ଚଳିତବର୍ଷରୁ ଓଡ଼ିଶାରେ ହୋମଷ୍ଟେ ଟୁରିଜିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ହୋମଷ୍ଟେ୍ ସୁବିଧାଯୁକ୍ତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କେତେକ ସ୍ଥାନକୁ ଚିହ୍ନଟ କରିଛନ୍ତି ଓ ଏସବୁ ସ୍ଥାନରେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଦେଶବିଦେଶର ପର୍ଯ୍ୟଟକଙ୍କୁ ‘ହୋମଷ୍ଟେ’ ସୁବିଧା ପ୍ରଦାନ କରି ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ‘ହୋମଷ୍ଟେ’ ସୁବିଧାକୁ ପ୍ରୋତ୍ସାହିତ କରିବାକୁ […]

tourism

tourism

Manoranjan Sial
  • Published: Monday, 16 November 2020
  • Updated: 16 November 2020, 10:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ହୋମଷ୍ଟେ୍ ସୁବିଧାଯୁକ୍ତ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କେତେକ ସ୍ଥାନକୁ ଚିହ୍ନଟ କରିଛନ୍ତି ଓ ଏସବୁ ସ୍ଥାନରେ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଦେଶବିଦେଶର ପର୍ଯ୍ୟଟକଙ୍କୁ ‘ହୋମଷ୍ଟେ’ ସୁବିଧା ପ୍ରଦାନ କରି ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ‘ହୋମଷ୍ଟେ’ ସୁବିଧାକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ବୁଦ୍ଧିଷ୍ଟ ସର୍କିଟ (ରତ୍ନଗିରି-ଉଦୟଗିରି-ଲଳିତଗିରି), କୋରାପୁଟର ଓନକାଡେଲି, କେନ୍ଦ୍ରାପଡ଼ା ଜିଲ୍ଲାର ଖୋଲା, ଗୁପ୍ତି, ଡାଙ୍ଗମାଳ, ଭିତରକନିକା ଜାତୀୟ ପାର୍କ, କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡ଼ି ଓ ବେଲଘର, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ, ପିଠାବାଟ, ଯଶୀପୁର, ଅନୁଗୋଳ ଜିଲ୍ଲାର ଟିକରପଡ଼ା, ସାତକୋଶିଆ, ଖୋର୍ଦ୍ଧା ଜିଲ୍ଲାର ମଙ୍ଗଳାଯୋଡ଼ି ଓ ଚିଲିକା, ବରଗଡ଼ ଜିଲ୍ଲାର ଜିରୋ ପଏଣ୍ଟ ଓ ଧୋଡ୍ରାକୁସୁମରେ ଏହି ‘ହୋମଷ୍ଟେ’ ସୁବିଧାକୁ ପ୍ରାଥମିକତା ଭିତ୍ତିରେ ବିକଶିତ ଓ ପ୍ରୋତ୍ସାହିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ହୋମଷ୍ଟେ ସୁବିଧା ପ୍ରଦାନକାରୀଙ୍କୁ ମଧ୍ୟ ସରକାରୀ ପ୍ରୋତ୍ସାହନ ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ବର୍ଷ ପ୍ରାୟ ୮୦ଟି ହୋମଷ୍ଟେ ସୁବିଧାପ୍ରଦାନକାରୀଙ୍କୁ ଆର୍ଥିକ ସହାୟତା ଦିଆଯିବ। ପ୍ରତ୍ୟେକ ହୋମଷ୍ଟେ ୟୁନିଟରେ ଅତିଥିଙ୍କ ପାଇଁ ଗୋଟିଏରୁ ୬ଟି ରୁମ୍ (ପ୍ରାୟ ୧୨ଟି ବେଡ) ସୁବିଧା ରହିବ। ଆଉ ଏସବୁ ପରିସରରେ ଗୃହର ମାଲିକ ନିଜ ପରିବାର ସହ ରହୁଥିବା ମଧ୍ୟ ଜରୁରୀ। ପ୍ରତ୍ୟେକ ରୁମର ସାଇଜ ୧୨୦ ବର୍ଗଫୁଟ ବିଶିଷ୍ଟ ଓ ସେଥିରେ ବାଥରୁମ୍ ମଧ୍ୟ ରହିବା ଜରୁରୀ। ଏହି ହୋମେଷ୍ଟେ ୟୁନିଟରେ ଫ୍ୟାନ ଓ ଏସି, ରୋଷେଇ ଘର, ପାୱାର ବ୍ୟାକଅପ୍ ,ମଶାମରା ଓ ଫାଷ୍ଟଏଡ୍ ସୁବିଧା ରହିଥିବା ଆବଶ୍ୟକ।

ଏସବୁ ହୋମଷ୍ଟେ ନିମନ୍ତେ ଆଗ୍ରହୀ ସ୍ଥାନୀୟ ଲୋକଙ୍କୁ ଏକକାଳୀନ ଗୋଟିଏଥର ଆର୍ଥିକ ସହାୟତା କିଭଳି ଦିଆଯିବ ସେ ନେଇ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଦେଶବିଦେଶର ପର୍ଯ୍ୟଟକମାନଙ୍କୁ ଏହି ହୋମଷ୍ଟେ ଟୁରିଜିମ୍ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଅନଲାଇନ ଟ୍ରାଭେଲ ଏଜେନ୍ସୀ ଯଥା ଏୟାରବିଏନବି, ଓୟୋ, ମେକମାଇଁଟ୍ରିପ ଆଦିଙ୍କ ମାଧ୍ୟମରେ ଆବଶ୍ୟକ ପଦକ୍ଷେପ ନିଆଯିବ। ହୋମଷ୍ଟେ ୟୁନିଟରେ ପର୍ଯ୍ୟଟକଙ୍କ ଆତିଥ୍ୟ, ନିରାପତ୍ତା ଓ ପରିଚ୍ଛନ୍ନତାକୁ ମଧ୍ୟ ପ୍ରାଥମିକତା ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos