ଅଢ଼େଇ ଟଙ୍କା କମିଲା ତେଲ ଦର: ଜେଟଲୀଙ୍କ ଅପିଲ୍‌ ସମ୍ପର୍କରେ ରାଜ୍ୟ ସରକାର କହିଲେ, ଚାଲିଛି ତର୍ଜମା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକିଛି ଦିନ ଧରି ବଢ଼ିଚାଲିଥିଲା ପେଟ୍ରୋଲ ଓ ଡିଜେଲ୍‌ ଦର। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଆଜି ଏଥିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ୍‌ ଦର ଅଢ଼େଇ ଟଙ୍କା କମାଇଛନ୍ତି। ତା ସହିତ ତାଳ ଦେଇ ବିଜେପି ଶାସିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ସମେତ 11ଟି ରାଜ୍ୟ ନିଜ ତରଫରୁ ଅଢ଼େଇ ଟଙ୍କା କର ଛାଡ଼ କରିଛନ୍ତି। ଫଳରେ ସେହି ରାଜ୍ୟଗୁଡ଼ିକରେ […]

TELA

TELA

Manoranjan Sial
  • Published: Thursday, 04 October 2018
  • Updated: 04 October 2018, 09:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକିଛି ଦିନ ଧରି ବଢ଼ିଚାଲିଥିଲା ପେଟ୍ରୋଲ ଓ ଡିଜେଲ୍‌ ଦର। ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଆଜି ଏଥିରୁ କିଛି ମାତ୍ରାରେ ଆଶ୍ୱସ୍ତି ଆଣି ଦେଇଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଓ ଡିଜେଲ୍‌ ଦର ଅଢ଼େଇ ଟଙ୍କା କମାଇଛନ୍ତି। ତା ସହିତ ତାଳ ଦେଇ ବିଜେପି ଶାସିତ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ସମେତ 11ଟି ରାଜ୍ୟ ନିଜ ତରଫରୁ ଅଢ଼େଇ ଟଙ୍କା କର ଛାଡ଼ କରିଛନ୍ତି। ଫଳରେ ସେହି ରାଜ୍ୟଗୁଡ଼ିକରେ ତୈଳଦର ପାଞ୍ଚ ଟଙ୍କା ଶସ୍ତା ହୋଇଛି।

ଏପରି ସ୍ଥିତିରେ ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଉପରେ ସମସ୍ତଙ୍କର ନଜର ରହିଛି।

କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ନେଉଥିବା ଉତ୍ପାଦ ଶୁଳ୍କ ବାବଦକୁ ଦେଢ଼ ଟଙ୍କା କମ୍‌ କରିବେ। ସେହିପରି ତୈଳ କମ୍ପାନୀମାନେ ଏକ ଟଙ୍କା ହ୍ରାସ କରିବେ। ଫଳରେ ପେଟ୍ରୋଲ ଓ ଡିଜେଲ୍‌ ଦର ଅଢ଼େଇ ଟଙ୍କା କମିବ।

ଇରାନ୍‌-ଆମେରିକା ମଧ୍ୟରେ ଲାଗିଥିବା ଅଶାନ୍ତିକୁ ନେଇ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା ଲାଗି ରହିଛି। ଏପଟେ ଭାରତୀୟ ମୁଦ୍ରା ବଜାରରେ ହଲଚଲ୍‌କୁ ନେଇ ତୈଳ ଦର ଆହୁରି ପ୍ରଭାବିତ ହେବା ଆଶଙ୍କା ବଢିଯାଇଥିଲା। କାରଣ ଟଙ୍କାର ବିନିମୟ ମୂଲ୍ୟ ଆଜି ପ୍ରତି ଡଲାର ସର୍ବକାଳୀନ ରେକର୍ଡ ୭୩ ଟଙ୍କା ୭୭ ପଇସାରେ ପହଞ୍ଚିବାରୁ ତୈଳ ଆମଦାନୀ ଅଧିକ ମହଙ୍ଗା ହେବ। ଫଳରେ ଖାଉଟିଙ୍କ ଉପରୁ ବୋଝ କମାଇବା ପାଇଁ କେନ୍ଦ୍ର କର ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ।

କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ ହ୍ରାସ କରିବା ପରେ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ଲାଗି ରାଜ୍ୟ ସରକାର ଭ୍ୟାଟ୍‌ ଅଢ଼େଇ ଟଙ୍କା କମ୍ କରିବାକୁ ସବୁ ରାଜ୍ୟକୁ ଅପିଲ୍‌ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ। ଏହାପରେ ବିଜେପି ଶାସିତ ରାଜ୍ୟ ଗୁଡ଼ିକ ତେଲ ଦର କମାଇବା ଆରମ୍ଭ କରିଛନ୍ତି। ଏପରିସ୍ଥଳେ ଓଡ଼ିଶା ସରକାର କ’ଣ କରିବେ ତା ଉପରେ ରହିଛି ସମସ୍ତଙ୍କ ନଜର।

ରାଜ୍ୟ ସରକାର ୨୦୧୪ ରେ ପେଟ୍ରୋଲିୟମ ଉପରୁ ମାତ୍ର ୩ ହଜାର କୋଟି ଟଙ୍କା ରାଜସ୍ୱ ପାଉଥିବା ବେଳେ ଏବେ ତାହା ୭ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ରାଜ୍ୟ ସରକାର ଯଦି ବାସ୍ତବରେ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛନ୍ତି, ତେବେ ଭ୍ୟାଟ କମାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି।

ତେବେ ବିଚାରବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

ଗତ ବର୍ଷ ଅକ୍ଟୋବର ମାସରେ ମଧ୍ୟ କେନ୍ଦ୍ର ଉତ୍ପାଦ ଶୁଳ୍କକୁ ଦୁଇ ଟଙ୍କା କମାଇଥିଲା। ନିକଟରେ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ତେଲ ଉପରେ ଭ୍ୟାଟ ହ୍ରାସ କରିଥିଲେ ମଧ୍ୟ ଓଡ଼ିଶା ସରକାର ଏପରି କରିବାକୁ ରାଜି ହୋଇନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story