅନୁରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story